www.samajalive.in
Monday, December 8, 2025
14.1 C
Bhubaneswar

ପନିର ବରା ଚାଟ୍‍

ଆବଶ୍ୟକ ସାମଗ୍ରୀ :

ପନିର -୨୦୦ଗ୍ରାମ୍‍

- Advertisement -

ଆଳୁ(ସିଝା) -୨ଟି

ଅଦା – ଅଧା ଇଞ୍ଚ

ଲୁଣ – ସ୍ୱାଦ ଅନୁସାରେ

କଞ୍ଚା ଲଙ୍କା -୧ଟି

ତେଲ (ଛାଣିବା ପାଇଁ)

ସଜାଇବା ପାଇଁ :

ଦହି – ୪କପ୍‍
ମିଠା ଚଟଣି – ୧କପ୍‍

ଜିରା ଗୁଣ୍ଡ – ୨ଚାମଚ

ଲଙ୍କା ଗୁଣ୍ଡ – ୧ଚାମଚ

କଳା ଲୁଣ – ୧ଚାମଚ

ଧନିଆ ପତ୍ର

ପ୍ରସ୍ତୁତି ପ୍ରଣାଳୀ :

ପନିର ବରା ଚାଟ୍‍ ବନାଇବା ପାଇଁ ପ୍ରଥମେ ଗୋଟିଏ ପାତ୍ରରେ ଆଳୁ,ପନିରକୁ ମିଶାଇ ଭଲ ଭାବରେ ଚକଟି ଦିଅନ୍ତୁ। ସେହି ମିଶ୍ରଣରେ ଛେଚା ହୋଇଥିବା ଅଦା,ଲୁଣ,କଞ୍ଚା ଲଙ୍କା ମିଶାଇ ଭଲ ଭାବରେ ଚକଟି ୫ମିନିଟ୍‍ ପର୍ୟ୍ୟନ୍ତ ଛାଡ଼ି ଦିଅନ୍ତୁ। ୫ମିନିଟ୍‍ ପରେ ମିଶ୍ରଣରୁ ଅଳ୍ପ କିଛି ନେଇ ବରା ପରି ଗୋଲ କରି ଦିଅନ୍ତୁ।ଗ୍ୟାସରେ କଡେଇ ବସାଇ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ଗୋଲ କରିଥିବା ବରା ଗୁଡ଼ିକୁ ଛାଣନ୍ତୁ। ସୁନେଲୀ ରଙ୍ଗ ହେବା ପରେ ବରା ଗୁଡ଼ିକୁ ବାହାର କରି ଦିଅନ୍ତୁ।ଗୋଟିଏ ପାତ୍ରରେ ଛଣା ହୋଇଥିବା ପନୀର ବରା ନିଅନ୍ତୁ। ତା ଉପରେ କଳା ଲୁଣ,ଜିରା ଗୁଣ୍ଡ,ଲଙ୍କା ଗୁଣ୍ଡ,ମିଠା ଚଟଣି,ଦହି ପକାନ୍ତୁ। ତା ଉପରେ ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ପନିର ବରା ଚାଟ୍‍ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories