www.samajalive.in
Monday, December 8, 2025
20.1 C
Bhubaneswar

ପାକ୍‍ କ୍ରିକେଟର ନାସିର ୧୦ ବର୍ଷ ବାସନ୍ଦ

ଇସଲାମାବାଦ : ସ୍ପଟ୍‍ ଫିକ୍ସିଂ ଅଭିଯୋଗରେ ଦୋଷୀସାବ୍ୟସ୍ତ ହୋଇଥିବା ପାକିସ୍ତାନୀ କ୍ରିକେଟର ନାସିର ଜାମସେଦଙ୍କୁ ୧୦ ବର୍ଷ ପାଇଁ ବାସନ୍ଦ କରାଯାଇଛି ।  ୨୦୧୭ରେ ଦୁବାଇରେ ପାକିସ୍ତାନ ସୁପର ଲିଗ୍‍ ଟ୍ୱେଣ୍ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିଥିବାବେଳେ ନାସିର ସ୍ପଟ୍‍ ଫିକ୍ସିଂରେ ଜଡିତ ଥିଲେ ବୋଲି ଅଭିଯୋଗ ହୋଇଥିଲା। ପ୍ରାଥମିକ ତଦନ୍ତରୁ ସେ ଦୋଷୀ ଜଣାପଡିବାପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ ୨୦୧୭ ଫେବୃୟାରୀରେ ନାସିରଙ୍କୁ ସବୁ ଫର୍ମାଟରୁ ସାମୟିକ ବାସନ୍ଦ କରାଯାଇଥିଲା। ଇତିମଧ୍ୟରେ ପିସିବି ଦୁର୍ନୀତି ନିବାରଣ ସଂସ୍ଥା ପକ୍ଷରୁ ମାମଲାର ପୂର୍ଣ୍ଣାଙ୍ଗ ତଦନ୍ତ ପ୍ରକ୍ରିୟା ଶେଷ ହୋଇସାରିଛି। ସବୁ ପ୍ରମାଣକୁ ଆଧାର କରି ନାସିର ଏହି କେଳେଙ୍କାରୀର ମୁଖ୍ୟ ନାୟକ ଥିଲେ ବୋଲି ଜଣାପଡିଥିଲା। ବାସନ୍ଦାଦେଶ ଅବଧି ଶେଷ ହେବାପରେ ମଧ୍ୟ ନାସିର କ୍ରିକେଟ କିମ୍ବା କ୍ରିକେଟ ପ୍ରଶାସନ ସହ ଆଦୌ ସଂପୃକ୍ତ ରହିପାରିବେ ନାହିଁ ବୋଲି ପିସିବି ପକ୍ଷରୁ ସ୍ପଷ୍ଟ କରାଯାଇଛି। ୨୮ ବର୍ଷୀୟ ନାସିର ପାକିସ୍ତାନ ପକ୍ଷରୁ ୨ଟି ଟେଷ୍ଟ ଓ ୪୫ଟି ଦିନିକିଆ ଖେଳି ଯଥାକ୍ରମେ ୫୧ ଓ ୧୪୪୩ ରନ ସ୍କୋର କରିଛନ୍ତି।
ଏହି ଘଟଣାରେ ନାସିିରଙ୍କ ବ୍ୟତୀତ ପାକିସ୍ତାନର ଅନ୍ୟ ଚାରିଜଣ କ୍ରିକେଟର ମଧ୍ୟ ସଂପୃକ୍ତ ଥିଲେ। ସେମାନେ ସମସ୍ତେ ଦୋଷୀସାବ୍ୟସ୍ତ ହୋଇଥିବା ଜଣାପଡିଛି। ବ୍ୟାଟସମ୍ୟାନ ସର୍ଜିଲ ଖାନ୍‍ ଓ ଖଲିଦ ଲତିଫ୍‍ଙ୍କୁ ୫ ବର୍ଷ ଲେଖାଏଁ ଏବଂ ଫାଷ୍ଟ ବୋଲର ମହମ୍ମଦ ଇର୍ଫାନଙ୍କୁ ଏକ ବର୍ଷ ଓ ଅଲରାଉଣ୍ଡର ମହମ୍ମଦ ନୱାଜଙ୍କୁ ଦୁଇ ମାସ ପାଇଁ ବାସନ୍ଦ କରାଯାଇଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories