www.samajalive.in
Monday, December 15, 2025
16.1 C
Bhubaneswar

କୁକୁରଙ୍କ ପାଇଁ ଅଫିସର ର‍୍ୟାଙ୍କର ଚାକିରୀ: ଦରମା ୧୫ ଲକ୍ଷ ଟଙ୍କା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କରୋନା ପାଇଁ ବିଶ୍ୱ ଅର୍ଥନୀତି ବର୍ତ୍ତମାନ ସମୟରେ ସଙ୍କଟ ଦେଇ ଗତି କରୁଛି ଏବଂ କୋଟି କୋଟି ଲୋକଙ୍କ ଚାକିରୀ ବିପଦରେ ରହିଛି। ଏଭଳି ପରିସ୍ଥିତିରେ ଏକ କମ୍ପାନୀ କୁକୁରଙ୍କ ପାଇଁ ଚାକିରୀ ସୁଯୋଗ ଆଣିଛି, ଯାହାର ଦରମା ଶୁଣି ଆପଣ ଚକିତ ହୋଇଯିବେ। କୁକୁରଙ୍କୁ ଚାକିରୀରେ ରଖିବା ପରେ କମ୍ପାନୀ ତାଙ୍କୁ ପ୍ରାୟ ୨୦ ହଜାର ଡଲାର ଦେବ। ଭାରତୀୟ ମୁଦ୍ରାରେ ଯାହାର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା।

ଏହା ଏକ ଆମେରିକୀୟ ବିୟର କମ୍ପାନୀ। ଏହାର ନାମ ବୁଶ୍‍ ବିୟର। କମ୍ପାନୀକୁ ଏପରି ଏକ କୁକୁରର ଆବଶ୍ୟକତା ଅଛି, ଯିଏ ସ୍ୱାଦ ଚାଖିବାରେ ଏକ୍‍ଦମ୍‍ ପାରଙ୍ଗମ ଥିବ। ଏଥିପାଇଁ କମ୍ପାନୀ କୁକୁରଙ୍କୁ ନିଯୁକ୍ତି ଦେବା ପାଇଁ ପଦବୀ ସୃଷ୍ଟି କରିଛି। କମ୍ପାନୀର କହିବାନୁସାରେ, ଆମେ ଏକ ଚିଫ୍‍ ଟେଷ୍ଟିଂ ଅଫିସର୍‍ ଖୋଜୁଛୁ, ଯିଏ ବୁଶ୍‍ର ସର୍ବୋତ୍ତମ ସ୍ୱାଦ, ନୂଆ ସ୍ୱାଦ ଚାଖିବାରେ ପାରଙ୍ଗମ ଥିବ ଏବଂ ଫ୍ଲେଭର୍‍ ଉପରେ ଅନୁସନ୍ଧାନ କରିପାରିବ। ଏହାଦ୍ୱାରା କମ୍ପାନୀକୁ ସୁସ୍ୱାଦୁ ପାନୀୟ ପ୍ରସ୍ତୁତ କରିବାରେ ସାହାଯ୍ୟ ମିଳିବ। କମ୍ପାନୀ ନିଜ ଟ୍ୱିଟର ପେଜ୍‌ରେ ଏକ ଭିଡିଓ ପୋଷ୍ଟ କରି ଏହି ପଦବୀ ସମ୍ବନ୍ଧୀୟ ସୂଚନା ଦେଇଛି। ଭିଡିଓ ପୋଷ୍ଟ କରି କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହି ପଦବୀରେ କେବଳ କୁକୁରଙ୍କୁ ହିଁ ନିଯୁକ୍ତି ମିଳିବ।

- Advertisement -

କମ୍ପାନୀ ନିଜ ପ୍ରେସ୍‍ ରିଲିଜ୍‍ ଜରିଆରେ ଏହା ମଧ୍ୟ କହିଛି ଯେ, କୁକୁରଙ୍କ ଉପରେ ବହୁତ ଦାୟିତ୍ୱ ରହିବ। ଚିଫ୍‍ ଟେଷ୍ଟିଂ ଅଫିସର ଭାବେ ତାଙ୍କୁ କ୍ୱାଲିଟି କଣ୍ଟ୍ରୋଲ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଏହାବ୍ୟତୀତ ସେ ଉତ୍ପାଦର ବ୍ରାଣ୍ଡ ଆମ୍ବାସାଡ଼ର ମଧ୍ୟ ହେବେ। ଆବେଦନ କରିବାର ନିୟମ ଅତି ସରଳ। #BuschCTOcontest ଜରିଆରେ ଏଥିପାଇଁ ଆବେଦନ କରିବାକୁ ପଡ଼ିବ। ଏହାପରେ ମାଲିକଙ୍କୁ କହିବାକୁ ପଡ଼ିବ ଯେ, ତାଙ୍କ କୁକୁର ଏହି ପଦବୀ ପାଇଁ କାହିଁକି ଉପଯୁକ୍ତ। ଏହାକୁ ଆଧାର କରି କୁକୁରଙ୍କୁ ଚାକିରୀ ପାଇଁ ଚୟନ କରାଯିବ। ଆବେଦନ ପାଇଁ ଶେଷ ତାରିଖ ହେଉଛି ଏପ୍ରଲ୍‍ ୨୮ ତାରିଖ।

କମ୍ପାନୀ ପକ୍ଷରୁ ଏନେଇ ବିଜ୍ଞାପନ ଶେୟାର କରାଯିବା ପରେ ସାମାଜିକ ଗଣମାଧ୍ୟମରେ ଏହା ଖୁବ୍‍ ଭାଇରାଲ୍‍ ହୋଇଛି। ଭିଡିଓ ଦେଖିବା ପରେ କିଛି ଲୋକ ମଜାଳିଆ ପ୍ରତିକ୍ରିୟା ଦେଉଛନ୍ତି ତ ଆଉ କିଛି ଲୋକ ନିଜ କୁକୁରକୁ ଏହି ଚାକିରୀରେ ନିୟୋଜିତ କରାଇବାକୁ ଆଶା କରିଛନ୍ତି।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories