www.samajalive.in
Sunday, December 7, 2025
18.1 C
Bhubaneswar

କରୋନା ସମୟରେ ବିବାହ ; ନିମନ୍ତ୍ରଣପତ୍ରରେ କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

ହରିଦ୍ୱାର : ସାରା ଦେଶରେ କରୋନା ନିଜର କାୟା ବିସ୍ତାର କରି ଚାଲିଛି। ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏବେ ବିବାହ ସମୟ ମଧ୍ୟ ରହିଛି। ବର୍ତ୍ତମାନ ସମୟରେ ବିବାହ ସମାରୋହରେ ସାମାଜିକ ଦୂରତା ସହ ସରକାରଙ୍କ ଗାଇଡଲାଇନର ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ମାତ୍ର ଏବେ ଜୟପୁରରେ ଏକ ଭିନ୍ନ ଘଟଣା ସାମ୍ନାକୁ ଆସିଛି। ବିବାହ (ନିମନ୍ତ୍ରଣପତ୍ର) କାର୍ଡରେ ବିବାହ ସମାରୋହରେ ଆସିବାକୁ ଥିବା ସମସ୍ତ ଅତିଥିଙ୍କୁ ଆରଟିପିସିଆର ଟେଷ୍ଟ ସହ ନେଗେଟିଭ ରିପୋର୍ଟ ଆଣିବାକୁ କୁହାଯାଇଛି।
୨୪ ଏପ୍ରିଲରେ ରାଜସ୍ଥାନର ଜୟପୁରରେ ହେବାକୁ ଥିବା ବିବାହରେ ଏପରି ବ୍ୟବସ୍ଥା କରାଯାଇଛି।
କରୋନାର ବୃଦ୍ଧିକୁ ଦୃଷ୍ଟିରେ ରଖି ଉକ୍ତ ପରିବାର ତରଫରୁ ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ ସହ ବିବାହ ପାଇଁ ଡିଜିଟାଲ କାର୍ଡରେ ମାଧ୍ୟମରେ ଲୋକଙ୍କୁ ନିମନ୍ତ୍ରଣ ସହ ସେଥିରେ କୋଭିଡ ନେଗେଟିଭ ରିପୋର୍ଟ ଆଣିବାକୁ ମଧ୍ୟ ଅନୁରୋଧ କରାଯାଇଛି। ରିପୋର୍ଟ ଆଣ୍ଟିଜେନ ନୁହେଁ ବରଂ ଆରଟିପିସିଆର ନେଗେଟିଭ କୁହାଯାଇଛି। ପରିବାର ତରଫରୁ କୁହାଯାଇଛି କୌଣସି ପ୍ରକାର ରିସ୍କ ନନେବା ପାଇଁ ଏପରି କରାଯାଇଛି। ଏହାସହ ଅତିଥିଙ୍କୁ ସାନିଟାଇଜର ବ୍ୟବହାର ସହ, ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି। କେବଳ ଅତିଧି ନୁହେଁ ପରିବାର ଲୋକେ ମଧ୍ୟ ଏହି ନିୟମର ପାଳନ କରିବେ। ଏହାସହ ବର୍ତ୍ତମାନ ବିବାହ ସମାରୋହରେ ୫୦ ଜଣଙ୍କୁ ନିମନ୍ତ୍ରଣ କରିବାକୁ ନିୟମ ଲାଗୁ ହୋଇଥିବାରୁ ଏଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବ ବୋଲି ଉକ୍ତ ପରିବାର ତରଫରୁ କୁହାଯାଇଛି।ଏହାସହ ରାଜସ୍ଥାନରେ ୨୪ ଘଣ୍ଟାରେ ୬ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟ ସରକାର ତରଫରୁ ବିିଭିନ୍ନ ନିୟମ ଲାଗୁ କରାଯାଇଛି। ରାଜ୍ୟରେ ଦୋକାନ ଓ ବଜାର ସନ୍ଧ୍ୟା ୫ଟା ଯାଏଁ ଖୋଲା ରହିବ। ଏହାସହ ସନ୍ଧ୍ୟା ୬ଟା ରୁ ସକାଳ ୬ଟା ନାଇଟ କର୍ଫ୍ୟ ଜାରି କରାଯାଇଛି।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories