www.samajalive.in
Sunday, December 7, 2025
15.1 C
Bhubaneswar

ବୈଭବର ପରିଚୟ ପ୍ରଦାନ କରିଥାଏ ଏହି ସ୍ଥାନ ; ବାସ୍ତୁକଳା ମଧ୍ୟ ବିସ୍ମୟକର

ରାଜସ୍ଥାନ ଓ ମହାରାଷ୍ଟ୍ର ବ୍ୟତୀତ ମଧ୍ୟପ୍ରଦେଶର ଗ୍ୱାଲିୟର କିଲ୍ଲା ଭାରତର ସଂସ୍କୃତି ଓ ଉଚ୍ଚକୋଟରୀର କାରୁକାର୍ଯ୍ୟ ର ପରିଚୟ ପ୍ରଦାନ କରିଥାଏ।
ଗୋପାଞ୍ଚଳ ପର୍ବତରେ ନିର୍ମିତ ଗ୍ୱାଲିୟର କିଲ୍ଲା ଏହି ସହରର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାଏ।
କିଲ୍ଲାର ଗଠନ –
ବିଶାଳକାୟ ଗ୍ୱାଲିୟର କିଲ୍ଲା ବଲୁଆ ପଥରର ପାହାଡ଼ରେ ନିର୍ମିତ ମଇଦାନ କ୍ଷେତ୍ର ଠାରୁ ୧୦୦ ମିଟର ଉଚ୍ଚରେ ଅବସ୍ଥିତ। କିଲ୍ଲରେ ପ୍ରବେଶ କରିବା ପାଇଁ ଦୁଇଟି ରାସ୍ତା ଅଛି। ପ୍ରଥମଟି ଗ୍ୱାଲିୟର ଦରଜା ଦ୍ୱିତୀୟଟି ଉରବାଇ ଦରଜା। କିଲ୍ଲାର ବାହାର ଦରଜା ୨ମିଟର ଲମ୍ବ ଏବଂ ଚଉଡ଼ା ୧ କିମି ଠାରୁ ୨୦୦ ମିଟର ପର୍ଯ୍ୟନ୍ତ। ପାହାଡ଼ ପର୍ଯ୍ୟନ୍ତ ଯିବା ପାଇଁ ରାସ୍ତା ଏତେ ସୁନ୍ଦର ଯେ, ଏହାକୁ ଦେଖି ସୌନ୍ଦର୍ଯ୍ୟର ପ୍ରକୃତ ବାସ୍ତବତା ଅନୁଭବ ହୋଇଥାଏ। ଏହାର ବାସ୍ତୁକଳା ମଧ୍ୟ ବିସ୍ମୟକର। କିଲ୍ଲାର ମୁଖ୍ୟଦ୍ୱାର ହାତୀ ପୁଲ ନାମରେ ଜଣାଶୁଣା। ଏଭଳି କିଲ୍ଲାରେ ବହୁ ସୁନ୍ଦରତା ଭରା ଦୃଶ୍ୟ ରହିଛି। ପ୍ରତିବର୍ଷ ଏଠାରେ ବହୁ ସଂଖ୍ୟାରେ ପର୍ଯଟକଙ୍କ ଭିଡ଼ ଜମିଥାଏ।
ଏହାସହ ଏହା ଦେଶର ସବୁଠାରୁ ବୃହତ୍ତ କିଲ୍ଲା ମାନଙ୍କ ମଧ୍ୟରୁ ଗୋଟିଏ। ଅଷ୍ଟମ ଶତାବ୍ଦୀରେ ନିର୍ମିତ ଏହି କିଲ୍ଲା ସଂସ୍କୃତି ଓ ବୈଭର ପରିଚୟ ପ୍ରଦାନ କରିଥାଏ। କିଲ୍ଲା ଦୁଇ ଭାଗରେ ଭାଗ ହୋଇଛି। ଗୋଟିଏ ହେଉଛି ମାନ ମନ୍ଦିର ପ୍ରାସାଦ ଓ ଅନ୍ୟଟି ଗୁଜରୀ ପ୍ରାସାଦ। ଯାହା ବର୍ତ୍ତମାନ ମ୍ୟୁଜିୟମ ପାଲଟିଛି। କିଲ୍ଲାରେ ହେଉଥିବା ବିଭିନ୍ନ ଉତ୍ସବ ପର୍ଯ୍ୟଟକ ମାନଙ୍କୁ ବେଶ ଆକର୍ଷିତ କରିଥାଏ।
ଗମନାଗମନ ଦୃଷ୍ଟିରୁ ସହର ଠାରୁ ୮ କିମି ଦୂରରେ ବିମାନବନ୍ଦର ରହିଛି। ସେଠାରୁ ଆପଣ ଟ୍ୟାକ୍ସିରେ ଯାଇପାରିବେ। ଏହାଛଡ଼ା ଦିଲ୍ଲୀ, ମୁମ୍ବଇ, ଅଜମେର, ଜବଲପୁର, ଭୋପାଲ, ବାରାଣସୀ ଠାରୁ ଗ୍ୱାଲିୟର ପର୍ଯ୍ୟନ୍ତ ଯିବା ପାଇଁ ଟ୍ରେନ ରହିଛି। ଷ୍ଟେସନରୁ ଆପଣ ଟ୍ୟାକ୍ସି ମାଧ୍ୟମରେ ଯାଇପାରିବେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories