www.samajalive.in
Sunday, December 14, 2025
26.1 C
Bhubaneswar

ଅଭିନେତା ବଦ୍ରି ନାରାୟଣ ମହାପାତ୍ରଙ୍କ ପରଲୋକ

ଭବାନୀପାଟଣା: କଳାହାଣ୍ଡିର ବରିଷ୍ଠ ଚଳଚିତ୍ର, ଟିଭି, ବେତାର ଓ ମଞ୍ଚ ଅଭିନେତା, ନିର୍ଦେଶକ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ବିଜେତା ଅଭିନେତା ବଦ୍ରି ନାରାୟଣ ମହାପାତ୍ରଙ୍କ ପରଲୋକଙ୍କ ଆଜି ଅପରାହ୍ନରେ ପରଲୋକ ଘଟିଛି। ଶ୍ରୀ ମହାପାତ୍ର ଶତାଧିକ ନାଟକରେ ଅଭିନୟ କରିବା ସହ ଅନେକ ବେତାର ଓ ଟିଭି କାର୍ୟ୍ୟକ୍ରମରେ ଅଭିନୟ କରିଥିଲେ। ଚଳଚ୍ଚିତ୍ର ‘ସମର୍ପଣ, ପଳାତକ ଓ ଜନ୍ମଦାତା’ରେ ନିଖୁଣ ଅଭିନୟ କରି ସେ ଦର୍ଶକଙ୍କ ମନ ମୋହିଥିଲେ। ଏହା ବ୍ୟତୀତ ସେ ଅନେକ ନାଟକର ନିର୍ଦେଶନା ମଧ୍ୟ ଦେଇଥିଲେ। କଳା ସଂସ୍କୃତି ନିମନ୍ତେ ଅବଦାନ ନିମନ୍ତେ ତାଙ୍କୁ କଳାହାଣ୍ଡି ଉତ୍ସବରେ ‘କଳାହାଣ୍ଡି ବରପୁତ୍ର’ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ସେ ଜଣେ କ୍ରୀଡାବିତ, କ୍ରୀଡ଼ା ସଂଗଠକ ଭାବରେ କଳାହାଣ୍ଡିରେ ବେଶ ଜଣାଶୁଣା ଥିଲେ। ସେ କଳାହାଣ୍ଡିର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ କଳାହାଣ୍ଡି ଲେଖକ କଳା ପରିଷଦ, କଳାହାଣ୍ଡି କଳାକାର ସଂଘର ସଭାପତି ଥିଲେ। ତାଙ୍କ ବିୟୋଗରେ କଳାହାଣ୍ଡି ଜଣେ ବିଶିଷ୍ଟ କଳାକାର ଓ ସଂଘଠକଙ୍କୁ ହରାଇଲା। ତାଙ୍କର ପରଲୋକରେ କଳାହାଣ୍ଡି କଳାକାର ସଙ୍ଘ, କଳାହାଣ୍ଡି ଲେଖକ କଳା ପରିଷଦ, ମହାବୀର ସାଂସ୍କୃତିକ ଅନୁଷ୍ଠାନ, ଜିଲ୍ଲା ସଂସ୍କୃତି ପରିଷଦ, କାରୁଣ୍ଡ କଳା କେନ୍ଦ୍ର, ପ୍ରତିଭା ଅନୁଷ୍ଠାନ, କାରୁଣ୍ଡ କଳା ମଞ୍ଚ, ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ, ଜିଲ୍ଲା କ୍ରୀଡା ସଂସ୍ଥା ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ବରିଷ୍ଠ ଅଭିନେତା, କ୍ରୀଡାବିତ ଓ ସଂଗଠକ ଶ୍ରୀ ମହାପାତ୍ରଙ୍କ ପରଲୋକରେ କଳାହାଣ୍ଡି ଜଣେ ଭୂମିପୁତ୍ର ଓ ଶ୍ରେଷ୍ଠ କଳାକାରଙ୍କୁ ହଲାଇଲା ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ଲୋକସଭା ସାଂସଦ ବସନ୍ତ ପଣ୍ଡା, ରାଜ୍ୟ ସଭା ସାଂସଦ ସୁଜିତ କୁମାର, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ପିତା ବେହେରା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତାଙ୍କର ପରଲୋକରେ କଳାହାଣ୍ଡି କଳା ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories