www.samajalive.in
Sunday, December 14, 2025
19.1 C
Bhubaneswar

ଘର ଭିତରୁ ୬ଟି କାଣ୍ଡନାଳ ସାପ ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁର ସହର ନୀଳକଣ୍ଠ ନଗର ୫ମ ଗଲିରୁ ଜଣେ ବ୍ୟକ୍ତିଙ୍କ ଘରୁ ୬ ଗୋଟି କାଣ୍ଡନାଳ ସାପ ଉଦ୍ଧାର କରାଯାଇଛି। ନୀଳକଣ୍ଠ ନଗରର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ନିଜ ଘର ଉପର ସିଡ଼ି ରୁମରେ ଦୁଇଟି ସାପକୁ ଦେଖିଥିଲେ। ଏହାପରେ ସେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧୀନ କୁମାର ସାହୁଙ୍କୁ ସାପକୁ ଉଦ୍ଧାର କରିବା ପାଇଁ ଫୋନ ମାଧ୍ୟମରେ ଜଣାଇଥିଲେ। ସ୍ୱାଧୀନ ଏବଂ ଶ୍ରୀକାନ୍ତ ଉଭୟ ଉଦ୍ଧାରକାରୀ ସେଠାରେ ପହଞ୍ଚିଥିଲେ। ସାପ କେଉଁଠାରେ ରହିଛି ତାହାର ସନ୍ଧାନ ମଧ୍ୟ କରିଥିଲେ। ପ୍ରଥମେ ଗୋଟିଏ ସାପ ଉପର ଘର ଟିଣରେ ଦେଖିବାକୁ ପାଇଥିଲେ ଓ ତାହାକୁ କୌଶଳ କ୍ରମେ ଉଦ୍ଧାର କରିଥିଲେ।

ଏହାପରେ ଘର ପରିସରରେ ଆହୁରି ସାପକୁ ଦେଖିଥିବା ଶ୍ରୀ ପାଣିଗ୍ରାହୀ କହିଥିଲେ। ଘରର ବିଭିନ୍ନ ସ୍ଥାନ ଖୋଜିବା ପରେ ଗୋଟିଏ ଟିଣ ପେଢ଼ି ତଳେ ବହୁତ ଗୁଡିଏ କାଣ୍ଡନାଳ ସାପ ଏକା ସାଙ୍ଗରେ ଥିବା ଦେଖିବାକୁ ମିଳିଥିଲା। ଗୋଟାଏ ପରେ ଗୋଟାଏ କରି ପେଢ଼ି ତଳୁ ୫ ଗୋଟି କାଣ୍ଡନାଳକୁ ଉଦ୍ଧାର କରିଥିଲେ। ଶ୍ରୀ ପାଣିଗ୍ରାହୀ ଏକ ବର୍ଷ ଧରି ବାଙ୍ଗାଲୋରରେ ନିଜ ପୁଅଙ୍କ ନିକଟରେ ସପରିବାର ସହ ରହି ଆସୁଥିବା ବେଳେ ଏହି ଘରଟି ବନ୍ଦ ପଡିଥିଲା। ବର୍ତ୍ତମାନ କିଛିଦିନ ହେବ ସେ ବାଙ୍ଗାଲୋରରୁ ଫେରି ବ୍ରହ୍ମପୁରରେ ଘରେ ରହୁଛନ୍ତି। ତେବେ ଏତେ ଗୁଡ଼ାଏ ସାପକୁ ଘରେ ଦେଖି ଘର ଲୋକ ଭୟଭିତରେ ରହିଛନ୍ତି। ଉଦ୍ଧାର ସାପକୁ ବନ ବିଭାଗର ପରାମର୍ଶ କ୍ରମେ ଜଙ୍ଗଲରେ ଛଡ଼ାଯିବ ବୋଲି ସୂଚନା ଦେଇଛନ୍ତି ସ୍ୱାଧୀନ କୁମାର ସାହୁ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories