ଭଦ୍ରକ: ଭଦ୍ରକ ଜିଲା ଧାମନଗର ବ୍ଲକ ସୋହଡା ପଞ୍ଚାୟତସ୍ଥିତ ବୈତରଣୀ ନଦୀରେ ବୁଡ଼ି ଗୁରୁବାର ଭାଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ବୈତରଣୀ ନଦୀ ଭିତରେ ବ୍ରିଜ ପାଇଁ ଖୋଳା ଯାଇଥିବା ଗାତରେ ପଡ଼ି କଅଁଳ ଭାଇଭଉଣୀଙ୍କ ଜୀବନ ଚାଲିଯାଇଛି। ମୃତ ଦୁଇ ଶିଶୁ ଧାମନଗନର ଥାନା ଅନ୍ତର୍ଗତ ସୋହଡ଼ା ଗ୍ରାମର ଟୁକୁ ଦାଶଙ୍କ ଝିଅ ବର୍ଷାରାଣୀ ଦାଶ(୧୧) ଓ ପୁଅ ବାତୁଆ ଦାଶ(୫)। ହାତ ଧରାଧରି ହୋଇ ଶୁଖିଲା ନଦୀ ଆରପାଖ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଜୟନ୍ତରା ଗ୍ରାମରେ ଥିବା ପିଉସୀ ଘରକୁ ଯାଉଥିଲେ ବୋଲି ଜଣାପଡ଼ିଛି।
Popular Categories



