ଭାରତର ସାଂପ୍ରତିକ ସ୍ଥିତି ଦେଖି ମୁଁ ଗଭୀର ମର୍ମାହତ: ସତ୍ୟ ନାଡେଲା

ନ୍ୟୁୟର୍କ: କୋଭିଡ-୧୯ ମହାମାରୀର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣରେ ଭାରତରେ ଯେଉଁଭଳି ପରିସ୍ଥିତି ସୃଷ୍ଟିହୋଇଛି ତାହା ଦେଖି ସେ ଅତ୍ୟନ୍ତ ମର୍ମାହତ ବୋଲି କହିଛନ୍ତି ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା। ଏଥିସହିତ ଦେଶରେ ଚାଲିଥିବା ରିଲିଫ କାର୍ଯ୍ୟକ୍ରମ ଏବଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଥିବା ଅମ୍ଳଜାନ ଉତ୍ପାଦନକାରୀ ଉପକରଣ ଖରିଦ କରିବାକୁ ସହାୟତା ଯୋଗାଇଦେବାକୁ ସେ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ଆମେରିକା ପ୍ରଶାସନ ଭାରତକୁ ଏଥିପାଇଁ ସହଯୋଗର ହାତ ବଢାଇଥିବାରୁ ସେ ଆମେରିକା ସରକାରଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି। ଏଭଳି ସଙ୍କଟଜନକ ପରିସ୍ଥିତିରେ ମାଇକ୍ରୋସଫ୍ଟ ଭାରତରେ ରିଲିଫ କାର୍ଯ୍ୟକ୍ରମକୁ ଆଗେଇନେବା ଏବଂ ଅମ୍ଳଜାନ ଉତ୍ପାଦନକାରୀ ଉପକରଣ କିଣିବା ଦିଗରେ ସହାୟତା କରିବାକୁ ନିଜର ସ୍ୱର, ସମ୍ବଳ ଏବଂ ପ୍ରଯୁକ୍ତିକୁ ବ୍ୟବହାର କରିବ ବୋଲି ସେ କହିଛନ୍ତି। ଭାରତ ଜନ୍ମିତ ନାଡେଲା ଟ୍ୱିଟରରେ ଲେଖିଛନ୍ତି ଭାରତ ସଂପ୍ରତି ଘୋର ଦୁଃସମୟ ଦେଇ ଗତିକରୁଛି। ମାଇକ୍ରୋସଫ୍ଟ ଏହି ସମୟରେ ଭାରତ ସହିତ ରହିଛି।

Comments are closed.