www.samajalive.in
Wednesday, December 10, 2025
26.1 C
Bhubaneswar

ରାଜ୍ୟରେ ଟିକାର ଅଭାବ: ପୁନର୍ବାର ରାଜ୍ୟକୁ ଟିକା ଯୋଗାଇଦେବା ପାଇଁ ଚିଠି ଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାକୁ ସ୍ୱଳ୍ପ ଓ ଅନିୟମିତ ଭାବେ କୋଭିଡ୍‌-୧୯ ଟିକା ଯୋଗାଣ ହେତୁ ରାଜ୍ୟରେ ଟିକାକରଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଆଜି ପର୍ଯ୍ୟନ୍ତ ରାଜ୍ୟ ମୋଟ ୪୬ ଲକ୍ଷ ୮ ହଜାର ୬୫୦ ଡୋଜ୍‌ ଟିକା ପାଇଥିବାବେଳେ ସେଥି ମଧ୍ୟରୁ ୪୨ ଲକ୍ଷ ୭୧ ହଜାର ୮୭୦ ଡୋଜ୍‌ କୋଭିସିଲï ହୋଇଥିବାବେଳେ ତା’ ମଧ୍ୟରୁ ୩ ଲକ୍ଷ ୩୬ ହଜାର ୭୮୦ ଡୋଜ୍‌ କୋଭାକ୍ସିନ୍‌ ଟିକା ଅଟେ। ବର୍ତ୍ତମାନ ରାଜ୍ୟର ଟିକାକରଣ ଉପକେନ୍ଦ୍ରଗୁଡ଼ିକରେ କୌଣସି ଟିକା ଉପଲବ୍ଧ ନଥିବାବେଳେ ମାତ୍ର ୧ ଲକ୍ଷ ୫୯ ହଜାର ୪୩୯ ଡୋଜ୍‌ କୋଭିସିଲଡ୍‌ ଏବଂ ୭୧ ହଜାର ୧୦ ଡୋଜ୍‌ କୋଭାକ୍ସିନ୍‌ ଟିକାର ବଣ୍ଟନ ପ୍ରକ୍ରିୟା ରାଜ୍ୟରେ ଚାଲୁ ରହିଛି। ରାଜ୍ୟରେ ଯେତିକି କୋଭିସିଲଡ୍‌ ଟିକା ରହିଛି ତାହା ଦ୍ୱାରା ମାତ୍ର ଦିନକର ଟିକାକରଣ କାର୍ଯ୍ୟ ସମ୍ଭବ ହୋଇପାରିବ।
ଏଠାରେ ସୂଚନାଯୋଗ୍ୟ ଯେ ଅପ୍ରେଲ ମାସ ୩ ତାରିଖ ଗୋଟିଏ ଦିନରେ ରାଜ୍ୟରେ ୧୪୭୬ଟି ଟିକାକରଣ କେନ୍ଦ୍ରରେ ୨ ଲକ୍ଷ ୭୧ ହଜାର ୪୮୦ ଜଣ ହିତାଧିକାରୀ ଟିକା ନେଇଥିଲେ। ତା’ପରଠାରୁ ଟିକାର ଅଭାବ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଟିକା ଯୋଗାଣରେ ଅନିୟମିତତା ଯୋଗୁଁ ରାଜ୍ୟ ହାରାହାରି ଅଧା ଅର୍ଥାତ୍‌ ପ୍ରାୟ ୭୦୦ ଟିକା କେନ୍ଦ୍ର ବନ୍ଦ କରିବାକୁ ବାଧ୍ୟ ହୋଇଛି। ଏହି ଭଳି ସ୍ୱଳ୍ପ ଓ ଅନିୟମିତ ଟିକା ଯୋଗାଣ ଯୋଗୁ ଆଗୁଆ ଟିକାଦାନ କେନ୍ଦ୍ର ଖୋଲିବା ସଂପର୍କରେ ଯୋଜନା କରିବା ଓ ଜନସାଧାରଣଙ୍କୁ ଟିକା ଗ୍ରହଣ ସଂପର୍କରେ ସୂଚନା ପ୍ରଦାନ ସମ୍ଭବ ହୋଇପାରୁ ନାହିଁ । ଯଦିଓ ଆମର ଦୈନିକ ୩ ଲକ୍ଷ ଟିକା ଦେବାର କ୍ଷମତା ରହିଛି, ଏବେ ଏହି ସଂଖ୍ୟା ୧ ଲକ୍ଷକୁ ଖସିଆସିଛି। ଏହିଭଳି ପରିସ୍ଥିତିରେ ଆମ ପକ୍ଷରେ ‘ଟିକାଦାନ ଉତ୍ସବ’କୁ ଠିକ୍‌ ଭାବେ ପାଳନ କରିବା ସମ୍ଭବ ହେଉ ନାହିଁ।


ଏ ସଂପର୍କରେ ଗତ ୭ ତାରିଖ ଦିନ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରିଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଆବଶ୍ୟକ ଟିକା ପ୍ରଦାନରେ ବିଳମ୍ବ ହେତୁ ଏହି ମର୍ମରେ ଆଜି ପୁନର୍ବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ରାଜ୍ୟରେ ଟିକା ଯୋଗାଣର ସମସ୍ୟା ବିଷୟରେ ଅବଗତ କରିବା ସହ ଅତ୍ୟନ୍ତ ପକ୍ଷେ ୧୦ ଦିନ ପାଇଁ ୨୫ ଲକ୍ଷ ଡୋଜ୍‌ କୋଭାସିଲଡ୍‌ ଟିକା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି। ଯଦ୍ଦ୍ୱାରା କି ରାଜ୍ୟରେ ଟିକାଦାନ କାର୍ଯ୍ୟକ୍ରମ ସୁଚାରୁ ରୂପେ ସଂପାଦିତ ହୋଇପାରିବ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories