www.samajalive.in
Tuesday, December 9, 2025
26.1 C
Bhubaneswar

ଅଲିଭ ରିଡ୍‌ଲେଙ୍କ ଗଣ ଅଣ୍ଡାଦାନ ବ୍ୟତିକ୍ରମ

ଗଞ୍ଜାମ: ସମସ୍ତ ପ୍ରକାର ପ୍ରସ୍ତୁତି ଓ ସୁରକ୍ଷା ସତ୍ତ୍ବେ ଚଳିତ ବର୍ଷ ଅଲିଭ ରିଡଲେ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ପ୍ରତି ବର୍ଷ ଏହି ସମୟରେ ହଜାର ହଜାର କଇଁଛ ବେଳାଭୂମିକୁ ଆସି ଲକ୍ଷ ଲକ୍ଷ ଅଣ୍ଡାଦେଇ ପୁନର୍ବାର ସମୁଦ୍ରକୁ ଚାଲି ଯାଉଥିଲେ। କିନ୍ତୁ ଚଳିତ ଥର ଏଥିରେ ବ୍ୟତିକ୍ରମ ହୋଇଛି। ପ୍ରତିକୂଳ ପାଗ ନା କଇଁଛ ସ୍ଥାନ ବଦଳାଇଛନ୍ତି ତାହା ଜଣାପଡିନି
। ତଥାପି ବି ସମୟ ରହିଛି, ଆଉ ମାତ୍ର କେଇଟା ଦିନ ପରେ ଗଣ ଅଣ୍ଡାଦାନ ପାଇଁ କଇଁଛ ନଆସିଲେ ଏ ବର୍ଷ ଏଥିରେ ଘୋର ବ୍ୟତିକ୍ରମ ହେବ ବୋଲି ବିଶାରଦମାନେ କହିଛନ୍ତି।
ଗଞ୍ଜାମ ଜିଲାର ପୁରୁଣାବନ୍ଧ ନିକଟ ଋଷିକୁଲ୍ୟା ମୁହାଣ ଅଞ୍ଚଳ ବେଳାଭୂମିରେ ଏପ୍ରିଲ ମାସରେ ଅନୁକୂଳ ପାଗ ବହିବା ସହ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥାଏ। କିନ୍ତୁ ଚଳିତ ବର୍ଷ ଏପ୍ରିଲ ମାସ ଦ୍ବିତୀୟ ସପ୍ତାହ ଆରମ୍ଭ ହୋଇଯାଇଥିଲେ ମଧ୍ୟ ବିରଳ ଅଲିଭ ରିଡ଼େଲ୍‍ ସାମୁଦ୍ରିକ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଦେଖିବାକୁ ମିଳିନି। କଇଁଛମାନଙ୍କ ମିଳନ ପ୍ରକ୍ରିୟା ନଭେମ୍ବରରୁ ଆରମ୍ଭ ହୋଇ ଜାନୁଆରୀ ମାସରେ ସରିଥାଏ। ପାଗର ଅନୁକୂଳ ଅବସ୍ଥା ଓ ଦକ୍ଷିଣା ପବନର ଆଗମନ ଠିକ୍‍ ହେଲେ ଗଣ ଅଣ୍ଡାଦାନ ଜାନୁଆରୀ ଶେଷ ଓ ଫେବୃୟାରୀ ମାସରୁ ହିଁ ଆରମ୍ଭ ହୋଇଥାଏ। କିନ୍ତୁ ଚଳିତ ବର୍ଷ ଦୁଇମାସ ଅତିକ୍ରାନ୍ତ ହୋଇସାରିଲାଣି। କେବଳ ବିକ୍ଷିପ୍ତ ଭାବେ କାଁ ଭାଁ କଇଁଛ ଅଣ୍ଡା ଦେଇଛନ୍ତି। ଏ ନେଇ ପରିବେଶବିତ ତଥା କଇଁଛଙ୍କ ଉପରେ ଗେବଷଣା କରୁଥିବା ଡ. ବିଭାଷ ପାଣ୍ଡବଙ୍କ କହିବା କଥା​‌ ହେଲା ଯଦିଓ ଗଣ ଅଣ୍ଡାଦାନ ପ୍ରକ୍ରିୟା ହୋଇନାହିଁ, କିନ୍ତୁ ଉପକୂଳ ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ଭାବେ କଇଁଛ ଅଣ୍ଡା ଦେଇଛନ୍ତି। ଏବେ ମଧ୍ୟ ସମୟ ଅଛି, ତିଥି ଅନୁସାରେ ଏପ୍ରିଲ ୧୫ ପରେ ପାଗ ଅନୁକୂଳ ରହିଲେ ଗଣ ଅଣ୍ଡାଦାନ ହୋଇପାରେ। ଦକ୍ଷିଣା ପବନ ଠିକ୍‍ ଭାବେ ବହୁନଥିବାରୁ ଏଥିରେ ଅସୁବିଧା ହେଉଛି ବୋଲି ସେ କହିଛନ୍ତି। ଜଳବାୟୁ ପରିବର୍ତ୍ତନ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ପ୍ରଭାବ ପକାଇ ପାରେ ବୋଲି ସେ ଆଶଙ୍କା କରିଛନ୍ତି।


କଇଁଛ ସୁରକ୍ଷା ଦାୟିତ୍ବରେ ଥିବା ରମ୍ଭା ଫରେଷ୍ଟର ସୋମନାଥ ମଲିକଙ୍କ କହିବା କଥା ହେଲା ପ୍ରତ୍ୟେକ ଦିନ ସମୁଦ୍ର ମଧ୍ୟରେ ୧୫ ଜଣିଆ ଟିମ୍‍ ପାଟ୍ରୋଲିଂ କରୁଛନ୍ତି । ଡ଼ିଏଫ୍‍ଓଙ୍କ ନିର୍ଦେଶକ୍ରମେ ଋଷିକୁଲ୍ୟା ମୁହାଣର ଗୋଖରକୁଦାଠାରୁ ବଟେଶ୍ୱର ମନ୍ଦିର ପର୍ଯ୍ୟନ୍ତ ୫ କି.ମି. ବେଳାଭୂମି କୁ ୫୦ଟି ସେଗ୍‍ମେଣ୍ଟ କରାଯାଇଛି। ତଦାରଖ ପାଇଁ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଫରେଷ୍ଟ ବିଭାଗର ମୋଟ ୫୦ଜଣ କର୍ମଚାରୀ ରହୁଛନ୍ତି। ପ୍ରତ୍ୟେକ ଦିନ ସେଗ୍‍ମେଣ୍ଟ ରିପୋର୍ଟ ପ୍ରସ୍ତୁତ କରାଯାଉଛି। ଏବେ କେବଳ କଇଁଛଙ୍କ ଆଗମନକୁ ଅପେକ୍ଷା କରାଯାଇଛି ବୋଲି ସେ କହିଛନ୍ତି। ସୂଚନା ଯୋଗ୍ୟ ଯେ ଗତ ୨୦୨୦ ମସିହାରେ ଏହି ବେଳାଭୂମିରେ ମୋଟ ୩ଲକ୍ଷ ୨୩ହଜାର ୬୩ଟି କଇଁଛ ଅଣ୍ଡା ଦେଇଥିଲେ। ୨୦୧୯ରେ ପାଗର ଅନୁକୂଳ ଅବସ୍ଥା ସୃଷ୍ଟି ନବେହାରୁ ଗଣ ଅଣ୍ଡାଦାନ ପ୍ରକ୍ରିୟା ହୋଇନଥିଲା।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories