www.samajalive.in
Friday, December 12, 2025
14.1 C
Bhubaneswar

ଚୋର ଧରିବା ପାଇଁ ଯାଇଥିବା ଥାନାଧିକାରୀଙ୍କୁ ପିଟିପିଟି ହତ୍ୟା

କଲକାତା: ବିହାରର ଜଣେ ପୁଲିସ ଅଧିକାରୀ ପଡ଼ୋଶୀ ପଶ୍ଚିମବଙ୍ଗକୁ ଏକ ମାମଲାର ତଦନ୍ତ ପାଇଁ ଯାଇଥିବାବେଳେ ସେଠାରେ ତାଙ୍କୁ ସ୍ଥାନୀୟ ଲୋକେ ପିଟିପିଟି ମାରିଦେଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଉତ୍ତର ଦିନାଜପୁରଠାରେ ଏହି ଘଟଣା ଘଟିଛି। ସୂଚନାନୁସାରେ, ବିହାରର କିଷନଗଞ୍ଜ ଥାନାଧିକାରୀ ଅଶ୍ବିନୀ କୁମାର ଏକ ଚୋରି ମାମଲାର ତଦନ୍ତ ପାଇଁ ପଶ୍ଚିମବଙ୍ଗର ପଞ୍ଜିପଡ଼ା ଥାନାର ପନତାପାରା ଗ୍ରାମକୁ ଯାଇଥିଲେ। ଏହି ଗାଁରେ ଆତ୍ମଗୋପନ କରିଥିବା ଜଣେ କୁଖ୍ୟାତ ଅପରାଧୀକୁ ଧରିବା ତାଙ୍କର ଯୋଜନା ଥିଲା। ସେଠାରେ ସ୍ଥାନୀୟ ଲୋକେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ।

 

- Advertisement -

ଏହି ଘଟଣା ପ୍ରାୟ ରାତି ୨ଟାବେଳେ ଘଟିଥିଲା। ଅଶ୍ୱିନୀ ସେଠାକୁ ଯିବା ପୂର୍ବରୁ ସ୍ଥାନୀୟ ଥାନାକୁ ସହାୟତା ପାଇଁ ଯାଇଥିଲେ। ପରେ ସେ ଗାଁକୁ ଯାଉଥିବାବେଳେ ଲୋକେ ତାଙ୍କ ଗାଡ଼ିକୁ ଅଟକାଇ କାଠ ଫାଳିଆ ଓ ପଥରରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଛି। ଅନ୍ୟମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଥିବା ସ୍ଥାନୀୟ ଏସ୍‌ପି କହିଛନ୍ତି। ଫେବୃୟାରୀ ୨୪ରେ ବିହାରର ସୀତାମଢ଼ି ଅଞ୍ଚଳରେ ମଦ ଚୋରାକାରବାର ଧରିବା ପାଇଁ ଚଢ଼ଉବେଳେ ମେଜରଗଞ୍ଜ ଥାନା ଅଧିକାରୀ ଦିନେଶ ରାମଙ୍କୁ ମାଫିଆମାନେ ଗୁଳି ମାରି ହତ୍ୟା କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories