www.samajalive.in
Monday, December 8, 2025
14.1 C
Bhubaneswar

୧୦ ଲକ୍ଷ ଟନ୍‌ ରେଡିଓ ଆକ୍ଟିଭ ପାଣିକୁ ସମୁଦ୍ରରେ ଛାଡ଼ିବ ଜାପାନ; ଚୀନ ସମେତ ପଡ଼ୋଶୀ ରାଷ୍ଟ୍ରଙ୍କ ବିରୋଧ

ଟୋକିଓ: ଜାପାନ ସରକାର ଫୁକୁଶିମା ପରମାଣୁ କେନ୍ଦ୍ରର ରେଡିଓ ଆକ୍ଟିଭ ପାଣିକୁ ସମୁଦ୍ରରେ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଫୁକୁଶିମାର ୧୦ ଲକ୍ଷ ଟନରୁ ଅଧିକ ରେଡିଓ ଆକ୍ଟିଭ ପାଣିକୁ ସମୁଦ୍ରରେ ଛାଡ଼ିବାର ଯୋଜନାକୁ ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗା ମଙ୍ଗଳବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଅନ୍ୟପଟେ ଜାପାନ ସରକାରଙ୍କ ଏହି ନିଷ୍ପତ୍ତିକୁ ଚୀନ ସମେତ ଅନ୍ୟ ପଡ଼ୋଶୀ ରାଷ୍ଟ୍ର ଏବଂ ମତ୍ସ୍ୟଜୀବୀ ସମୁଦାୟଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଇଛି।

ରେଡିଓ ଆକ୍ଟିଭ ପାଣି ସମୁଦ୍ରରେ ମିଶିଲେ ତାହା ବିଷାକ୍ତ ହୋଇଯିବ ଏବଂ ସାରା ଜୀବଜଗତ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଥିବାରୁ ପଡ଼ୋଶୀ ଦେଶଗୁଡ଼ିକ ଏହାକୁ ବିରୋଧ କରିଛନ୍ତି। ସୂଚନାଯୋଗ୍ୟ, ୨୦୧୧ରେ ଭୂକମ୍ପ ଏବଂ ସୁନାମୀ ଯୋଗୁ ଫୁକୁଶିମା ଦାଇଚି ପରମାଣୁ କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଥିଲା। ଏହାପରଠାରୁ ଜାପାନର ବିଦ୍ୟୁତ କମ୍ପାନୀ ଟୋକିଓ ଇଲେକ୍ଟ୍ରିକ ପାୱାର ନିକଟରେ ୧୦ ଲକ୍ଷ ଟନରୁ ଅଧିକ ରେଡିଓ ଆକ୍ଟିଭ ପାଣି ମହଜୁଦ ରହିଛି। ଯାହାକୁ ସମୁଦ୍ରକୁ ଛାଡ଼ିବାକୁ ସରକାର ମଞ୍ଜୁରୀ ଦେଇଛନ୍ତି। ତେବେ ରେଡିଓ ଆକ୍ଟିଭ ପାଣି ସମୁଦ୍ରରେ ଛଡ଼ାଯିବା ପ୍ରକ୍ରିୟା ଆରମ୍ଭ ହେବାକୁ ପ୍ରାୟ ୨ ବର୍ଷ ଲାଗିବ। ମାତ୍ର ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସମେତ ଦକ୍ଷିଣ କୋରିଆ, ଫିଲିପାଇନ୍ସ ଏବଂ ଚୀନ ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହିତ ଜାପାନ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି।

- Advertisement -

ଏ ସମ୍ପର୍କରେ ଜାପାନ ସରକାର ଯୁକ୍ତି ଦର୍ଶାଇ କହିଛନ୍ତି, ରେଡିଓ ଆକ୍ଟିଭ ପାଣିରୁ ସମସ୍ତ ପ୍ରକାର ରେଡିଓ ଆକ୍ଟିଭ ତତ୍ତ୍ଵ ବାହାର କରାଯିବା ପରେ ତାହାକୁ ସମୁଦ୍ରକୁ ଚଡ଼ାଯିବ। ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା ଏହାକୁ ସମର୍ଥନ ଜଣାଇଥିବା ଜାପାନ କହିଛି।

ରେଡିଓ ଆକ୍ଟିଭ ପାଣିକୁ ସମୁଦ୍ରରେ ଛଡ଼ାଯିବା ପୂର୍ବରୁ ତାହାକୁ ଟ୍ରିଟ୍‌ କରାଯିବ। ଫଳରେ ଏହାର ଘାତକ ପ୍ରଭାବ କମ୍‌ ହୋଇପାରିବ। ଏହା ସତ୍ବେ ବି ତାହା ଏତେ ବିପଜ୍ଜନକ ହେବ ଯେ, ସମୁଦ୍ର ପାଣିକୁ ବିଷାକ୍ତ କରିଦେବ। ପରମାଣୁ ବିଦ୍ୟୁତ କେନ୍ଦ୍ରରେ ପରମାଣୁ ଶକ୍ତି ପ୍ରସ୍ତୁତ କରାଯିବା ସମୟରେ ରେଡିଓ ଆକ୍ଟିଭ ବର୍ଜ୍ୟ ବାହାରିଥାଏ। ଏଥିରେ ପ୍ଲୁଟୋନିୟମ ଏବଂ ୟୁରାନିୟମ ଭଳି ବିପଜ୍ଜନକ ତତ୍ତ୍ଵ ରହିଥାଏ। ଏହି ତତ୍ତ୍ଵଗୁଡ଼ିକ ସମ୍ପର୍କର ଆସିବା ପରେ କିଛି ଦିନ ଭିତରେ ଅତି ସୁସ୍ଥ ମଣିଷର ମୃତ୍ୟୁ ଘଟିବ। କାରଣ ଏହି ରେଡିଓ ଆକ୍ଟିଭ ତତ୍ତ୍ଵ ସିଧାସଳଖ ରକ୍ତରେ ପ୍ରତିକ୍ରିୟା ସୃଷ୍ଟି କରିଥାଏ। ଏହା ଦ୍ବାରା ଚର୍ମ, ରକ୍ତ ଏବଂ ଅସ୍ଥି କର୍କଟ ଭଳି ରୋଗ ସୃଷ୍ଟି କରିଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories