www.samajalive.in
Thursday, December 11, 2025
16.1 C
Bhubaneswar

ସାମସଙ୍ଗ୍‍ ଗାଲାକ୍ସି ନୋଟ୍‍-୮ରେ ୧୨,୦୦୦ଟଙ୍କାର ରିଆତି

ନୂଆଦିଲ୍ଲୀ : ସାମସଙ୍ଗ୍‍ କମ୍ପାନୀ ଅଗଷ୍ଟ ମାସ ୨୨ତାରିଖରେ ଭାରତରେ ନିଜର ନୂଆ ଫ୍ଲାଗସିପ୍‍ ‘ଗାଲାକ୍ସି ନୋଟ-୯’କୁ ଲଞ୍ଚ୍‍ କରିବାକୁଯାଉଛି। ନୂଆ ଫ୍ଲାଗସିପ୍‍ ଲଞ୍ଚ୍‍ କରିବା ପୂର୍ବରୁ ଗାଲାକ୍ସି ନୋଟ-୮ରେ ୧୨,୦୦୦ଟଙ୍କାର ରିଆତି ମିଳିବ। ରିଆତି ପରେ ‘ସାମସଙ୍ଗ୍‍ ଗାଲାକ୍ସି ନୋଟ୍‍-୮’କୁ ୫୫,୯୦୦ ଟଙ୍କାରେ ସାମସଙ୍ଗ୍‍ର ଅନଲାଇନ୍‍ ଷ୍ଟୋର ଏବଂ ଆମାଜନରୁ କିଣିପାରିବେ। ଏ୍‍ଚଡିଏଫସିର କ୍ରେଡିଟ କାର୍ଡରେ ପେମେଣ୍ଟ କଲେ ୪,୦୦୦ଟଙ୍କାର କ୍ୟାସବ୍ୟାକ ପାଇପାରିବେ। ପୂର୍ବରୁ ‘ଗାଲାକ୍ସି ନୋଟ-୮’କୁ ୬୭,୯୦୦ଟଙ୍କାରେ ଭାରତରେ ଲଞ୍ଚ୍‍ କରାଯାଇଥିଲା।
ଏଥିରେ ଡୁଆଲ ସିମ୍‍ ସୁବିଧା ପାଇପାରିବେ। ଆଣ୍ଡ୍ରଏଡ୍‍ ୭.୧.୧ ନୁଗଟ, ୬.୩ଇଞ୍ଚ୍‍ର କ୍ୱାଡଏଚ୍‍ଡି ପ୍ଲସ୍‍ ସୁପର ଏମୋଲେଡ୍‍ ଡିସପ୍ଲେ ରହିଛି। ଏହି ଫୋନ୍‍ରେ ଡିସପ୍ଲେ ଡିଫଲ୍ଟ ଭାବରେ ଫୁଲଏଚ୍‍ଡିପ୍ଲସ୍‍ ରହିଛି କିନ୍ତୁ ଏହାକୁ କ୍ୱାଡ୍‍ଏଚଡି ପ୍ଲସ୍‍ର ସେଟିଙ୍ଗ୍‍ ଦ୍ୱାରା ବଦଳାଇପାରିବେ। ଏହିଫୋନ୍‍ରେ ସାମସଙ୍ଗର ଏକ୍ସିନସ୍‍ ୮୮୯୫ପ୍ରୋସେସର, ୬ଜିବି ରାମ୍‍ ଏବଂ ୬୪ଜିବିର ଷ୍ଟୋରେଜ୍‍ ରହିଛି ଯାହାକୁ ୨୫୬ଜିବି ପର୍ଯ୍ୟନ୍ତ ବଢାଇପାରିବେ।
ଏଥିରେ ଡୁଆଲ ରିୟର କ୍ୟାମେରା ସେଟ୍‍ଅପ୍‍ ଦିଆଯାଇଛି ଯେଉଥିରେ ରିୟରରେ ୧୨ମେଗାପିକ୍ସେଲର ଦୁଇଟି ସେନସର୍‍ ରହିଛି ଯାହା ଅଟିକଲ ଇମେଜ୍‍ ଷ୍ଟେବଲାଇଜେସନ୍‍କୁ ସପୋର୍ଟ କରିଥାଏ। ଏହାର ଆଗପଟ କ୍ୟାମେରା ୮ମେଗାପିକ୍ସେଲ। ଫୋନ୍‍ରେ ୩୩୦୦ଏମ୍‍ଏଚ୍‍ର ବ୍ୟାଟେରୀ ରହିଛି। ଏହାବ୍ୟତୀତ ଫୋନ୍‍ରେ ୪ଜି ଭିଓଏଲଟିଇ, ୱାଇ-ଫାଇ ୮୦୨.୧୧ଏସି, ବ୍ଲୁ-ଟୁଥ ୫.୦, ୟୁଏସବି ଟାଇପ୍‍-ସି ରହିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories