www.samajalive.in
Saturday, December 13, 2025
27.1 C
Bhubaneswar

ଧାନ ବିକ୍ରିରୁ ଆଟମାମୁଲି କିସମ ଜମି ବାଦ୍ ଦିଆଯିବା ପ୍ରସଙ୍ଗ; ପ୍ରତିବାଦରେ ଚାଷୀ ଆନ୍ଦୋଳନ ତେଜୁଛି

କଲମପୁର: ଏବେ ରବିଧାନ ବିକ୍ରୟ ପାଇଁ ଜାରି ରହିଛି ଚାଷୀ ପଞ୍ଜୀକରଣ। କିନ୍ତୁ ଚଳିତ ରବିଧାନ ଅମଳ ସମୟରେ ପୂର୍ବରୁ ଚାଲି ଆସିଥିବା ଆଟ ମାମୁଲି, ବେର୍ଣ୍ଣା କିସମ ଜମିକୁ ବାଦ ଦିଆଯାଇଛି। ଏହି କିସମ ଜମିରୁ ଧାନ କ୍ରୟ କରାଯିବ ନାହିଁ ବୋଲି ସମବାୟ ସମିତି ତରଫରୁ ·ଷୀଙ୍କୁ କୁହାଯାଉଛି। ଏପରିକି ମା’ ନାମରେ ଥିବା ଜମିକୁ ପୁଅ ବିକ୍ରୟ କରି ପାରିବେ ନାହିଁ କାରଣ ସେଥିରେ ଆଧାରର ସଂଜ୍ଞା ଜନିତ ସମସ୍ୟା ରହୁଛି। ଏପରି ଅନେକ କାରଣ ଦର୍ଶାଇ ଧାନ କ୍ରୟକୁ କମାଇବା ପାଇଁ ମସୁଧା କରାଯାଉଛି। ଯାହାକୁ ଚାଷୀ ମହଲରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।

 

- Advertisement -

ଏହି କ୍ରମରେ ସୋମବାର ସଂଧ୍ୟାରେ ଇଛାପୁର ଠାରେ ଚାଷୀ ସଂଗଠନ ତରଫରୁ ବରିଷ୍ଠ ଚାଷୀ ପାରେଶ୍ୱର ପୁଝାରୀଙ୍କ ଅଧ୍ୟକ୍ଷତାରେ ଏକ ଚାଷୀ ସମ୍ମିଳନୀ ଆୟୋଜିତ ହେଇଥିଲା। ଧର୍ମଗଡ ଅଂଚଳର ବରିଷ୍ଠ ଯୁବ ସଂଗଠକ ଲକ୍ଷ୍ମୀ କାନ୍ତ ବାଗ ଚାଷୀ ନେତା ରାଧେଶ୍ୟାମ ଶର୍ମା, ଯଦୁମଣି ବଗର୍ତି, କ୍ଷେତ୍ର ମୋହନ ପାତ୍ର, ଧନଞ୍ଜୟ ମାଝୀ, ହିତେଶ ପାତ୍ର, ଭୋଦେବ ପୁଝାରୀ , ରମେଶ ଗହିର, ରାଜେଶ ସାହୁ, ଭୁଜବଳ କରୁଆଁ, ନିଳକଣ୍ଠ ଲହଜଲ ପ୍ରମୁଖ ·ଷୀଙ୍କ ନେତୃତ୍ୱରେ ଇଛାପୁର, କେନ୍ଦୁଗୁଡା, ଘର୍ଲା ଓ ବାଲିଛଡା ଗ୍ରାମର ଶତାଧିକ ଚାଷୀ ଏକତ୍ରିତ ହେଇଥିଲେ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଚାଷୀ ଶୋଷଣ ର ଶିକାର ହେଉଥିବା ଚାଷୀ ମାନେ ମତବ୍ୟକ୍ତ କରିଥିଲେ। ତୁରନ୍ତ ସରକାରଙ୍କ ରାଜସ୍ୱ ବିଭାଗ ଓ ଜଳ ସେଚନ ଦାଇତ୍ୱରେ ଥିବା ଇନ୍ଦ୍ରାବତି ଜଳ ସେଚନ ବିଭାଗ ଯୁଗ୍ମ ଭାବେ ·ଷ ଜମିର ପରିମାଣ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେଇ ଚାଷୀଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories