www.samajalive.in
Wednesday, December 10, 2025
16.1 C
Bhubaneswar

ଧୂଳି ଖାଉଛି ଜୀବନ ରକ୍ଷକ ଯନ୍ତ୍ର: ମିଳୁନି ପିଇବା ପାଣି ଓ ଶଯ୍ୟା, ନାହିଁ ବିଶ୍ରାମ ଗୃହ

ବଲାଙ୍ଗିର:ଗଲା ଜାନୁଆରୀ ୨୯ ତାରିଖ ଠାରୁ ଓଡିଶା ରାଜ୍ୟ ମେଡିକାଲ କର୍ପୋରେସନ ଲିମିଟେଡ୍ ପକ୍ଷରୁ ଭୀମ ଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାକୁ ୧୫ଟି ଜିଲା ମୁଖ୍ୟ ଚିକିତ୍ସାଳୟକୁ ୧୦ଟି ଜୀବନ ରକ୍ଷକାରୀ ଯନ୍ତ୍ର(ଭେଣ୍ଟିଲେଟର୍) ପ୍ରଦାନ କରାଯାଇଥିଲା। ଭେଣ୍ଟିଲେଟର କାର୍ଯ୍ୟକ୍ଷମ କରିବା ପାଇଁ ଯୋଗାଣକାରୀ ସଂସ୍ଥା ସହ ଯୋଗାଯୋଗ କରି ପଦକ୍ଷେପ ଗ୍ରହଣ କରିବାକୁ ଚିଠିରେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ୨୫ଟି ଭେଣ୍ଟିଲେଟରରୁ ଏ ଯାଏଁ ମାତ୍ର ୧୦ଟି କାର୍ଯ୍ୟକ୍ଷମ କରାଯାଇଥିବା ବେଳେ ଆଉ ୧୫ଟି ଭେଣ୍ଟିଲେଟର ଆଜି ଯାଏଁ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଆଶ୍ଚର୍ଯ୍ୟର କଥା ବର୍ତ୍ତମାନ ନୁହେଁ, ତାହା ମେ ପ୍ରଥମ ସପ୍ତାହରେ କାର୍ଯ୍ୟକ୍ଷମ ହେବ ବୋଲି ବିଭାଗୀୟ ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି। ଜିଲାକୁ ସରକାର ବିପୁଳ ବ୍ୟୟ ଅଟକଳରେ ଜୀବନ ରକ୍ଷକ ଭେଣ୍ଟିଲେଟର ଯୋଗାଇ ଦେଇଥିଲେ ହେଁ, ଏସବୁ ଦୀର୍ଘ ଦିନ ହେଲା ଧୂଳି ଖାଉଥିଲା। ଏଥି ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଛି।

ଏଥିସହିତ ଭୀମ ଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ଆବଶ୍ୟକୀୟ ଶଯ୍ୟା(ବେଡ) ମିଳୁ ନଥିବା ବେଳେ ବାଧ୍ୟ ହୋଇ ରୋଗୀମାନଙ୍କୁ ତଳେ ଶୋଇବାକୁ ଦିଆଯାଉଛି। ଯାହା ଫଳରେ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପର୍ଯ୍ୟାପ୍ତ ପରିମାଣରେ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ନର୍ସଙ୍କ ଅଭାବ ଥିବାରୁ ଚିକିତ୍ସାରେ ବ୍ୟାପକ ଅବହେଳା ହେଉଥିବା ପରିଲକ୍ଷିତ ହେଉଛି। ମାତୃ ଶିଶୁ ଡାକ୍ତରଖାନା କୋଠାରେ ପାନୀୟ ଜଳ ମିଳୁ ନଥିବା ବେଳେ ରୋଗୀ ତଥା ସମ୍ପର୍କୀୟମାନେ ଖୁବ ହଇରାଣ ହରକତ ହେଉଛନ୍ତି। ସୂଚନା ଯୋଗ୍ୟ ଯେ,ତୃତୀୟ ମହଲାରୁ ସପ୍ତମ ମହଲା ଯାଏଁ ପଇବା ପାଣି ବ୍ୟବସ୍ଥା ନାହିଁ। ଅନ୍ୟପକ୍ଷରେ ଟାଣ ଖରା ଯୋଗୁଁ ରୋଗୀଙ୍କୁ ନେଇ ଆସିଥିବା ଲୋକେ ହନ୍ତସନ୍ତ ହେଉଛନ୍ତି। ବିଶ୍ରାମଗୃହର ବ୍ୟବସ୍ଥା ନଥିବା ବେଳେ ଶୀଘ୍ର ଏହାର ବ୍ୟବସ୍ଥା କରାଯିବାକୁ ଜନସାଧାରଣରେ ଦାବି ହେଉଛି।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories