www.samajalive.in
Saturday, December 6, 2025
14.1 C
Bhubaneswar

ପୁଣି ଅମାନିଆ ହେଲେ କରୋନା ସଂକ୍ରମିତ; କୋଭିଡ କେୟାର ସେଣ୍ଟରରୁ ଖସିପଳାଇଲେ

ଅଗରତାଲା: ଗତବର୍ଷ ଭଳି ଏବର୍ଷ ବି ଅମାନିଆ ଓ ବିଶୃଙ୍ଖଳିତ ହେଉଛନ୍ତି କରୋନା ସଂକ୍ରମିତ। ସେମାନଙ୍କୁ ରଖାଯାଉଥିବା କୋଭିଡ କେୟାର ସେଣ୍ଟରରୁ ଖସି ପଳାଇବା ଆରମ୍ଭ କରିଛନ୍ତି। ଦେଶରେ ଏହିଭଳି ଘଟଣା ତ୍ରିପୁରାରେ ଘଟିଛି। ଏଠାକାର ଏକ କୋଭିଡ କେୟାର ସେଣ୍ଟରରୁ ୩୧ ଜଣ କୋଭିଡ ଆକ୍ରାନ୍ତ ଖସି ପଳାଇଛନ୍ତି। ଏମାନେ ସମେସ୍ତ ଉତ୍ତର ପ୍ରଦେଶ, ବିହାର, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ପଶ୍ଚିମବଙ୍ଗର ବାସିନ୍ଦା। ତ୍ରିପୁରା ଷ୍ଟେଟ ରାଇଫଲ୍ସରେ ନିଯୁକ୍ତି ରାଲିରେ ଯୋଗଦେବାକୁ ସେମାନେ ତ୍ରିପୁରାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଯେଉଁମାନେ କୋଭିଡ ସଂକ୍ରମିତ ଭାବେ ଚିହ୍ନଟ ହୋଇଥିଲେ ସେମାନଙ୍କୁ ଅଗରତାଲାର ଅରୁନ୍ଧତୀନଗର ଠାରେ ଥିବା ପଞ୍ଚାୟତି ରାଜ ତାଲିମ ପ୍ରତିଷ୍ଠାନରେ ରଖାଯାଇଥିଲା। କିନ୍ତୁ ସେମାନେ ଉକ୍ତ ପ୍ରତିଷ୍ଠାନର ପଛପଟ କାନ୍ଥଚଢି ସେଠାରୁ ଡେଇଁ ଖସି ପଳାଇ ଯାଇଛନ୍ତି।
ଇତିମଧ୍ୟରେ ପଶ୍ଚିମ ତ୍ରିପୁରା ଜିଲାର ଜିଲା ମାଜିଷ୍ଟ୍ରେଟ ଶୈଳେଶ ଯାଦବ କହିଛନ୍ତି, ପଳାଇ ଯାଇଥିବା ସମସ୍ତଙ୍କର ଠିକଣା ଓ ମୋବାଇଲ ନମ୍ବର ତାଙ୍କ ପାଖରେ ରହିଛି। ସେମାନଙ୍କର ଅବସ୍ଥିତି ଠାବ କରାଯାଇସାରିଛି, କିନ୍ତୁ ସେମାନେ ସମସ୍ତେ ତ୍ରିପୁରା ଛାଡି ସାରିଛନ୍ତି। ସେମାନଙ୍କୁ ଧରିବାକୁ ବ୍ୟାପକ ତଲାସି ଅଭିଯାନ ଆରମ୍ଭ ହୋଇଛି। ତ୍ରିପୁରା ସରକାର ରେଳବାଇ କର୍ତ୍ତୃପକ୍ଷ ଏବଂ ସମସ୍ତ ଥାନାକୁ ଖସି ପଳାଇଥିବା ଯୁବକଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି।
କୋଭିଡ ପରୀକ୍ଷା ଏଡାଇବାକୁ ସିଲଚର ବିମାନବନ୍ଦରରୁ ପଳାଇଲେ ୩୮୫ ଯାତ୍ରୀ
ଅନୁରୂପ ଭାବରେ ଗତକାଲି ବାଧ୍ୟତାମୂଳକ ଭାବରେ କୋଭିଡ-୧୯ ପରୀକ୍ଷା ଏଡାଇବାକୁ ସିଲଚର ବିମାନ ବନ୍ଦରରୁ ୩୮୫ ଜଣ ଯାତ୍ରୀ ପଳାଇଯାଇଥିବା ଖବର ମିଳିଛି। ସେମାନଙ୍କ ବିରୁଦ୍ଧରେ ଅପରାଧମୂଳକ ଆଇନ ଅନୁଯାୟୀ ଦଣ୍ଡବିଧାନ କରାଯିବ। ଏହି ଯାତ୍ରୀମାନେ ବିମାନ ବନ୍ଦର ଏବଂ ନିକଟସ୍ଥ ମହାତ୍ମା ଗାନ୍ଧୀ ମଡେଲ ହସପିଟାଲରେ ସେମାନଙ୍କର ସ୍ୱାବ ପରୀକ୍ଷା କରାଇବାର ଥିଲା। କିନ୍ତୁ ଏଥିପାଇଁ ୫୦୦ ଟଙ୍କା ଦେବାକୁ ମନାକରି ଯାତ୍ରୀମାନେ ହୋ ହାଲ୍ଲା କରିବା ସହିତ ସେଠାରୁ ପଳାଇବା ଆରମ୍ଭ କରିଥିଲେ। କର୍ତ୍ତୃପକ୍ଷ କହିଛନ୍ତି ଯେ ଉକ୍ତ ଯାତ୍ରୀମାନେ କୋଭିଡ ନିୟମ ଉଲ୍ଲଂଘନ କରିଛନ୍ତି ଏବଂ ସେମାନଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୮୮ ଏବଂ ଅନ୍ୟାନ୍ୟ ଦଫା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories