www.samajalive.in
Sunday, December 14, 2025
16.1 C
Bhubaneswar

ସ୍ମାର୍ଟ ସିଟିରେ ପ୍ରିମିୟମ୍‍ ଲଣ୍ଡ୍ରି ସେବାର ଶୁଭାରମ୍ଭ

ଭୁବନେଶ୍ୱର : ପଟିଆଠାରେ ଟମ୍ବଲଡ୍ରାଏର ଉଦ୍‍ଘାଟନ ଦ୍ୱାରା ସ୍ମାର୍ଟ ସିଟିରେ ଅତ୍ୟାଧୁନିକ ପ୍ରିମିୟମ ଲଣ୍ଡ୍ରୀ ଓ ଡ୍ରାଏ କ୍ଲିନିଂ ସେବାର ଶୁଭାରମ୍ଭ ହୋଇଛି। ଓଲିଉଡ୍‍ର ସୁପରଷ୍ଟାର ସବ୍ୟସାଚ୍ଚୀ ମିଶ୍ର, ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ଓ ଟାଟା ପାୱାରର ସି.ଭି.ଓ ବ୍ରହ୍ମାନନ୍ଦ ଦଣ୍ଡପାଟ ପ୍ରମୁଖ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ। ତିନି କୁଶଳୀ ଯୁବ ଶିଳ୍ପୋଦ୍ୟୋଗୀ ଯଥା ରାବେନ ପାଢ଼ୀ, ଶ୍ରୀକାନ୍ତ ନାୟକ ଓ ପ୍ରିୟରଞ୍ଜନ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ପରିଚାଳିତ ମେଟାନୋଇଆ କମ୍ପାନୀ ଗ୍ରାହକମାନଙ୍କୁ ପରିବେଶ ହିତକର ଓ ଖୁବ୍‍ ଉଚ୍ଚକୋଟିର ସଫେଇ ସୁବିଧା ଉପଲବ୍ଧ କରାଇବେ ବୋଲି ଏହି ଅବସରରେ ଘୋଷଣା କରାଯାଇଛି।

ଉଦ୍‍ଘାଟନୀ ଉତ୍ସବରେ ଉଦ୍‍ବୋଧନ ଦେଇ ସବ୍ୟସାଚ୍ଚୀ ମିଶ୍ର ଟମ୍ବଲଡ୍ରାଏ ଦ୍ୱାରା ପରିବେଶ ମିତ୍ର ସଫେଇକୁ ପ୍ରାଧାନ୍ୟ ଦିଆଯାଇଥିବାରୁ ସଂସ୍ଥାପକମାନଙ୍କୁ ସାଧୁବାଦ ଜଣାଇଥିଲେ। ବିଶେଷ କରି ସଫେଇର ଅତ୍ୟାବଶ୍ୟକତା କରୋନା କାଳରେ ବହୁଗୁଣିତ ହୋଇଯାଇଥିବାବେଳେ ଓଡ଼ିଶାକୁ ଟମ୍ବଲଡ୍ରାଏର ଆଗମନ ଶୁଭ ସଂକେତ ବହନ କରୁଥିବା ଶ୍ରୀ ମିଶ୍ର ଦର୍ଶାଇଥିଲେ। ସମାବେଶକୁ ସମ୍ବୋଧନ କରି କିଶୋର ଦ୍ୱିବେଦୀ ଟମ୍ବଲଡ୍ରାଏର ଉଦାହରଣ ଓ ଆଦର୍ଶକୁ ଅନୁସରଣ କରି ଓଡ଼ିଶା ଯୁବ ସଂପ୍ରଦାୟ ଷ୍ଟାର୍ଟଅପ୍‍ ଅଭିଯାନକୁ ସଶକ୍ତ କରିବାକୁ ଆହ୍ୱାନ ଜଣାଇଥିଲେ। ସଭାରେ ନିଜର ଭାଷଣ ପ୍ରଦାନ କରି ଟାଟା ପାୱାରର ସି.ଭି.ଓ ବ୍ରହ୍ମାନନ୍ଦ ଦଣ୍ଡପାଟ, ଟମ୍ବଲଡ୍ରାଏ ଦ୍ୱାରା ଗ୍ରହଣ କରାଯାଇଥିବା ଅନନ୍ୟ, ଅଭିନବ ଏବଂ ଗ୍ରାହକସୁହା ସଫେଇ ବ୍ୟବସ୍ଥାର ଭୂରୀଭୂରୀ ପ୍ରଶଂସା କରିଥିଲେ ତଥା ‘ଆଉଟ୍‍ଲେଟ୍‍’ର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ।
ଟମ୍ବଲଡ୍ରାଏଠାରେ ପ୍ରଦାନ କରାଯାଉଥିବା ଅଣପାରମ୍ପରିକ ଏବଂ ଉଚ୍ଚକୋଟୀର ଗ୍ରାହକ ସେବାଗୁଡ଼ିକ ମଧ୍ୟରେ କୋମଳ ଡ୍ରାଏ କ୍ଲିନିଂ, ଜୀବନ୍ତ ଓ ସହଜ ସଫେଇ, ଦାଗ ଦୂରୀକରଣ ନେଇ ଶତକଡ଼ା ଶହେ ଭାଗର ସଫଳତା, ସମ୍ବେଦନଶୀଳତା ଓ ସତର୍କତାର ସହିତ ଲୁଗା ସଫା ଏବଂ ସମାନ ଦିନରେ ସଫେଇ ଓ ସେହିଦିନ ହିଁ କପଡ଼ାର ଫେରସ୍ତ ଆଦି ଅନ୍ତର୍ଭୁକ୍ତ ଥିବା ସୂଚନା ଦିଆଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories