www.samajalive.in
Sunday, December 14, 2025
14.1 C
Bhubaneswar

୧୩୧ ଲିଟର ବିଦେଶୀ ମଦ ଜବତ,୨ ଗିରଫ

ଫୁଲବାଣୀ : ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଏକ ସ୍ୱତନ୍ତ୍ର ଦଳ ଅଚାନକ ଭାବେ ବିଭିନ୍ନ ସ୍ଥାନରେ ଚଢାଉ କରି ଚୋରାରେ ଓ ବେଆଇନ ଭାବେ ବିକ୍ରି ହେଉଥିବା ୧୩୧ ଲିଟର ବିିଭିନ୍ନ ବିଦେଶୀ ମଦ ଜବତ କରିବା ସହିତ ଏହି ଘଟଣାରେ ୨ ଜଣକୁ ଗିରଫ କରିଛନ୍ତି। ଗିରଫ ମାନେ ହେଲେ ଗୋଛାପଡ଼ା ପଞ୍ଚାୟତ ଅନ୍ତର୍ଗତ କାମଟଣା ଗ୍ରାମର ରିନା କହଁର ଓ ଅନ୍ୟଜଣେ ହେଲେ ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ଭେଟଖୁଲ୍‍ ଗ୍ରାମର ପଦ୍ମଚରଣ ସାହୁ। ଅବକାରୀ ଅଧିକାରୀ ବିଶ୍ୱଜିତ୍‍ ନାୟକଙ୍କ ନେତୃତ୍ୱରେ ଏହି ଚଢାଉରେ ଏସ୍‍.ଆଇ ସନ୍ତୋଷ ନାୟକ, କୁମୁଦ ପ୍ରଧାନ, ପ୍ରବୀଣ କୁମାର ସାମଲ ପ୍ରମୁଖ ସାମିଲ ହୋଇଥିଲେ। ଚଢାଉରେ ରିନା କହଁରଙ୍କ ଠାରୁ ୧୦୧ ଲିଟର ବିଦେଶୀ ମଦ ଜବତ କରିଥିବା ବେଳେ ପଦ୍ମଚରଣ ଠାରୁ ୩୦ ଲିଟର ବିଦେଶୀ ମଦ ଜବତ କରିଥିଲେ। ଦୀର୍ଘଦିନ ହେଲା ଉଭୟ ଏହି ଚୋରା ମଦକାରବାର କରୁତିବା ତଦନ୍ତରୁ ଜଣାଇଛି। ପୃଥକ ପୃଥକ ଭାବେ ୨ଟି ମାମଲା ରୁଜୁକରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତ ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି। ଆଜି ସକାଳ ପ୍ରାୟ ୯ଟା ବେଳେ ଏହି ଚଢାଉ କରାଯାଇଥିଲା।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories