www.samajalive.in
Saturday, December 6, 2025
26.1 C
Bhubaneswar

କେଉଁଦିନ କର୍ଫ୍ୟୁ? ପୃଥକ ସୂଚନାକୁ ନେଇ ଅଡୁଆରେ ଜନସାଧାରଣ

ରାଜ୍ୟରେ କରୋନା ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ଗତକାଲି ରାତ୍ରିକାଳୀନ କର୍ଫ୍ୟୁ ବିଷୟ ଘୋଷଣା କରାଯାଇଥିଲେ ମଧ୍ୟ ତାହା ଆଜିଠାରୁ ଅର୍ଥାତ ଏପ୍ରିଲ ୧୬ କିମ୍ବା ଆସନ୍ତାକାଲି ଠାରୁ (ଏପ୍ରିଲ ୧୭)ରୁ ଲାଗୁ ହେବ ତାହା ନେଇ ସନ୍ଦେହ ପ୍ରକାଶ ପାଇଛି। ଗତକାଲି ମୁଖ୍ୟ ଶାସନ ସଚିବ ଭିଡିଓ ବାର୍ତ୍ତା ଜରିଆରେ ଆଜିଠାରୁ (ଏପ୍ରିଲ ୧୬)ରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବ ବୋଲି କହିଥିଲେ ଏବଂ ତାହା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ମଧ୍ୟ ଟ୍ୱିଟ କରିଥିଲା।

- Advertisement -

ଏପ୍ରିଲ ୧୫ ତାରିଖ ସନ୍ଧ୍ୟା ୭ଟା ୧ ମିନିଟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ କରିଥିଲା ଯେ “ରାଜ୍ୟର ସମସ୍ତ ସହରାଞ୍ଚଳରେ ଆସନ୍ତା କାଲି ଠାରୁ ନାଇଟ୍ କର୍ଫ୍ଯୁ ଜାରି ହେବ। ୧୦ଟି ବୋର୍ଡର୍ ଜିଲ୍ଲାରେ ଜାରି ହୋଇଥିବା ନାଇଟ୍ କର୍ଫ୍ଯୁ ସନ୍ଧ୍ୟା ୬ଟାରୁ ସକାଳ ୫ଟା ଏବଂ ଅନ୍ୟ ୨୦ଜିଲ୍ଲାର ସହରାଞ୍ଚଳରେ ରାତି ୯ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ଯୁ ଜାରି ରହିବ। ୧୦ଟି ବୋର୍ଡର ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ୍ ଘୋଷଣା କରାଯାଇଛି।”

ତେବେ ଆଜି ଦିନ ୧ଟା ୫ ମିନିଟରେ ସମ୍ପୃକ୍ତ ବିଭାଗ ଟ୍ୱିଟ କରିଛି ଯେ “୧୭ ଏପ୍ରିଲ (ଶନିବାର) ଠାରୁ ରାଜ୍ୟର ୧୦ଟି ସୀମାନ୍ତ ଜିଲ୍ଲାରେ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଏବଂ ଅନ୍ୟ ୨୦ଟି ଜିଲ୍ଲାର ସହରାଞ୍ଚଳରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ଯୁ ବଳବତ୍ତର ରହିବ। ଏହି ସମୟରେ ସ୍ବାସ୍ଥ୍ୟସେବା, ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ଏବଂ ମାଲବାହୀ ଗାଡି ଚଳାଚଳ ପାଇଁ କୌଣସି କଟକଣା ନାହିଁ। #StayHome”


ଏବେ ଜନସାଧାରଣ ଦ୍ବନ୍ଦରେ, କେଉଁଟି ଠିକ? ରାତ୍ରିକାଳୀନ କର୍ଫ୍ୟୁ ଆଜିଠାରୁ ନାଁ ଆସନ୍ତାକାଲିଠାରୁ। ଯଦିଓ ପୂର୍ବରୁ ୧୦ଟି ଜିଲ୍ଲାରେ ଜାରି ରାତ୍ରିକାଳୀନ କର୍ଫ୍ୟୁର ଅବଧି ରାତି ୯ଟା ପରିବର୍ତ୍ତେ ସନ୍ଧ୍ୟା ୬ଟାରୁ ଆଜିଠାରୁ ଲାଗୁ ହେବ କିନ୍ତୁ ଅନ୍ୟ ୨୦ଟି ଜିଲ୍ଲାର ସହରାଞ୍ଚଳରେ ଆଜିଠାରୁ କିମ୍ବା ଆସନ୍ତାକାଲିଠାରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ତାହା ନେଇ ସନ୍ଦେହାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories