www.samajalive.in
Saturday, December 6, 2025
23.1 C
Bhubaneswar

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ବାତିଲ: କୋଭିଡ ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ନେଲେ ନିଷ୍ପତ୍ତି

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କର ଭାରତ ଗସ୍ତ ବାତିଲ ହୋଇଛି। ଭାରତରେ କୋଭିଡ ସଂକ୍ରମଣ ଦ୍ରୁତ ବୃଦ୍ଧିକୁ ଦୃଷ୍ଟିରେ ରଖି ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ଜନସନ ତାଙ୍କର ଗସ୍ତ ବାତିଲ କରିବାକୁ ତାଙ୍କ ଉପରେ ଚାପ ବଢିବାରେ ଲାଗିଥିଲା ଚଳିତ ମାସ ୨୫ ତାରିଖରେ ତାଙ୍କର ନୂଆଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମ ରହିଥିଲା। ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାକୁ ଅତ୍ୟନ୍ତ ଆଗ୍ରହୀ ଥିଲେ। ତେବେ ଦେଶର ବିରୋଧୀ ଲେବର ପାର୍ଟି ସାଂପ୍ରତିକ ସମୟରେ ତାଙ୍କର ଏହି ଗସ୍ତକୁ ନେଇ ପ୍ରଶ୍ନ ଉଠାଇଥିଲା। ଏହା କହିଥିଲା ଯେ ଜନସନ ଚାହିଁଲେ ନରେନ୍ଦ୍ର ମୋଦିଙ୍କ ସହିତ ଭର୍ଚୁଆଲ ପଦ୍ଧତିରେ ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ଆଲୋଚନା କରିପାରିବେ। ସରକାର ସାଧାରଣ ଜନତାଙ୍କୁ ବିଦେଶ ଭ୍ରମଣ ନକରିବା, ଏପରିକି କୋଭିଡ ସଂକ୍ରମଣ ସମୟରେ ଘରୁ ନବାହାରିବାକୁ କହୁଥିବାବେଳେ ଦେଶର ପ୍ରଧାନମନ୍ତ୍ରୀ ଭାରତ ଗସ୍ତ କରିବା କେତେଦୂର ଯୁକ୍ତିଯୁକ୍ତ ତାହା ପ୍ରଶ୍ନ କରିଥିଲା ଲେବର ପାର୍ଟି। ପୂର୍ବରୁ ଗତବର୍ଷ ଜାନୁଆରୀ ୨୬ରେ ଜନସନ ଭାରତର ସାଧାରଣତନ୍ତ୍ର ଦିବସରେ ଅତିଥି ହେବା କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ସେ ତାହା ବାତିଲ କରିଥିଲେ। ୨୦୧୯ ଡିସେମ୍ବରରେ ବ୍ରିଟେନରେ ସାଧାରଣ ନିର୍ବାଚନ ପରବର୍ତ୍ତୀ ସମୟରେ ଜନସନଙ୍କର ଏହା ୟୁରୋପ ବାହାରେ ପ୍ରଥମ ଗସ୍ତ ହୋଇଥାନ୍ତା। ତେବେ ଆଗାମୀ ଦିନରେ ବ୍ରିଟେନ-ଭାରତ ଦ୍ବିପାକ୍ଷିକ ସମ୍ପର୍କରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଭର୍ଚୁଆଲ ପଦ୍ଧତିରେ ଆଲୋଚନା କରିବେ ବୋଲି ଜଣାଯାଇଛି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories