www.samajalive.in
Sunday, December 7, 2025
23.1 C
Bhubaneswar

ଗ୍ୟାସ ସିଲିଣ୍ଡରରୁ ଅଗ୍ନିକାଣ୍ଡ, ଶିଶୁ ଜୀବନ୍ତ ଦଗ୍ଧ

ବିନିକା: ସୁବର୍ଣ୍ଣପୁର ଜିଲା ବିନିକା ଥାନା ଅନ୍ତର୍ଗତ ଶଙ୍କରା ଗ୍ରାମରେ ରବିବାର ସକାଳେ ଘଟିଛି ଏକ ଅଭାବନୀୟ ଘଟଣା। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଧୋବାପଡ଼ାର ୮ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଏହାସହିତ ଶିଶୁର ବାପା ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତୁ ଶିଶୁ ହେଉଛି ଗାଁର ଟିକେ ଗୁଦୁରିଆ(୪୪)ଙ୍କ ପୁଅ ସାଗର ଗୁଦୁରିଆ।

ଘଟଣାରୁ ପ୍ରକାଶ ଯେ, ଆଜି ସକାଳୁ ଘରେ ଶିଶୁର ମାଆ ଓ ବାପା ଟିକେ ଗୁଦୁରିଆ ଉଭୟେ ଗ୍ୟାସ ଲଗାଇ ଚା’ ତିଆରି କରୁଥିଲେ। ଠିକ୍‌ ସେତିକି ବେଳେ ହଠାତ ଗ୍ୟାସ ସିଲିଣ୍ଡର ଫାଟି ସେଥିରୁ କ୍ଷୀପ୍ର ଗତିରେ ନିଆଁ ଜଳି ଉଠିଥିଲା। ଶିଶୁଟି ଘରେ ଶୋଇଥିବା ବେଳେ ଏହି ଅଘଟଣ ଘଟିଥିଲା। କ୍ଷୀପ୍ର ଗତିରେ ନିଆଁ ଜଳି ଉଠିବା ପରେ ପିତାମାତା ଓ ପଡ଼ୋଶୀ ଶିଶୁକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ଫଳ ମିଳି ନ ଥିଲା। ପରେ ଘଟଣା ସମ୍ପର୍କରେ ବିନିକା ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଗାଁରେ ଅଗ୍ନିଶମ ବିଭାଗ ଅଧିକାରୀ ଭକ୍ତ ଚରଣ ତାଣ୍ଡିଆଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ପହଞ୍ଚି ନିଆଁ ଆୟତ୍ତ କରିଥିଲେ। ମାତ୍ର ସେତେ​‌ବେଳକୁ ଶିଶୁଟି ନିଆଁରେ ପୋଡ଼ି ଦଗ୍ଧ ହୋଇ ଯାଇଥିଲା। ପରେ ଦଗ୍ଧ ଶିଶୁର ଶରୀରକୁ ଗ୍ରାମବାସୀଙ୍କ ସହାୟତାରେ ବିନିକା ଡାକ୍ତରଖାନାକୁ ନିଆ ଯାଇଥିଲା। ତେବେ ହସ୍ପିଟାଲରେ ଡାକ୍ତର ଦେବାଶିଷ ତ୍ରିପାଠୀ ଶିଶୁକୁ ମୃତ ଘୋଷଣା କରିବା ସହ ତାର ବ୍ୟବଚ୍ଛେଦ କରାଇଥିଲେ।

- Advertisement -

ପରେ ପୁଲିସ ପହଞ୍ଚି ଘଟଣା ସମ୍ପର୍କରେ ଅବଗତ ହେବା ପରେ ଏ ନେଇ ବିନିକା ଥାନା କେସ ନଂ ୦୯/୨୦୨୧ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବିନିକା ଥାନା ଏସଆଇ ସୂର୍ଯ୍ୟକାନ୍ତ ସେଠୀ ଘଟଣାର ତଦନ୍ତ କରିଛନ୍ତି। ତେବେ ଏଭଳି ପରିସ୍ଥିତିରେ ଏକ ଅଭାବନୀୟ ଘଟଣାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ ଅବଗତ ହେବା ପରେ ବିନିକା ତହସିଲଦାର ଅଲେଖ ଘୁଟା କୌଡିଆମୁଣ୍ଡା ସର୍କଲ ରାଜସ୍ବ ନିରୀକ୍ଷକଙ୍କୁ ଘଟଣାର ସର୍ଜମୀନ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିନିକା ଡାକ୍ତରଖାନାରେ ଶିଶୁର ମୃତଦେହକୁ ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ପରେ ଗାଁ ଶ୍ମଶାନରେ ମୃତ ଶିଶୁର ଶବ ସତ୍କାର କରାଯାଇଛି। ତେବେ ସମସ୍ୟା ସମ୍ପର୍କରେ ସରକାର ତୁରନ୍ତ ଦୃଷ୍ଟି ଦେଇ ଗ୍ୟାସ ଅଗ୍ନିକାଣ୍ଡରେ ମୃତ ଶିଶୁର ଗରିବ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବା ପାଇଁ ଜନ ସାଧାରଣରେ ଦାବି ହେଉଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories