www.samajalive.in
Friday, December 12, 2025
19.1 C
Bhubaneswar

୧୪ ଦିନରେ ବେଗୁନିଆରେ ୧୪ କରୋନା ଆକ୍ରାନ୍ତ ଚିହ୍ନଟ, ଜନସାଧାରଣ ମାନୁନାହାନ୍ତି କୋଭିଡ ନିୟମ

ବେଗୁନିଆ: କରୋନା ମହାମାରୀର ଦ୍ୱିତୀୟ ଲହର ଭାରତରେ ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ଓଡିଶା ମଧ୍ୟ ସେଥିରୁ ବାଦ ପଡିନି। ଓଡ଼ିଶାରେ ତାହାର ପ୍ରକୋପ ବଢି ଚାଲିଥିବାରୁ ତାହା ଏବେ ରାଜ୍ୟସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇପଡିଛି। ବେଗୁନିଆ ବ୍ଲକରେ ଚଳିତ ଏପ୍ରିଲ ୫ରୁ୧୮ ମଧ୍ୟରେ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି l ସମସ୍ତେ ହୋମ ଆଇସୋଲେସନରେ ରହି ଚିକିସ୍ଥିତ ହେଉଥିବା ଜଣାପଡିଛି l ବୋତଳମା ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଭାରପ୍ରାପ୍ତ ଅଧିକାରୀ ଡା.ଦେବାଶିଷ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଦୁଇଟି ଟିମ ବ୍ଲକ ଅଞ୍ଚଳରେ କାର୍ଯ୍ୟ କରୁଥିବାବେଳେ କର୍ମଚାରୀମାନେ ନିୟମିତ ସେମାନଙ୍କ ନିକଟରେ ପହଞ୍ଚି ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରୁଛନ୍ତି। ବେଗୁନିଆରୁ ୪, କୋଟପଲାରୁ ୩, ବାଘମାରୀ ଏବଂ ଗଡମାଣତିରରୁ ୨ ଜଣ ଲେଖାଏଁ,ରାଧାକାନ୍ତପୁର, ସିମୋର ଏବଂ ତଣ୍ଡାଳରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି। ତଣ୍ଡାଳର ବ୍ୟକ୍ତି ଜଣକ ଗୁଜୁରାଟରୁ ଫେରିଥିବାବେଳେ କୋଟପଲ୍ଲାର ଜଣେ ପୁନେରୁ ଫେରିଥିବାର ଜଣାପଡିଛି। ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି l କାରଣ ଯେଉଁମାନେ ବାହାରେ ରହୁଛନ୍ତି ସେମାନଙ୍କ ସମ୍ପର୍କରେ ଏଠାକୁ କୌଣସି ତଥ୍ୟ ଆସୁନାହିଁ।


ରାଜ୍ୟ ସରକାର କରୋନା ନିୟମକୁ କଡାକଡି କରି ସମସ୍ତେ ବାଧ୍ୟତାମୂଳକ ମାସ୍କ ପିନ୍ଧିବା, ବଜାର ଘାଟରେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଅଧିକ ଗୁରୁତ୍ୱ ଦେଉଥିବାବେଳେ ବେଗୁନିଆ ବ୍ଲକର ବିଭିନ୍ନ ବଜାର ହାଟ ମାନଙ୍କରେ କୋଭିଡ ନିୟମ ମାନୁନଥିବା ଦେଖିବାକୁ ମିଳୁଛି। ଯଦ୍ୱାରା କୋଭିଡ ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ଯେଉଁ ୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୨ ଜଣ ବାହାର ରାଜ୍ୟରୁ ଫେରିଥିବାର ଜଣାପଡିଛି। ବେଗୁନିଆ ବ୍ଲକର ସମସ୍ତ ଜନସାଧାରଣ ମାସ୍କ ପିନ୍ଧିବା ସାମାଜିକ ଦୂରତା ରକ୍ଷା କରିବା ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ, ବେଗୁନିଆ ଥାନାଆଇଆଇ ରଶ୍ମିରଞ୍ଜନ ସାହୁ ଏବଂ ବାଘମାରୀ ଥାନା ଆଇଆଇସି ପ୍ରଣୀତା ପଟ୍ଟନାୟକ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories