www.samajalive.in
Sunday, December 7, 2025
16.1 C
Bhubaneswar

ଭାରତରେ କରୋନା ମୁକାବିଲା ପାଇଁ ଗୁଗଲର ୧୩୫ କୋଟି ସହାୟତା ଘୋଷଣା

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ର ଦ୍ୱିତୀୟ ପର୍ଯ୍ୟାୟ ମହାମାରୀ ଦେଶର ସମୁଦାୟ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅଚଳ କରିଦେଇଥିବାବେଳେ କୋଭିଡରେ ଆକ୍ରାନ୍ତ ହୋଇ ପ୍ରତିଦିନ ୨ ହଜାରରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି। ଏଭଳି ଏକ ସଙ୍କଟଜନକ ସମୟରେ ବିଶ୍ୱ ସମୁଦାୟ ଭାରତକୁ ସହାୟତା କରିବାକୁ ଆଗେଇ ଆସିଛନ୍ତି। ଏହି କ୍ରମରେ ବିଶ୍ୱର ଅଗ୍ରଣୀ ବୈଷୟିକ ସଂସ୍ଥା ଗୁଗଲ୍‍ର ସିଇଓ ସୁନ୍ଦର ପିଚାଇ ମଧ୍ୟ ଭାରତର କୋଭିଡ ବିରୁଦ୍ଧରେ ଲଢେଇ ପାଇଁ ସହାୟତା ଘୋଷଣା କରିଛନ୍ତି। ଶ୍ରୀ ପିଚାଇ ଟ୍ୱିଟ୍‍ କରି କହିଛନ୍ତି, ସେ ଭାରତର ଅବସ୍ଥା ଦେଖି ଅତ୍ୟନ୍ତ ଦୁଃଖିତ। ଗୁଗଲ୍‍ ଏବଂ ଏହାର ସହଯୋଗୀମାନେ ଡାକ୍ତରୀ ଉପକରଣ ଯୋଗାଣ ପାଇଁ ୟୁନିସେଫର ଗିଭ୍‍ ଇଣ୍ଡିଆ ପ୍ରୟାସ, ଅଧିକ ଆପଦାପନ୍ନ ଜନସାଧାରଣଙ୍କୁ ସହାୟତା କରୁଥିବା ସଂଗଠନ ଏବଂ ଜନସାଧାରଣଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରସାର କରିବା ପାଇଁ ଅନୁଦାନ ଆକାରରେ ୧୩୫ କୋଟି ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଅନୁଦାନ ମଧ୍ୟରେ ଗୁଗଲର ଜନସେବା ଶାଖା ପକ୍ଷରୁ ୨୦ କୋଟି ଟଙ୍କା ଅନୁଦାନ ଅନ୍ତର୍ଭୁକ୍ତ। ଏଭଳି ସଙ୍କଟଜନକ ସମୟରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ପରିବାରଗୁଡିକୁ ସେମାନଙ୍କର ଦୈନନ୍ଦିନ ଖର୍ଚ୍ଚ ନିମନ୍ତେ ଆର୍ଥିକ ସହାୟତା ଯୋଗାଇଦେବାକୁ ଗିଭ୍‍ ଇଣ୍ଡିଆକୁ ପ୍ରଥମ ଅନୁଦାନ ଯୋଗାଇ ଦିଆଯିବାବେଳେ ଦ୍ୱିତୀୟଟି ଭାରତକୁ ଜରୁରୀ ଚିକିତ୍ସା ଉପକରଣ, ଅମ୍ଳଜାନ ଯୋଗାଣ, ପରୀକ୍ଷଣ ସାମଗ୍ରୀ ଆଦି ଯୋଗାଣ ନିମନ୍ତେ ୟୁନିସେଫକୁ ଅନୁଦାନ ଯୋଗାଇ ଦିଆଯିବ। ତତ୍‍ସହିତ ଗୁଗଲ୍‍ ପକ୍ଷରୁ ସଂପ୍ରତି ତାହାର କର୍ମଚାରୀଙ୍କୁ ଦାନ କରିବାକୁ ଚଳାଇଥିବା ଅଭିଯାନରେ ୯୦୦ରୁ ଅଧିକ କର୍ମଚାରୀ ଅଧିକ ଆପଦଥିବା ଜନସାଧାରଣ ଏବଂ ସଂଖ୍ୟାଲଘୁ ସମୁଦାୟଙ୍କୁ ସହାୟତା କରିବାକୁ ୩.୭ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ଏହିଭଳି ଭାବରେ ଗୁଗଲ ପକ୍ଷରୁ ମୋଟ ୧୩୫ କୋଟି ଟଙ୍କା ସହାୟତା ଯୋଗାଇ ଦିଆଯିବ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories