www.samajalive.in
Sunday, December 14, 2025
23.1 C
Bhubaneswar

ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରସ୍ତାବକୁ ବିରୋଧ; ଏମ୍‍ଆଇଏମ୍‍ ନେତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ କାଉନସିଲର

ଔରଙ୍ଗାବାଦ : ମହାରାଷ୍ଟ୍ର ଔରଙ୍ଗାବାଦ ନଗର ନିଗମ ବୈଠକରେ ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପ୍ରସ୍ତାବକୁ ବିରୋଧ କରିବାରୁ ଶୁକ୍ରବାର ମଜଲିସ୍‍-ଏ-ଇତେହାଦ-ଉଲ ମୁସଲିମିନ୍‍ (ଏଏମ୍‍ମ୍‍ଆଇଏମ୍‍)ର ଜଣେ କାଉନସିଲରଙ୍କୁ ବିଜେପି କାଉନସିଲରମାନେ ନିର୍ଧୁମ ଛେଚିଛନ୍ତି। ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ ଏହି ଘଟଣା ନଗର ନିଗମର ସାଧାରଣ ବୈଠକରେ ହୋଇଛି। ବୈଠକ ଆରମ୍ଭ ହେବାର କିଛି ସମୟ ପରେ ବିଜେପି କାଉନସିଲର ରାଜୁ ବୈଦ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ ନିମନ୍ତେ ପ୍ରସ୍ତାବ ଆଗତ କରିଥିଲେ। ଏମ୍‍ଆଇଏମ୍‍ କାଉନସିଲର ସୟଦ ମତିନ୍‍ ଏହାର ବିରୋଧ କରିଥିଲେ। ଏଥିରେ ବିଜେପି କାଉନସିଲରମାନେ ଉତ୍‍କ୍ଷିପ୍ତ ହୋଇ ଗୃହରେ ଏମ୍‍ଆଇଏମ୍‍ କାଉନସିଲରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ବିଜେପି କାଉନସିଲରମାନେ ମତିନଙ୍କ ପିଟୁ ଥିବାର ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। କେତେକ ଟିଭି ଚ୍ୟାନେଲରେ ଏହି ଭିଡ଼ିଓ ପ୍ରସାରିତ ହୋଇଛି। ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ କାଉନସିଲରମାନେ ମତିନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଛନ୍ତି। ପରେ ସୁରକ୍ଷା କର୍ମୀମାନେ ତାଙ୍କୁ ବଞ୍ଚାଇ ଗୃହ ବାହାରକୁ ନେଇ ଯାଉଛନ୍ତି। ବିଜେପିର ଜଣେ କାଉନସିଲର ଅଭିଯୋଗ କରିଛନ୍ତି ଯେ ଏମ୍‍ଆଇଏମ୍‍ର କାଉନସିଲର ପୂର୍ବରୁ ଜାତୀୟ ସଂଗୀତ ଗାନକୁ ବିରୋଧ କରିଥିଲେ। ଅପରପକ୍ଷରେ ମତିନ୍‍ କହିଛନ୍ତି ଯେ ସେ ଗଣତାନ୍ତ୍ରିକ ଉପାୟରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣକୁ ବିରୋଧ କରିଥିଲେ। ହେଲେ ୧୨ରୁ ଊର୍ଦ୍ଧ୍ବ ବିଜେପି କାଉନସିଲର ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ। ଏହି ଘଟଣାର କିଛି ସମୟ ପରେ ଏମ୍‍ଆଇଏମ୍‍ ସମର୍ଥକମାନେ ଜଣେ ବିଜେପି ନେତାଙ୍କ ଗାଡ଼ି ଭଙ୍ଗାରୁଜା କରିଥିବା ଓ ଡ୍ରାଇଭରକୁ ପିଟିଥିବା ଅଭିଯୋଗ ହୋଇଛି।

ଭିଡ଼ିଓ ସୌଜନ୍ୟ ହରିଭୂମି

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories