www.samajalive.in
Saturday, December 13, 2025
27.1 C
Bhubaneswar

ପାଣି ଅଭାବରୁ ୨୦ ଏକର ଫସଲ ଜଳିଗଲା ,ଚାରିମାଣ ବନ୍ଧର ପୁନରୁଦ୍ଧାର ଦାବି

ବେଗୁନିଆ: ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଶଗଡଭଙ୍ଗା ପଞ୍ଚାୟତ ଅନ୍ତର୍ଗତ ବେତରଜଙ୍ଗ ଗ୍ରାମର ପ୍ରାୟ ୨୦ ରୁ ଊର୍ଦ୍ଧ୍ବ ଚାଷୀ ସେମାନଙ୍କର ୨୦ଏକର ଜମିରେ ଚାଷ କରିଥିବା ପନିପରିବା ଗଛ ଗୁଡିକ ପାଣି ଅଭାବରୁ ପୋଡି ଯାଇଥିବାର ଅଭିଯୋଗ ହୋଇଛି। ଚାଷୀମାନେ ବିଲ ନିକଟରେ ଥିବା ଚାରିମାଣ ବନ୍ଧ ଉପରେ ପାଣି ପାଇଁ ନିର୍ଭର କରି ଜମିରେ ପରିବା ଚାଷ କରି ଆସୁଥିଲେ। କିନ୍ତୁ ଚଳିତବର୍ଷ ବର୍ଷାର ପରିମାଣ କମ ଥିବାରୁ ବନ୍ଧଟି ସମ୍ପୂର୍ଣ ଶୁଖିଯାଇଛି।

 

- Advertisement -

ଏଲ ଆଇ ପଏଣ୍ଟରେ ମଧ୍ୟ ପାଣି ନାହିଁ । ଗାଁରେ ଥିବା କୂଅ, ପୋଖରୀ ଏବଂ ଗାଡ଼ିଆ ଶୁଖିବାକୁ ବସିଲାଣି । ତେଣୁ ତୁରନ୍ତ ସମ୍ପୃକ୍ତ ବନ୍ଧଟିରୁ ପଙ୍କ ଉଦ୍ଧାର କରାଯାଇ ପୁନରୁଦ୍ଧାର କରିବା ନିମନ୍ତେ ଚାଷୀକୁଳ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଚାଷୀମାନେ ବାଇଗଣ ,ଟମାଟ,କୋବି, ଛଚିନ୍ଦ୍ରା, ଝୁଡୁଙ୍ଗ ଏବଂ କଲରକ୍ଷ ଆଦି ଫସଲ କରିଥିଲେ। ଫସଲ କରିବା ପାଇଁ ପାଣିର ସୁବିଧା ନଥିବା ଯୋଗୁଁ ଏବଂ ଉଠା ଜଳସେଚନ ପଏଣ୍ଟରୁ ପାଣି ବାହାରୁ ନଥିବାବେଳେ ଚାଷୀମାନେ ଚାରିମାଣ ବନ୍ଧ ଉପରେ ଭରସା କରି ଚାଷ ବାସ କରି ପରିବାର ପ୍ରତିପୋଷଣ କରିଆସୁଥିଲେ। ବନ୍ଧଟି ଏବେ ଶୁଖିଯିବା ପରେ ପାଣି ଅଭାବରୁ ଗଛ ଗୁଡିକ ପୋଡିଯିବା ଯୋଗୁ ଚାଷୀକୁଳ ଏବେ ହା ହତାଶ ମଧ୍ୟରେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏପରିକି ଚରିବାକୁ ଯାଉଥିବା ଗାଈ ଗୋରୁ ଗୁଡିକ ପିଇବାକୁ ପାଣି ଟୋପାଏ ମଧ୍ୟ ପାଉନାହାନ୍ତି କ୍ଷକ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ଯେଉଁଠାରେ ଦରକାର ନାହିଁ ସେଠାରେ ଚେକ ଡ୍ୟାମ ନିର୍ମାଣ କରାଯାଇଥିବାବେଳେ ତାହା ବର୍ତମାନ ଶୁଖିଲା ପଡିଛି । କିନ୍ତୁ ଯେଉଁଠାରେ ଦରକାର ସେଠାରେ ନିର୍ମାଣ କରାଯାଉନାହିଁ। ତେଣୁ ଚାରିମାଣ ବନ୍ଧଟିରୁ ପଙ୍କ ଉଦ୍ଧାର କରି ତୁରନ୍ତ ପୁନରୁଦ୍ଧାର କରିବା ପାଇଁ ଚାଷୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories