www.samajalive.in
Saturday, December 6, 2025
23.1 C
Bhubaneswar

ନିୟମଗିରି ଅଞ୍ଚଳରେ ବିଷମ ସ୍ଥିତି, ଝରଣା ପାଣି ଭରସାରେ ସାତ ଦଶନ୍ଧି

ରାୟଗଡା: ରାୟଗଡା ଜିଲା ନିୟମଗିରି ଅଞ୍ଚଳରେ ବିଷମ ସ୍ଥିତି ଦେଖିବାକୁ ମିଳୁଛି। ପାଣି ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ଝରଣା ପାଣିରେ ଜୀବନ ବିତୁଛି। ନିୟମଗିରି ପାହାଡ ଉପରେ ଆଦିମ ଜନଜାତି ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି। ସେମାନଙ୍କୁ ସାମାଜିକ ମୁଖ୍ୟସ୍ରୋତରେ ସାମିଲ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତଥାପି ଆଦିମ ଜନଜାତି ବିକାଶ ଧାରାରେ ସାମିଲ ହୋଇପାରୁନାହାନ୍ତି। ପକ୍କା ରାସ୍ତା, ପାନୀୟ ଜଳ ପାଇଁ ଲୋକେ ସଂଘର୍ଷ କରୁଛନ୍ତି। ରାୟଗଡା ଜିଲାର କଲ୍ୟାଣସିଂହପୁର, ବିଷମକଟକ ଓ ମୁନିଗୁଡା ବ୍ଲକ ଅଧୀନରେ ଯାଉଛି ନିୟମଗିରି ପାହାଡ। ପାହାଡର ପାଦ ଦେଶରେ ପ୍ରାୟ ୧୧୨ ଗାଁ ରହିଛି। ସେହି ଏହି ଜନଜାତିଙ୍କ ବିକାଶ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ବିଭାଗ ସ୍ଥାପନ କରିଥିଲେ ହେଁ ସାତ ଦଶଦ୍ଧି ଧରି ସେମାନେ ଶୋଷଣର ଶିକାର ହେଉଛନ୍ତି। ପାନୀୟ ଜଳର ଘୋର ସଙ୍କଟ ଆଣି ଦେଇଛି। କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ ତେନ୍ତୁଳିପଦର ଗାଁ ଜ୍ବଳନ୍ତ ଉଦାହରଣ।

 

- Advertisement -

ତେନ୍ତୁଳିପଦର ଗାଁରେ ପ୍ରାୟ ୧୭ ପରିବାର ବସବାସ କରୁଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷରେ ଓଡ଼ିଶା ଆଦିମ ଜନଜାତି ଶସକ୍ତିକରଣ ଓ ଜୀବିକା ଉନ୍ନତୀକରଣ ପ୍ରକଳ୍ପ ଓ ଆଇଫାଡ ପକ୍ଷରୁ ପ୍ରାୟ ୩ ଲକ୍ଷ ୧୩ ହଜାର ଟଙ୍କା ବ୍ୟୟରେ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଅଢେଇ ବର୍ଷ ପରେ ବି ପାଣି ଲୋକେ ପାଇପାରିଲେ ନାହିଁ। ଗଭୀର ନଳକୂଅ, ପାଣି ଟାଙ୍କି ଭଳି କାର୍ଯ୍ୟ ଅଧାପନ୍ତରିଆ ଭାବେ ଉକ୍ତ ସଂସ୍ଥା ଛାଡି ଦେଇଥିବାରୁ ଅନେକ ଯନ୍ତ୍ରାଂଶ ଭାଙ୍ଗିରୁଜି ଗଲାଣି। ଟଙ୍କା ଉଠାଣ ହୋଇଯାଇଥିବା ଲୋକେ ଅଭିଯୋଗ କରିଛନ୍ତି। ନିୟମଗିରି ପାହାଡର ଲୋକେ ଆଉ କେତେ ଦିନ ଏମିତି ଜୀବନ କାଟୁଥିବେ ବୋଲି ପ୍ରଶ୍ନ କରିଛନ୍ତି ତେନ୍ତୁଳିପଦର ଗାଁର ଦାସୁ ସିକକା ଓ ଡ୍ରିକା କ୍ରିସ୍କା। ବିଷମକଟକ ବ୍ଲକ କୁର୍ଲି ପଞ୍ଚାୟତର କିଛି ଗ୍ରାମରେ ମଧ୍ୟ ଲୋକେ ପାନୀୟ ଜଳ ପାଇଁ ଡହଳବିକଳ ହେଉଛନ୍ତି। କୁର୍ଲି ପଞ୍ଚାୟତର ବଣ୍ଡେଲି, କାଡ୍ରାଗୁମା ଓ ମୁଣ୍ଡବାଲି ଗ୍ରାମରେ ଠିକ ଏପରି ଅବସ୍ଥା ଦେଖିବାକୁ ମିଳିଛି। ବର୍ଷା ଦିନେ ଝରଣା ପାଣି ପିଇବା ଲୋକଙ୍କ ପାଇଁ ସମସ୍ୟା ହେଉଛି ବୋଲି ଆଦିବାସୀ ନେତା ଜିତୁ ଜାକାସିକା ପ୍ରକାଶ କରିଛନ୍ତି। ତୃଣମୂଳସ୍ତରରେ ଅଧିକାରୀଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ବିକାଶରେ ବାଧକ ସାଜିଛି। ତେନ୍ତୁଳିପଦର ତଥା ଅଖା ପାଖ ଅଞ୍ଚଳର ପାନୀୟ ଜଳ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରାଯାଇ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି କଲ୍ୟାଣସିଂହପୁର ବିଡିଓ କାଳୁଚରଣ ନାୟକ ପ୍ରକାଶ କରିଛନ୍ତି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories