www.samajalive.in
Sunday, December 14, 2025
16.1 C
Bhubaneswar

ସାଢେ ତିନି କୋଟି ବୀମା ଟଙ୍କା ପାଇଁ ସ୍ୱାମୀଙ୍କୁ ଜୀବନ୍ତ ପୋଡି ମାରିଲେ ମହିଳା

କୋଏମ୍ବାଟୁର : ତାମିଲନାଡୁର ଜଣେ ମହିଳା ତାଙ୍କ ସ୍ବାମୀଙ୍କର ସାଢେ ତିନି କୋଟି ବୀମା ଟଙ୍କା ପାଇବା ପାଇଁ ସ୍ୱାମୀଙ୍କୁ ଜୀଅଁନ୍ତା ପୋଡି ମାରି ହତ୍ୟା କରିଥିବା ଜଣାପଡିଛି।

ଏକ ଅଭାବନୀୟ ଘଟଣା କ୍ରମରେ ତାମିଲନାଡୁର ଜଣେ ୫୭ ବର୍ଷ ବୟସ୍କା ମହିଳା ତାଙ୍କର ଜଣେ ସମ୍ପର୍କୀୟଙ୍କ ସହ ମିଶି ନିଜର ୬୨ ବର୍ଷ ବୟସ୍କ  ସ୍ୱାମୀଙ୍କୁ ହତ୍ୟା କରିଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ସେ  ୩.୫ କୋଟି  ଟଙ୍କାର ବୀମା ରାଶି ଦାବି କରିଛନ୍ତି। ତେବେ ପେରିମାନାଲୁର ପୁଲିସ ହତ୍ୟା ଅଭିଯୋଗରେ  ଏହି ଦୁଇଜଣଙ୍କୁ ଗିରଫ କରିଛି।
ଖବର ଅନୁଯାୟୀ ମୃତ ବ୍ୟକ୍ତି ଜଣକ ଏରୋଡ ଜିଲ୍ଲାର ଥୁଡୁପାଠୀ ନିବାସୀ କେ. ରଙ୍ଗରାଜ ବୋଲି ଜଣାପଡିଛି। ତାଙ୍କର ଏକ ପାୱାର୍ ଲୁମ୍ ୟୁନିଟ୍ ଥିଲା। ମାର୍ଚ୍ଚ ୧୫ରେ, ସେ ଏକ ଦୁର୍ଘଟଣାରେ ଆହତ ହୋଇଥିଲେ, ଯାହା ପରେ ତାଙ୍କୁ ଚିକିତ୍ସା ପାଇଁ କୋଏମ୍ବାଟୁରର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ଗୁରୁବାର ଦିନ ଡାକ୍ତରଖାନା ତାଙ୍କୁ ଡିସଚାର୍ଜ କରିଥିଲା ଏବଂ ତାଙ୍କ ପତ୍ନୀ ଆର.ଜୋଥିମାନି ଏବଂ ସମ୍ପର୍କୀୟ ରାଜା ତାଙ୍କୁ ଏକ ଭ୍ୟାନରେ ଘରକୁ ନେଇ ଯାଇଥିଲେ। ତେବେ ଚିକିତ୍ସା ଚାଲିଥିବା ସମୟରେ ଜୋଥିମାନି ଜାଣିଥିଲେ ଯେ ତାଙ୍କ ସ୍ବାମୀଙ୍କ ମୋଟା ଅଙ୍କର ବୀମା କରିଛନ୍ତି। ତେଣୁ ଘରକୁ ଫେରିବାର ଗୋଟିଏ ଦିନ ପରେ ତାଙ୍କୁ ଜୀଅଁନ୍ତା ପୋଡି ମାରିଦେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories