www.samajalive.in
Friday, December 12, 2025
14.1 C
Bhubaneswar

ବିନା ବାଧାରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଆୟୋଜନ ନେଇ ଗାଙ୍ଗୁଲି ଆଶାବାଦୀ

ମୁମ୍ବଇ: ଭାରତରେ କରୋନା ସଂକ୍ରମଣ ପୁନର୍ବାର ଜଟିଳ ପରିସ୍ଥିତି ସୃଷ୍ଟି କରିଛି। କରୋନା ସଂକ୍ରମଣଜନିତ ପରିସ୍ଥିତି ମଧ୍ୟରେ ବିସିସିଆଇ ତରଫରୁ ଆଇପିଏଲ୍‌ ଆରମ୍ଭ ହୋଇଛି। ଆସନ୍ତା ଅକ୍ଟୋବର-ନଭେମ୍ବରରେ ଭାରତରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଆୟୋଜିତ ହେବାକୁ ଥିବା ବେଳେ ଏହା ବିନା ବାଧାରେ ଆୟୋଜିତ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ଆଇପିଏଲ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ ଦେଖିବାକୁ ଗତ ୨ରେ ଗାଙ୍ଗୁଲି ସମସ୍ତ ରାଜ୍ୟ କ୍ରିକେଟ୍‌ ସଂଘ ପଦାଧିକାରୀଙ୍କୁ ନିମନ୍ତ୍ରଣ ପତ୍ର ପଠାଇଥିଲେ।

ଏହି ନିମନ୍ତ୍ରଣ ପତ୍ରରେ ଗାଙ୍ଗୁଲି ଦର୍ଶାଇଥିଲେ ଆଗାମୀ କିଛିମାସ ମଧ୍ୟରେ କୋଭିଡ ଜନିତ ପରିସ୍ଥିତିରେ ଉନ୍ନତି ଆସିବ ଏବଂ ସବୁ କିଛି ସ୍ବାଭାବିକ ହୋଇଯିବ। ଏପରି ହେଲେ ଘରୋଇ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ସହ ଟ୍ବେଣ୍ଟି୨୦ ବିଶ୍ବକପ୍‌ ବିନା ବାଧାରେ ଆୟୋଜିତ ହୋଇପାରିବ। ଯଦି ପରିସ୍ଥିତି ସ୍ବାଭାବିକ ରହେ ତେବେ ଆସନ୍ତା ଜୁନ୍‌-ଜୁଲାଇରେ ୧୯ ବର୍ଷରୁ କମ୍‌ ଘରୋଇ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ ବୋଲି ଗାଙ୍ଗୁଲି ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories