www.samajalive.in
Friday, December 12, 2025
14.1 C
Bhubaneswar

ଅଣ-ମତ୍ସ୍ୟଜୀବୀଙ୍କ କବ୍ଜାରେ ମତ୍ସ୍ୟ ଅବତରଣ କେନ୍ଦ୍ର: ସାଢେ ୪ କୋଟି ବ୍ୟୟ, ସାଧନ ହେଲାନି ଉଦ୍ଦେଶ୍ୟ

ଗୋପାଳପୁର: ମତ୍ସ୍ୟଜୀବୀଙ୍କ ଜୀବନଧାରଣର ମାନ ବୃଦ୍ଧି କରିବା ସହ ସେମାନଙ୍କୁ ଗୋଟିଏ ସ୍ଥାନରେ ସମସ୍ତ ସୁବିଧା ଯୋଗାଇବା ନିମନ୍ତେ ଗୋପାଳପୁରରେ ନିର୍ମିତ ହୋଇ ମତ୍ସ୍ୟ ଅବତରଣ କେନ୍ଦ୍ର। ହେଲେ କିଛି ଅସାଧୁ ସରକାରୀ କର୍ମଚାରୀଙ୍କ ଖାମଖିଆଲି ନୀତି ଯୋଗୁ ମତ୍ସ୍ୟଜୀବୀ ଏହି କେନ୍ଦ୍ରରୁ ଉପଯୁକ୍ତ ଲାଭ ପାଇବାରୁ ବଞ୍ଚିତ ରହୁଛନ୍ତି। ୨୦୧୪ ମସିହା ଜାନୁଆରୀ ପହିଲାରେ ତତ୍କାଳୀନ ପଶୁସମ୍ପଦ ବିକାଶ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ପକ୍ଷରୁ ଗୋପାଳପୁରରେ ସାଢ଼େ ଚାରିକୋଟି ବ୍ୟୟରେ ଏକ ମତ୍ସ୍ୟ ଅବତରଣ କେନ୍ଦ୍ର ସ୍ଥାପନ ନିମନ୍ତେ ଭିତ୍ତି ସ୍ଥାପନ ହୋଇଥିଲା। ଏହି କେନ୍ଦ୍ର ନିର୍ମାଣ ନିମନ୍ତେ ଗ୍ରାମ୍ୟ ଭିତ୍ତିଭୂମି ଉନ୍ନୟନ ଅନୁଦାନ (୧୯) ଆନୁକୁଲ୍ୟରେ ୪୩୨.୮୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଉକ୍ତ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଫେବ୍ରୁଆରୀ ୨୦୧୪ରେ ଆରମ୍ଭ ହୋଇ ଅକ୍ଟୋବର ୨୦୧୬ରେ ଶେଷ ହୋଇଥିଲା। ୨୦୧୮ ଜାନୁଆରୀ ୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଏହି କେନ୍ଦ୍ରର ଲୋକାର୍ପଣ କରାଯାଇଥିଲା। କେନ୍ଦ୍ର ଉଦଘାଟନକୁ ୩ ବର୍ଷ ବିତି ଯାଇଥିଲେ ମଧ୍ୟ ମତ୍ସ୍ୟଜୀବୀଙ୍କ ବ୍ୟବହାର ଉପଯୋଗୀ ହୋଇ ପାରିନି। ଏହି କେନ୍ଦ୍ର ପରିସରରେ ସହକାରୀ ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମେତ ମତ୍ସ୍ୟ ଅବତରଣ କେନ୍ଦ୍ର ପରିଚାଳନା କମିଟି ଗୃହ, ନିଲାମ ହଲ, ଜାଲବୁଣା ପରିସର, ଶୀତଳ ଭଣ୍ଡାର, ଗିୟର ସେଡ ସହ ଦୁଇଟି ଶୌଚାଳୟ ,ପାଣି ଟାଙ୍କି ବ୍ୟବସ୍ଥା କରାଯାଇଛି। କିନ୍ତୁ ଏହି କେନ୍ଦ୍ର ପରିସରକୁ ଆସିବା ପାଇଁ ମତ୍ସ୍ୟଜୀବୀଙ୍କ ନିମନ୍ତେ ସମୁଦ୍ର ପଥରେ କୌଣସି ବ୍ୟବସ୍ଥା ନଥିବାରୁ କେନ୍ଦ୍ରଟି ମତ୍ସ୍ୟଜୀବୀଙ୍କ କାମରେ ଲାଗୁନି। ମତ୍ସ୍ୟଜୀବୀମାନେ ଡଙ୍ଗାରେ ଆଣିଥିବା ମାଛକୁ ଭାର କରି କେନ୍ଦ୍ର ପରିସରକୁ ବୋହି ଆଣୁଛନ୍ତି।

 

- Advertisement -

ଏହାସହ ସେମାନେ ବ୍ୟବହାର କରୁଥିବା ଜାଲକୁ ସୁରକ୍ଷିତ ଭାବେ ରଖିବାକ୍ୁ କେନ୍ଦ୍ର ପରିସରକୁ ଆଣିପାରୁ ନାହାନ୍ତି। କେନ୍ଦ୍ର ପରିଚାଳନ କମିଟି ଠନ ହୋଇନି । ନାନା ଅବ୍ୟବସ୍ଥାରେ ପରିଚାଳିତ ଏହି କେନ୍ଦ୍ର ପରିସର ଏବେ ମତ୍ସ୍ୟଜୀବୀଙ୍କ ବଦଳରେ ଅଣମତ୍ସ୍ୟଜୀବୀଙ୍କ କବ୍ଜାକୁ ଚାଲି ଯାଇଛି। ଏହା ଏବେ ମାଛ ଗୋଦାମ ପାଲଟି ଯାଇଛି। ୫ଜଣ ଗୋଦାମ ମାଲିକ ଏଠାରେ ଥିବା ଜାଲ ବୁଣା ପରିସର , ନିଲାମ ଗୃହକୁ ମାସିକ ୫ ଶହ ଟଙ୍କା ଭଡ଼ାରେ ୨୦୨୦ ମେ‘ ମାସରୁ ନେଇଛନ୍ତି। ସେମାନେ ମଧ୍ୟ ଠିକ ସମୟରେ ଭଡା ପଇଠ କରୁନଥିବା ଜଣାପଡିଛି। କେନ୍ଦ୍ର ପରିସରକୁ ସ୍ବତନ୍ତ୍ର ବିଦ୍ୟୁତ ଟ୍ରାନସଫର୍ମର ବ୍ୟବସ୍ଥା ଥିଲେ ମଧ୍ୟ ସମୁଦ୍ର କୂଳିଆ ସ୍ଥାନ ହୋଇଥିବାରୁ ଟ୍ରାନସଫର୍ମରଟି ଅଚଳ ହୋଇପଡିଛି। ବିଦ୍ୟୁତ ବିଭାଗ ପକ୍ଷରୁ କେନ୍ଦ୍ର ପରିସରକୁ ଥ୍ରୀ-ଫେଜ ବିଦ୍ୟୁତ ସଂଯୋଗ ଦିଆଯାଇଛି। କିନ୍ତୁ ବିଦ୍ୟୁତ ବିତରଣ ବ୍ୟବସ୍ଥାରେ ତୃଟି କାରଣରୁ ଦୀର୍ଘ ମାସ ହେଲା କେନ୍ଦ୍ରଟି ଅନ୍ଧାରରେ ରହିଛି। ପାଣି ବ୍ୟବସ୍ଥା ନଥିବାରୁ ଶୌଚାଳୟ ଗୁଡିକରେ ତାଲା ଝୁଲୁଛି। କେନ୍ଦ୍ର ସୁପରିଚାଳନା ନିମନ୍ତେ ଜଣେ ସହକାରୀ ମତ୍ସ୍ୟ ଅଧିକାରୀଙ୍କ ସହ ଜଣେ ସହାୟକ ନିଯୁକ୍ତି ହୋଇଛନ୍ତି। କିନ୍ତୁ ଏମାନେ ମଧ୍ୟ ସବୁବେଳେ ଏଠାକୁ ଆସୁନାହଁାନ୍ତି। ଦାୟିତ୍ବରେ ଥିବା ସହକାରୀ ମତ୍ସ୍ୟ ଅଧିକାରୀ ଖଗେନ୍ଦ୍ରନାଥ ରଣାଙ୍କ ସହ ଯୋଗାଯୋଗ କରାଯିବାରୁ ପରିଚାଳନା କମିଟି ଗଠନ ନିମନ୍ତେ ମତ୍ସ୍ୟଜୀବୀଙ୍କୁ ବାରମ୍ବାର ଅନୁରୋଧ ଫସର ଫାଟିଛି। ଖରାପ ହୋଇପଡିଥିବା ପାଣି ପମ୍ପକୁ ସଚଳ କରାଯିବ। ‌ କେନ୍ଦ୍ରଟି ଦୀର୍ଘଦିନ ଧରି ବ୍ୟବହାର ନହୋଇରହିବାରୁ ମତ୍ସ୍ୟଜୀବୀଙ୍କ ଅନୁରୋଧ କ୍ରମେ ଲୋକଙ୍କୁ ମାଛ ଗୋଦାମ ଭାବେ ବ୍ୟବହାର କରିବା ନିମନ୍ତେ ମାସିକ ଭଡା ଆକାରରେ ଦିଆଯାଇଛି ବୋଲି ସେ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories