www.samajalive.in
Sunday, December 7, 2025
14.1 C
Bhubaneswar

ଚେତୁନାହାନ୍ତି ରାଜଧାନୀ ବାସିନ୍ଦା; ଆମିଷ ବଜାରରେ ପାଦ ପକାଇବାକୁ ଜାଗା ନାହିଁ

ଭୁବନେଶ୍ୱର: କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହେବା ଦିନଠାରୁ ଖୋର୍ଦ୍ଧାଜିଲାରୁ କ୍ରମାଗତ ଭାବରେ ସବୁଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସେଥିମଧ୍ୟରେ ଅଧିକାଂଶ ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ ହେଉଛନ୍ତି। ଜନସାଧାରଣ ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ସରକାରଙ୍କ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଉଛି। ଏପରିକି ନିୟମ ଭଙ୍ଗକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଚେତାବନୀ ଦିଆଯାଇଛି। କିନ୍ତୁ ଶୁକ୍ରବାର ଦିନ ରାଜଧାନୀର ୪ ନମ୍ବର ଆମିଷ ହାଟ ଏବଂ ବଡଗଡର ଆମିଷ ବଜାରକୁ ଦେଖିଲେ ସେଠାରେ କେହି ଜଣେହେଲେ କରୋନା ମହାମାରୀର ଭୟାବହତା ସଂପର୍କରେ ତିଳେହେଲେ ସଚେତନ ଥିବାଭଳି ମନେହେଉନଥିଲା। ଆଜି (ଶୁକ୍ରବାର) ରାତି ୯ଟାରୁ କର୍ଫ୍ୟୁ ଆରମ୍ଭ ହେଉଥିବାବେଳେ ଶନିବାର ଓ ରବିବାର ସଟ୍‍ଡାଉନ ରହୁଥିବାରୁ ବଡଗଡ ଆମିଷ ବଜାରରେ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଥିଲା। ଏପରିକି ବଜାରରେ ପାଦ ପକାଇବାକୁ ଜାଗା ନଥିଲା। ଖୋଦ ରାଜଧାନୀରେ ଜନସାଧାରଣ କୋଭିଡ ନିୟମକୁ ଏଭଳି ଖୋଲାଖୋଲି ଉଲ୍ଲଂଘନ କରୁଥିବାବେଳେ ସେମାନଙ୍କ ବିରୁଦ୍ଧରେ ଦଣ୍ଡବିଧାନ ତ ଦୂରର କଥା, ସେମାନଙ୍କୁ ଅନ୍ତତଃପକ୍ଷେ ସେଠାରୁ ଘଉଡାଇବାକୁ ଜଣେ ହେଲେ ପୁଲିସ ନଥିଲେ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories