www.samajalive.in
Wednesday, December 10, 2025
26.1 C
Bhubaneswar

ସଚେତନ ଏବଂ ସତର୍କ ରହିଲେ କୋଭିଡ୍‌-୧୯ ଆମକୁ କେବେ ହରାଇ ପାରିବ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ବିଦ୍ୟାଳୟ ଓ ଗଣଶିକ୍ଷା, ଆଇନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଂପୃକ୍ତ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦିତ ହୋଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ସଚେତନ ଏବଂ ସତର୍କ ରହିଲେ କୋଭିଡ୍‌-୧୯ ଆମକୁ କେବେ ହରାଇ ପାରିବ ନାହିଁ । ମାସ୍କ ପିନ୍ଧିବା ଏବଂ କଡ଼ାକଡ଼ି ଭାବେ କୋଭିଡ୍‌ ନିୟମ ପାଳନ କରିବା ହେଉଛି ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆହ୍ୱାନ ବୋଲି ଉଲ୍ଲେଖ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସଚେତନ ହେବା ଏବଂ ବିନା ଲକ୍‌ଡାଉନ୍‌ରେ କରୋନାକୁ ହରାଇ ଉଦାହରଣ ସାଜିବା ପାଇଁ ଅନୁରୋଧ କରିଛନ୍ତି।

 

- Advertisement -

ମହିଳା ସଶକ୍ତିକରଣ ଲକ୍ଷ୍ୟ ନେଇ ଆହାର କେନ୍ଦ୍ର ପରିଚାଳନାରେ ମିଶନ ଶକ୍ତି ମା’ମାନଙ୍କୁ ରାଜ୍ୟ ସରକାରଙ୍କ ଦାୟିତ୍ୱ ପ୍ରଦାନ ସଫଳ ସାବ୍ୟସ୍ତ ହେଉଛି । ରାଜ୍ୟର ୧୫୭ଟି ମିଶନ ଶକ୍ତିର ୨ ହଜାରରୁ ଊର୍ଦ୍ଧ୍ୱ ମହିଳା ସହରାଞ୍ଚଳରେ ଥିବା ୧୬୬ଟି ଆହାର କେନ୍ଦ୍ରର ସୁପରିଚାଳନାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories