www.samajalive.in
Monday, December 8, 2025
17.1 C
Bhubaneswar

ଝାଡା ବାନ୍ତିରେ ୨ମୃତ, ମ୍ୟାଲେରିଆରେ ୧୦ରୁ ଅଧିକ ଆକ୍ରାନ୍ତ

କଲମପୁର:ଥୁଆମୁଳ ରାମପୁର ବ୍ଲକ ଅନ୍ତର୍ଗତ କର୍ଲାପାଟ ପଞ୍ଚାୟତର ସେମେଲପଦର ଓ କିଆପଦର ପଞ୍ଚାୟତ ତେତେଲପଦର ଗ୍ରାମର ୨ଜଣ ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି। ଏହି ୨ ଗ୍ରାମରୁ ୧୦ରୁ ଅଧିକ ଲୋକ ମଧ୍ୟ ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ ଗତ ମଙ୍ଗଳବାର ଦିନ ସେମେଲପଦର ଗ୍ରାମର ବିଜୟ ମାଝୀ(୩୫) ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ବେଳେ ତାର ସମ୍ପର୍କୀୟ ତେତେଲପଦର ଗ୍ରାମର କାଳିଆ ମାଝୀ(୩୫)ଙ୍କର ମଧ୍ୟ ମୃତ୍ୟୁ ଘଟିଛି।
ବିଜୟଙ୍କ ଦାହ ସଂସ୍କାର ସାରି ଘରକୁ ଆସିବା ପରେ କାଳିଆ ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ହୋଇ ଗୁରୁବାର ଦିନ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଏନେଇ ସୂଚନା ପାଇବା ପରେ ଥୁଆମୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟକେନ୍ଦ୍ରର ଏକ ଚିକିତ୍ସକ ଦଳ ସେମେଲପଦର ଠାରେ ପହଞ୍ଚି ବିଭିନ୍ନ ରୋଗୀଙ୍କ ରକ୍ତ ନମୂନା ସଂଗ୍ରହ କରିଥିଲେ। ଅନ୍ୟପକ୍ଷରେ ଏହି ଦୁଇ ଗ୍ରାମର ୧୦ଜଣ ଲୋକ ମେଲେରିଆର ଆକ୍ରାନ୍ତ ହୋଇଛନ୍ତି। ତେବେ ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ଥିବା ତେତେଲପଦର ଗ୍ରାମର ପୁଷ୍ପା ମାଝୀ(୧୬) ଓ ଗୁଣପୁର ପଂଚାୟତ ହାଡଖୁର୍ସି ଗ୍ରାମର ଘାସି ମାଝୀ( ୬୦)ଙ୍କୁ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ସରୋଜ କୁମାର ତିଆଡି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟରୁ ଏକ ଡାକ୍ତରୀ ଦଳ ପ୍ରଭାବିତ ଗାଁକୁ ଯାଇ ରୋଗୀଙ୍କ ଚିକିତ୍ସା ଜାରି ରଖିଥିବା ସୂଚନା ମିଳିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories