www.samajalive.in
Wednesday, December 10, 2025
16.1 C
Bhubaneswar

କରୋନା ନେଇ ଜିଲାପାଳଙ୍କୁ ବିଜେପିର ସ୍ମାରକପତ୍ର, ଭୀମ ଭୋଇ ଡାକ୍ତରଖାନା ପରିଦର୍ଶନ ଓ ସ୍ଥିତି ଅନୁଧ୍ୟାନ କଲେ ସାଂସଦ

ବଲାଙ୍ଗିର:କରୋନା ଦ୍ୱିତୀୟ ପର୍ଯ୍ୟାୟରେ ସାଂସଦ ସଙ୍ଗୀତା ସିଂହଦେଓ ନିଖୋଜ ବୋଲି ସାମାଜିକ ଗଣମାଧ୍ୟମରେ ସମାଲୋଚନା କରାଯାଉଥିଲା। କିନ୍ତୁ ଏହାର ଜବାବ ଦେଇଛନ୍ତି ସଙ୍ଗୀତା ସିଂହଦେଓ। ଗତକାଲି ବଲାଙ୍ଗିର ଗସ୍ତ କରି କରୋନା ପରୀକ୍ଷା ନେଇ ସମୀକ୍ଷା କରିଥିଲେ। ମଙ୍ଗଳବାର ସାଂସଦ ସଙ୍ଗୀତା ସିଂହଦେଓ ବଲାଙ୍ଗିର ଭୀମଭୋଇ ଡାକ୍ତରଖାନା ସ୍ଥିତି ଅନୁଧ୍ୟାନ କରିଥିଲେ। ଏଥିସହିତ ଜିଲା ବିଜେପି ପକ୍ଷରୁ ଏକ ଦାବିପତ୍ର ବଲାଙ୍ଗିର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି।
ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣାଙ୍କୁ ବିଜେପି ନେତୃବୃନ୍ଦ ସାକ୍ଷାତ କରି କରୋନା ଦ୍ୱିତୀୟ ପର୍ଯ୍ୟାୟରେ ବଲାଙ୍ଗିର ଜିଲାବାସୀ ଭୋଗୁଥିବା ସମସ୍ୟା ସଂପର୍କରେ ଅବଗତ କରିବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

 

- Advertisement -

ଏହି ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ବଲାଙ୍ଗିର ଜିଲାକୁ ଗତ ଜାନୁଆରି ୨୯ ତାରିଖରେ ୨୯ଟି ଜୀବନ ରକ୍ଷାକାରୀ ଯନ୍ତ୍ର(ଭେଣ୍ଟିଲେଟର୍) ବ୍ୟବସ୍ଥା କରାଯାଇଥିଲା। ବର୍ତ୍ତମାନ ମାତ୍ର ୧୦ଟି ଚାଲିଥିବା ବେଳେ ଅନ୍ୟ ସବୁ ଅଚଳ। ଅଚଳ ଭେଣ୍ଟିଲେଟର୍ଗୁଡ଼ିକ ସଚଳ କରିବା, କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ଉପଲବ୍ଧ କରିବା, ଜିଲାର ବିଭିନ୍ନ ବ୍ଲକରେ ଅସ୍ଥାୟୀ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା, ଜିଲାର ସମସ୍ତ ଉପଖଣ୍ଡ ଡାକ୍ତରଖାନାରେ କୋଭିଡ ଚିକିତ୍ସା ପାଇଁ ଆବଶ୍ୟକ ଔଷଧ ସହ ସମସ୍ତ ପ୍ରକାର ବ୍ୟବସ୍ଥା କରିବା, ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାରେ କୋଭିଡ ସେବା କେନ୍ଦ୍ର(ସିସିସି) ଖୋଲିବା। ଏହି ସ୍ମାରକପତ୍ର ଜିଲାପାଳ ଶ୍ରୀ ରାଣାଙ୍କୁ ପ୍ରଦାନ ବେଳେ ସାଂସଦ ଶ୍ରୀମତି ସିଂହଦେଓ, ପୂର୍ବତନ ବିଜେପି ଜିଲା ସଭାପତି ତଥା ପାଟଣାଗଡ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ, ବଲାଙ୍ଗିର ବିଜେପି ସଦର ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଦାଶ, ପ୍ରଦୀପ ବଂଶଲ, ଦିନେଶ ଶର୍ମାଙ୍କ ସହ ବହୁ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏଥିସହିତ ବଲାଙ୍ଗିର ଭୀମଭୋଇ ଡାକ୍ତରଖାନାକୁ ପରିଦର୍ଶନରେ ଯାଇଥିଲେ ସାଂସଦ ଶ୍ରୀମତି ସିଂହଦେଓ। କରୋନା ପରୀକ୍ଷା ସଂଖ୍ୟା ବଢାଇବା, ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ସହ ସେମାନଙ୍କ ସେବାରେ ଯେମିତି ଅବହେଳା ପ୍ରଦର୍ଶନ କରା ନଯିବ ସେଦିଗରେ ଯତ୍ନବାନ ରହିବାକୁ ପରାମର୍ଶ ଦେଇଥିଲେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ।

Hot this week

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

Related Articles

Popular Categories