www.samajalive.in
Saturday, December 6, 2025
15.1 C
Bhubaneswar

ସରିଯାଉଛି ଅକ୍ସିଜେନ; ୨୫ ଗୁରୁତରଙ୍କ ପ୍ରାଣଗଲା; ଛଟପଟ ହେଉଛନ୍ତି ଆଉ ୬୦

ନୂଆଦିଲ୍ଲୀ: ଦିଲ୍ଲୀରେ ଏବେ ଅକ୍ସିଜେନର ଘୋର ଅଭାବ। ଦେଶର ବିଭିନ୍ନ ସ୍ଥାନରୁ ରାଜଧାନୀ ଦିଲ୍ଲୀକୁ ଅକ୍ସିଜେନ ପଠାଯାଉଥିଲେ ମଧ୍ୟ ସେଠାରେ ସଂଖ୍ୟାଧିକ ଗୁରୁତରଙ୍କ ପାଇଁ ତାହା ପର୍ଯ୍ୟାପ୍ତ ହେଉନାହିଁ। ଅକ୍ସିଜେନ ନପାଇ ଏଠାରେ ପ୍ରାଣ ହରାଉଛନ୍ତି ଅନେକ କରୋନା ଆକ୍ରାନ୍ତ ଓ ଅନ୍ୟ ରୋଗୀ। ଗତକାଲି ଏହିଭଳି ଦୁଃଖଦ ଘଟଣା ଘଣିଛି ସାର୍‍ ଗଙ୍ଗାରାମ ହସପିଟାଲରେ। ଗତକାଲି ରାତିରେ ଏହି ହସପିଟାଲରେ ଗୁରୁତର ଥିବା ୨୫ ଜଣଙ୍କର ମୃତ୍ୟୁ ଘଟିଛି। ଅକ୍ସିଜେନ ଅଭାବରୁ ସେମାନଙ୍କର ପ୍ରାଣହାନି ଘଟିଥିବା ଏକ ସୂତ୍ରରୁ କୁହାଯାଇଛି। କେବଳ ସେତିକି ନୁହେଁ, ସେଠାରେ ଭେଣ୍ଟିଲେଟର ଏବଂ ବାଇପାପ୍‍ ମେସିନଗୁଡିକ ମଧ୍ୟ ଠିକ ଭାବରେ କାମ କରୁନାହିଁ। ହସପିଟାଲରେ ଚିକିତ୍ସିତ ହେଉଥିବା ଆଉ ୬୦ଜଣ ଆକ୍ରାନ୍ତ ଏବେ ଛଟପଟ ହେଉଛନ୍ତି। ସେଠାକୁ ତୁରନ୍ତ ଅକ୍ସିଜେନ ଯୋଗାଇଦେବାକୁ ହସପିଟାଲ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି। ସେହିଭଳି ମାକ୍ସ ସ୍ମାର୍ଟ ହସପିଟାଲରେ ମଧ୍ୟ ଅକ୍ସିଜେନ ଶେଷହେବା ସ୍ଥିତିରେ ପହଞ୍ଚିଛି। ପରିସ୍ଥିତି ଏଭଳି ହୋଇଛି ଯେ ମେସିନ ଅଚଳ ହୋଇଯିବାରୁ ହସପିଟାଲ କର୍ମଚାରୀ ନିଜେ ରୋଗୀଙ୍କର ଭେଣ୍ଟିଲେସନ କରାଉଛନ୍ତି। ଇତିମଧ୍ୟରେ ଦିଲ୍ଲୀ ହାଇକୋର୍ଟ ଗତକାଲି କେନ୍ଦ୍ର ସରକାରଙ୍କୁ ଆଦେଶ ଦେଇ ରାଜଧାନୀ ଦିଲ୍ଲୀକୁ ତୁରନ୍ତ ମେଡିକାଲ ଅକ୍ସିଜେନ ଯୋଗାଇଦେବାକୁ କହିଛନ୍ତି। ହାଇକୋର୍ଟ ଏକଥା ମଧ୍ୟ କହିଛନ୍ତି ଯେ ସରକାର ଚାହିଁଲେ ଆକାଶ ପାତାଳ ଏକ କରିଦେଇ ପାରନ୍ତି, କିନ୍ତୁ ଦିଲ୍ଲୀକୁ ତୁରନ୍ତ ଅକ୍ସିଜେନ ଯୋଗାଇବାକୁ ହେବ। ଏହି ଆଦେଶକୁ ଅବମାନନା କଲେ ତାହାକୁ ଦଣ୍ଡନୀୟ ଅପରାଧ ବିବେଚନା କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories