www.samajalive.in
Friday, December 12, 2025
14.1 C
Bhubaneswar

ଭାସି ଆସିଥିବା ସୋନୀଙ୍କ ବାଜିବ ସାହାନାଇ

ଝାରସୁଗୁଡ଼ା: ଛତିଶଗଡ଼ରୁ ହୀରାକୁଦ ବଢ଼ିପାଣିରେ ଭାସି ଆସିଥିଲେ। ଦୀର୍ଘ ୧୨ଘଣ୍ଟା ଧରି ବଢ଼ିପାଣିରେ ପ୍ରାୟ ୮୦କିଲୋମିଟର ଭାସି ଆସିବା ପରେ ଜୀବତାବସ୍ଥାରେ ଉଦ୍ଧାର ହେବା କୌଣସି ଚମତ୍କାରରୁ କମ୍‌ ନ ଥିଲା। ସେହି ଝିଅ ସୋନୀ ଯାଦବଙ୍କ ସାହାନାଇ ବାଜିବ ଆସନ୍ତା ୨୧ ତାରିଖରେ। ପାଣିରୁ ଉଦ୍ଧାର ପରେ ତାଙ୍କୁ ଝିଅ କରି ରଖିଥିବା ଝାରସୁଗୁଡ଼ା ଜିଲା ଲଖନପୁର କୁସୁମେଲ ଗ୍ରାମର ଧୀବର ସନ୍ନ୍ୟାସୀ କାଲୋ ଏହି ବାହାଘର ପାଇଁ ଜୋର୍‌ସୋର୍‌ରେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଛତିଶଗଡ଼ ରାୟଗଡ଼ ଜିଲାର ଧରମଜୟଗଡ଼ ନିବାସୀ ପ୍ରେମ ସିଂ ଯାଦବଙ୍କ ପୁଅ ପୁରୁଷୋତ୍ତମଙ୍କ ସହିତ ସୋନୀଙ୍କ ବାହାଘର ସ୍ଥିରୀକୃତ ହୋଇଛି। ୨୦୧୬ ମସିହା ସେପ୍ଟେମ୍ବର ୧୪ତାରିଖରେ ପାଣିରୁ ଉଦ୍ଧାର ପରେ ସାଢ଼େ ୪ବର୍ଷ କାଳ ସୋନୀଙ୍କୁ ସେବା, ଯତ୍ନ କରିବା ସହ ସିଲାଇ ତାଲିମ ଦେଇ ଝିଅକୁ ଆତ୍ମନିର୍ଭରଶୀଳ କରିଛନ୍ତି ସନ୍ନ୍ୟାସୀ। ଏବେ କନ୍ୟାବିଦାୟ ସମୟ ନିକଟତର ହେଉଥିବାରୁ ସନ୍ନ୍ୟାସୀ ଓ ତାଙ୍କ ପତ୍ନୀ ଅହଲ୍ୟା କାଲୋ ବେଶ୍ ଭାବୁକ ହୋଇପଡ଼ିଛନ୍ତି।

ସୋନୀଙ୍କ ଉଦ୍ଧାର ଘଟଣାକୁ ମନେ ପକାଇ ଧୀବର ସନ୍ନ୍ୟାସୀ କାଲୋ କହନ୍ତି ଘଟଣା ଦିନ ସକାଳେ ସବୁ ଦିନ ପରି ନିଜ ଗାଁ ନିକଟସ୍ଥ ହୀରାକୁଦ ନଦୀବନ୍ଧରେ ଅନ୍ୟ ଧୀବରଙ୍କ ସହ ମାଛ ମାରୁଥିବା ବେଳେ ଜଣେ ଯୁବତୀ ଭାସୁଥିବା ଦେଖି ସାଥୀଙ୍କ ସହ ଉଦ୍ଧାର କରିଥିଲେ। ଚେତା ପାଇବା ପରେ ସୋନୀ ନିଜର ପରିଚୟ ଦେଇଥିଲେ। ଛତିଶଗଡ଼ ସାରଙ୍ଗଗଡ଼ ଥାନା ଜେବରା ଗ୍ରାମର ସୋନୀ ଛୋଟବେଳୁ ମା’କୁ ହରାଇଥିଲେ। ପରବର୍ତ୍ତୀ ସମୟରେ ବାପା ମାନସିକ ଭାରସାମ୍ୟ ହରାଇ କୁଆଡ଼େ ଚାଲିଯାଇଥିଲେ। ​‌ଅଜା ଓ ମାଉସୀ ଘରେ ରହି ସେ ବଡ଼ ହୋଇଥିଲେ। ପରେ ସାରଙ୍ଗଗଡ଼ କମଳାନଗରରେ ଜଣକ ଘରେ କାମ କରୁଥିବା ବେଳେ ୨୦୧୬ ସେପ୍ଟେମ୍ବର ୧୩ ତାରିଖ ୨ଦିନ କାମରୁ ଛୁଟି ନେଇ ଚନ୍ଦ୍ରହାସିନୀ ଦର୍ଶନ କରିବାକୁ ଯାଇଥିଲା। ସନ୍ଧ୍ୟାରେ ମହାନଦୀ‌ରେ ଗୋଡ଼ ଖସିଯିବାରୁ ବଢ଼ିପାଣିରେ ଭାସି ଯାଇଥିଲେ। ଚେତାଶୂନ୍ୟ ହୋଇ କୁସୁମେଲଠାରେ ଚେତା ଫେରି ପାଇଥିଲେ। ତେବେ ହୀରାକୁଦ ବଢ଼ି ପାଣିରେ ଭାସି ଆସି ପୁନର୍ଜୀବନ ପାଇଥିବା ସୋନୀ ଓଡ଼ିଶାରେ ରହିଯିବାକୁ ମନ କରିଥିବାବେଳେ ପରବର୍ତ୍ତୀ ସମୟରେ ସନ୍ନ୍ୟାସୀ କାଲୋ ସମସ୍ତ ଆବଶ୍ୟକ ନଥିପତ୍ର କରାଇ ସୋନୀଙ୍କୁ ପୋଷ୍ୟାକନ୍ୟା ଭାବେ ଗ୍ରହଣ କରିଥି​ଥିଲେ। ସେ ସମୟରେ ଏହି ପ୍ରସଙ୍ଗ ରାଜ୍ୟସ୍ତରରେ ପ୍ରମୁଖ ଚର୍ଚ୍ଚାର ପ୍ରସଙ୍ଗ ହୋଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories