www.samajalive.in
Monday, December 15, 2025
27.1 C
Bhubaneswar

କରୋନାରୁ ସୁସ୍ଥ ହେବା ପରେ ଉଡ଼ିଯାଇଛି ସୋନୁ ସୁଦ୍‌ଙ୍କ ନିଦ

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତା ସୋନୁ ସୁଦ୍ କରୋନାରୁ ସୁସ୍ଥ ହୋଇ ଲୋକଙ୍କ ସାହାଯ୍ୟ ପାଇଁ ପୁଣି ଆଗେଇ ଆସିଛନ୍ତି। ଶନିବାର ଅଭିନେତା ଟ୍ବିଟ୍ କରି ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି ଯେ, ସେ କୋଭିଡ଼୍-୧୯ ଯୁଦ୍ଧରେ ଲଢେଇ ଜିତି ଫେରି ଆସିଛନ୍ତି। ଆମ ସମସ୍ତଙ୍କୁ ଏକତା ଓ ପରସ୍ପରକୁ ସାହାଯ୍ୟ କରିବାର ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି।

ସୁସ୍ଥ ହେବା ପରେ ହଜିଯାଇଛି ସୋନୁଙ୍କ ନିଦ:

- Advertisement -

ସୋନୁ ଟ୍ବିଟ୍ କରି କହିଛନ୍ତି ଯେ, ସୁସ୍ଥ ହେବା ପରେ ରାତିରେ ସେ ଭଲରେ ଶୋଇପାରୁ ନାହାନ୍ତି। ଏହାସହ ସେ ଏହାର କାରଣ ମଧ୍ୟ କହିଛନ୍ତି। ସୋନୁ ଲେଖିଛନ୍ତି, ‘‘ଶୋଇ ପାରୁନାହିଁ। ବିଳମ୍ବିତ ରାତିରେ ଯେତେବେଳେ ମୋ ଫୋନ୍ ବାଜୁଛି, ସେତେବେଳେ ମୁଁ କେବଳ ଲୋକଙ୍କର ସେହି କଷ୍ଟଭରା ସ୍ବର ଶୁଣୁଛି। ନିଜ ଲୋକମାନଙ୍କୁ ବଞ୍ଚାଇବା ପାଇଁ ସେମାନେ ସାହାଯ୍ୟ ଭିକ୍ଷା କରୁଛନ୍ତି। ଆମେ ସମସ୍ତେ ବର୍ତ୍ତମାନ ଏକ କଠିନ ସମୟ ଦେଇ ଗତି କରୁଛେ ଏବଂ ଆମ ଆସନ୍ତାକାଲି ଭଲ ହେବାକୁ ଯାଉଛି। ଏକତା ବଜାୟ ରଖନ୍ତୁ ଓ ପରସ୍ପରର ସାହାଯ୍ୟ କରନ୍ତୁ। ନିଜକୁ ଦୃଢ କରନ୍ତୁ। ଆମେ ସମସ୍ତେ ଏକାଠି ଏହି ଯୁଦ୍ଧ ଜିତିବା। ବାସ୍ କେବଳ ଆଉ କିଛି ଲୋକଙ୍କ ସହଯୋଗ ଆବଶ୍ୟକ’’।

 

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories