www.samajalive.in
Saturday, December 13, 2025
18.1 C
Bhubaneswar

ପୋଖରୀରେରେ ବୁଡି ୨ ମୃତ

ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ଡିଙ୍ଗର ଗ୍ରାମରେ ଜଣେ ବାଳକ ଏବଂ କୁଞ୍ଜୁରୀ ପଞ୍ଚାୟତ ଅନ୍ତର୍ଗତ ବରପଦା ଗ୍ରାମରେ ଜଣେ ଯୁବକ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିବାର ଜଣାପଡିଛି। ବ୍ୟବଚ୍ଛେଦ ପରେ ସେମାନଙ୍କର ଶବ ପରିବାରକୁ ହସ୍ତାନ୍ତର କରାଯାଇଛି। ସେହିପରି ଡିଙ୍ଗର ଗ୍ରାମର ଜଗବନ୍ଧୁ ବେହେରାଙ୍କ ପୁତ୍ର ଓଁମ ପ୍ରକାଶ ବେହେରା(୧୦)ଏବଂ ତାଙ୍କ ଭଉଣୀ ଘରେ ନଜଣାଇ ନିକଟସ୍ଥ କିଆଗକ୍ଷଡ଼ିଆ ପୋଖରୀକୁ ଦୁହେଁ ଗାଧୋଇବାକୁ ଯାଇଥିବାବେଳେ ପୋଖରୀ ଭିତରକୁ ଭାଇର ଗୋଡ ଖସିଯାଇଥିଲା। ଭଉଣୀ ଏକଥା ଦେଖି ସଙ୍ଗେ ସଙ୍ଗେ ଘରଲୋକମାନଙ୍କୁ ଡାକ ପକାଇଥିଲା। ପରିବାର ଲୋକମାନେ ଆସି ତାକୁ ଅଚେତ ଅବସ୍ଥାରେ ଉଦ୍ଧାର କରି ସଙ୍ଗେ ସଙ୍ଗେ ବେଗୁନିଆ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ କିଛି ଲୋକ ସେ ଜୀବିତ ଥିବାର ସନ୍ଦେହ କରି ଖୋରଧା ମୁଖ୍ୟ ଡାକ୍ତରଖାନାକୁ ନେବା ପରେ ସେଠାରେ ମଧ୍ୟ ଡାକ୍ତର ତାକୁ ମୃତ ଘୋଷଣା କରି ଶବ ବ୍ୟବଚ୍ଛେଦ କରିଥିଲେ । ଏ ସଂକ୍ରାନ୍ତରେ ବେଗୁନିଆ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଥିବାର ଜଣାପଡିଛି।

- Advertisement -

ସେହିପରି ବେଗୁନିଆ ବ୍ଲକ କୁଞ୍ଜୁରୀ ପଞ୍ଚାୟତ ଅନ୍ତର୍ଗତ ବରପଦକ୍ଷ ଗ୍ରାମର ବୁଦ୍ଧଦେବ ପ୍ରଧାନ(୪୫) ତାଙ୍କ ଗ୍ରାମରେ ଥିବା ପୋଖରୀକୁ ଗାଧୋଇ ବାକୁ ଯାଇଥିଲେ। ଗୋଡ ଖସିଯିବାରୁ ସେ ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲେ। ଘରକୁ ଫେରିବାରେ ତାଙ୍କର ବିଳମ୍ବ ହେବାରୁ ପରିବାର ଲୋକମାନେ ତାଙ୍କୁ ଖୋଜା ଖୋଜି କରି ପୋଖରୀ ନିକଟରେ ପହଞ୍ଚିଥିଲେ। ଏହି ସମୟରେ ପୋଖରୀରେ ଜଣେ ବ୍ୟକ୍ତି ବଳଦ ଗାଧୋଉ ଥିବାବେଳେ ତାଙ୍କ ଗୋଡ଼ରେ ବାଜିବାରୁ ତାଙ୍କୁ ଉପରକୁ ଉଠାଇ ଆଣିଥିଲେ। ତାଙ୍କୁ ତୁରନ୍ତ ଖୋର୍ଦ୍ଧା ଡାକ୍ତରଖାନାକୁ ନେଇଯାଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ । ତାଙ୍କର ଦୁଇଟି ପୁଅ ଏବଂ ଗୋଟିଏ ଝିଅ ଓ ବିଧବା ପତ୍ନୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories