www.samajalive.in
Wednesday, December 10, 2025
26.1 C
Bhubaneswar

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପୁଣି ଗଡ଼ିଲା ଶିଶୁରେଳ

ନନ୍ଦନକାନନ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଅନ୍ୟତମ ଆକର୍ଷଣ ଟୟଟ୍ରେନ ବା ଶିଶୁ ରେଳଗାଡ଼ି ରବିବାର ଦିନ ପରୀକ୍ଷାମୂଳକ ଭାବରେ ରେଳ ଟ୍ରାକରେ ଚାଲିଛି। ପ୍ରଥମ ଦିନରେ ଗୋଟିଏ ବ୍ୟାଟେରିଚାଳିତ ଇଞ୍ଜିନ ସହ ଗୋଟିଏ ବଗି ଚଳା ଯାଇଛି। ଦୁଇ ଦିନଧରି ପରୀକ୍ଷଣ ଚାଲିବ। କୌଣସି ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ନ ହେଲେ ଦୁଇମାସ ମଧ୍ୟରେ ନୂତନ ଟେଣ୍ଡର ପ୍ରକ୍ରିୟା ଜରିଆରେ ଏହି ଶିଶୁ ରେଳଗାଡି ଚାଲିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।୨୦୦୮ରୁ ରେଳ ଇଣ୍ଡିଆ ଟେକ୍ନିକାଲ ଆଣ୍ଡ ଇକୋନୋମିକ ସର୍ଭିସ ସଂସ୍ଥା ଶିଶୁ ରେଳଗାଡି ପ୍ରକଳ୍ପର ପୁନରୁଦ୍ଧାର ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସହ ଚୁକ୍ତିବଦ୍ଧ ହୋଇଥିଲା। ଏଥିପାଇଁ ୪କୋଟି ୮୦ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଛି।  ମହାନଦୀ କୋଲ ଫିଲ୍ଡ ଲିମିଟେଡ ପ୍ରଦତ୍ତ ଅର୍ଥରେ ରେଳଧାରଣା,  ଇଞ୍ଜିନ, ବଗି ଲାଗିବା ସହ ୧୦୫ ମିଟର ଲମ୍ବ, ଚଉଡା ୮ଇଞ୍ଚ ଓ ୧୬୮୫ ମିଟର ଟ୍ରାକ ଲାଗିଛି। ତା’ସହିତ ପ୍ରଥମ କରି ନ୍ୟାରୋଗଜ୍ ସ୍ଲିପର ବ୍ୟବହାର କରାଯାଇଥିବାବେଳେ ବ୍ୟାଟେରି ଚାଳିତ ଇଞ୍ଜିନ ଚାଲିବ। ଏହା ସହ ନନ୍ଦନକାନନର ଶୋଭା ବୃଦ୍ଧି ପାଇବା ସହ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବ। ଏହାକୁ ଏକ ଆଦର୍ଶ ଚିଡିଆଖାନାରେ ପରିଣତ କରିହେବ ବୋଲି ଏହି ଯୋଜନା ହାତକୁ ନିଆ ଯାଇଥିଲା ବୋଲି ନନ୍ଦନକାନନର ଅବସରପ୍ରାପ୍ତ ଜନ୍ତୁ ଏସିଏଫ୍ ଅଞ୍ଜନ କୁମାର ମହାନ୍ତି କହିଛନ୍ତି।

 

- Advertisement -

ପ୍ରକାଶ ଥାଉକି,୧୯୭୧ ଅଗଷ୍ଟ ୮ରେ ଶିଶୁ ରେଳଗାଡି ବ୍ୟବସ୍ଥା ନନ୍ଦନକାନନରେ ଆରମ୍ଭ କରାଯାଇଥିଲା। ୨୦୦୮ରେ ଶିଶୁ ରେଳଗାଡିକୁ ଘରୋଇକରଣ କରାଯାଇଥିଲା। ୨୦୧୪ରେ ଠିକା ନେଇଥିବା ସଂସ୍ଥା  ଚୁକ୍ତିରୁ ଓହରି  ଯିବା ପରେ ଅଚଳାବସ୍ଥା ଦେଖା ଦେଇଥିଲା।

Hot this week

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

Related Articles

Popular Categories