www.samajalive.in
Thursday, December 11, 2025
16.1 C
Bhubaneswar

ଟିମ୍‍ ହ୍ୟୁମାନିଟିକୁ ପୁରିଲା ୨ ବର୍ଷ, ଅସୁସ୍ଥଙ୍କୁ ବାଣ୍ଟିଲେ ରନ୍ଧା ଖାଦ୍ୟ

ଫୁଲବାଣୀ: ଦୁଇ ଦିନିଆ ସଟ୍‍ ଡ଼ାଉନ୍‍ ଯୋଗୁଁ ସମସ୍ତ ଦୋକାନ ବଜାର ବନ୍ଦଥିବା ବେଳେ ସହରରେ ଥିବା ୨ଟି ଆହାର କେନ୍ଦ୍ର ମଧ୍ୟ ବନ୍ଦ ରହିଥିଲା। ତେବେ ପୂର୍ବରୁ ଦୋକାନ ବଜାର ଓ ହୋଟେଲ୍‍ ଗୁଡ଼ିକ ଖୋଲା ରହୁଥିବା ଯୋଗୁଁ ସହରରେ ବୁଲୁଥିବା ଏକାଧିକ ମାନସିକ ଅସୁସ୍ଥ ତଥା ଗରୀବ ଶ୍ରେଣୀର ଲୋକେ ଜେନ ତେନ ପ୍ରକାରେ ଖାଦ୍ୟ ସଂଗ୍ରହ କରିବାରେ ସକ୍ଷମ ହେଉଥିଲେ ମଧ୍ୟ ସଟ୍‍ଡ଼ାଉନରେ ସବୁ ବନ୍ଦ ଯୋଗୁଁ ଏହାକୁ ଦୃଷ୍ଟିଦେଇ ପୂର୍ବବର୍ଷ ପରି ଚଳିତ ବର୍ଷ ମଧ୍ୟ ପୁଣିଥରେ ଜିଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଟିମ୍‍ ହ୍ୟୁମାନିଟି କନ୍ଧମାଳ ଭୋକିଲା ପେଟକୁ ଦାନା ଯୋଗାଇବା ପାଇଁ ଆରମ୍ଭ କରିଛି ପ୍ରୟାସ।

ଆଜି ସେହି ସଂଗଠନ ତାହାର ୨ ବର୍ଷ ପୁର୍ତ୍ତି ପାଳନ ଅବସରରେ କରୋନା କଟକଣା ଯୋଗୁଁ କୌଣସି ପ୍ରକାର ସଭା ସମିତି ଆୟୋଜନ ନକରି ସହରର ବିଭିନ୍ନ ସ୍ଥାନରେ ଭୋକିଲା ପେଟରେ ବୁଲୁଥିବା ମାନସିକ ଅସୁସ୍ଥ ମାନଙ୍କୁ ଖାଦ୍ୟ ପ୍ରଦାନ କରିଥିଲେ। ଏଥିରେ ଟିମ୍‍ ର ହାତ ଗଣତି ସଦସ୍ୟମାନେ ବିଭିନ୍ନ ସ୍ଥାନରେ ରହୁଥିବା ଏଭଳି ବ୍ୟକ୍ତିମାନଙ୍କ ପାଖରେ ପହଞ୍ଚି ରନ୍ଧାଖାଦ୍ୟ ପ୍ରଦାନ କରିବା ସହିତ କରୋନା ପ୍ରତି ମଧ୍ୟ ସଚେତନ କରିଥିଲେ। ଆଗାମୀ ଦିନରେ ମଧ୍ୟ ଏହା ଚାଲୁ ରହିବ ବୋଲି ସଂଗଠନର ଆବାହକ ଭି.ଲୋକନାଥ ରାଜୁ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଆଗାମୀ ଦିନରେ ହେବାକୁ ଥିବା ସଟ୍‍ ଡ଼ାଉନ୍‍ ସମୟରେ ପୌର ପରିଷଦ ପକ୍ଷରୁ ଏଭଳି ଅସହାୟ ଓ ମାନସିକ ଅସୁସ୍ଥଙ୍କ ପାଇଁ ଖାଦ୍ୟ ଯୋଗାଇବାକୁ ବିଭିନ୍ନ ମହଲରେ ମଧ୍ୟ ଦାବି ହୋଇଛି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories