www.samajalive.in
Saturday, December 6, 2025
15.1 C
Bhubaneswar

ନିଜାମୁଦ୍ଦିନ ମରକଜରେ ନମାଜ ପାଇଁ ୫୦ଜଣଙ୍କୁ ଅନୁମତି

ନୂଆଦିଲ୍ଲୀ: କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ହାଇକୋର୍ଟ ନିଜାମୁଦ୍ଦିନ ମରକଜରେ ସର୍ବାଧିକ ୫୦ଜଣଙ୍କୁ ନମାଜ ପାଠ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ପବିତ୍ର ରମ୍‍ଜାନ ମାସ ଅବସରରେ ସେଠାରେ ଦୈନିକ ପାଞ୍ଚଥର ଯେଭଳି ସର୍ବାଧିକ ୫୦ ଜଣ ନମା ପାଠ କରିବେ ତାହା ଦେଖିବାକୁ ହାଇକୋର୍ଟ ନିଜାମୁଦ୍ଦିନ ଥାନା ଷ୍ଟେସନ ହାଉସ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଧାର୍ମିକ ସମାବେଶ ଅଥବା ଉପାସନା ସ୍ଥଳଗୁଡିକରେ ଜନସାଧାରଣ ସମବେତ ହେବାକୁ ଅନୁମତି ଦେବାନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। ହାଇକୋର୍ଟର ଜଷ୍ଟିସ ମୁକ୍ତା ଗୁପ୍ତା ତାଙ୍କ ଆଦେଶରେ କହିଥିଲେ ଯେ ମସଜିଦ ବଙ୍ଗଲେ ୱାଲିର ବେସମେଣ୍ଟ ଉପରେ ଥିବା ପ୍ରଥମ ମହଲାରେ ନମାଜ ପାଠ କରାଯିବ ଏବଂ ସେଠାରେ କୋଭିଡ ନିୟମାବଳୀକୁ କଡାକଡି ଭାବେ ପାଳନ କରାଯିବ। ମସଜିଦର ଅନ୍ୟ ମହଲାଗୁଡିକରେ ନମାଜ ପାଠ ପାଇଁ କରାଯାଇଥିବା ଆବେଦନକୁ ମାନ୍ୟବର ହାଇକୋର୍ଟ ଅଗ୍ରାହ୍ୟ କରିଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories