www.samajalive.in
Friday, December 12, 2025
16.1 C
Bhubaneswar

କରୋନା ପାଇଁ ସ୍ୱତନ୍ତ୍ର ଚପଲ ; ଜାଣନ୍ତୁ କ’ଣ ଏହାର ବିଶେଷତ୍ୱ

ଆଗ୍ରା : ଏବେ ସାରା ଦେଶରେ କରୋନା ନିଜର କାୟା ବିସ୍ତାର କରି ଚାଲିଛି। ଏହି ସମୟରେ କରୋନାରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣା ଯାଉଛି। ଏହାସହ ଏପରି କିଛି ସାମଗ୍ରୀ ମଧ୍ୟ ପ୍ରସ୍ତୁତ ହେଉଛି, ଯାହା ସଂକ୍ରମିତ ଠାରୁ ଦୂରେଇ ପାରିବ। ଜର୍ମାନୀର ଏକ କମ୍ପାନୀ ଏଭଳି ଏକ ଚପଲ, ଜୋତା ପ୍ରସ୍ତୁତ କରିଛନ୍ତି, ଯାହା କରୋନା ସଂକ୍ରମିତ , ହସ୍ପିଟାଲ କର୍ମଚାରୀଙ୍କ ପାଇଁ ଖୁବ ଉପକାରୀ।
କୌଣସି ଜୋତା, ଚପଲରେ ୭ ଘଣ୍ଟା ଯାଏଁ ବ୍ୟାକ୍ଟେରିଆ ରହିଥାଏ। ମାତ୍ର ଜର୍ମାନୀ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏହି ଜୋତା ସହଜରେ ସାନିଟାଇଜ ହୋଇଥାଏ। ସାମାନ୍ୟ ଭାବେ କୌଣସି ବ୍ୟକ୍ତିଙ୍କୁ ୮ହଜାର ପାଦ ଚାଲିବାର ଆବଶ୍ୟକତା ପଡିଥାଏ। କମ୍ପାନୀର ଦାବି ଅନୁଯାୟୀ, ଏହି ଜୋତା,ଚପଲ କରୋନା ରୋଗୀ ଓ ଆଗ ଧାଡିର କରୋନା ଯୋଦ୍ଧାଙ୍କ ପାଇଁ ବେଶ ଉପକାରୀ ହେବା ସହ ଲାଭ ମିଳିବ। ଏହି ଚପଲକୁ ପ୍ରସ୍ତୁତ କରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ଏହି ଚପଲ ଆପଣଙ୍କୁ ୩ହଜାର ପାଦ ଚାଲିବାରେ ୮ ହଜାର ପାଦ ଚାଲିବାର ଲାଭ ଦେବ। ଚପଲର ବିଶେଷତ୍ୱ ଅନୁଯାୟୀ, ଏହାର ମାଂସପେଶୀ ଉପରେ ଉତ୍ତମ ପ୍ରଭାବ ସହ ରକ୍ତ ସଞ୍ଚାଳନ ଓ ଶରୀରରେ ଅମ୍ଳଜାନର ମାତ୍ରାକୁ ବୃଦ୍ଧି କରିଥାଏ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଚପଲ, ଜୋତା ପ୍ରସ୍ତୁତ କରିବା ପାଇଁ ସ୍ୱତନ୍ତ୍ର ଜିନିଷର ବ୍ୟବହାର ହୋଇଛି। ଚପଲ ପିନ୍ଧିବା ପରେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ଓ ସକ୍ରିୟ ରହିବେ।

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories