www.samajalive.in
Friday, December 12, 2025
26.1 C
Bhubaneswar

ତୁରନ୍ତ ୨୫ଲକ୍ଷ ଟିକା ଯୋଗାଣ ପାଇଁ କେନ୍ଦ୍ରକୁ ଏସିଏସଙ୍କ ଅନୁରୋଧ

ଭୁବନେଶ୍ୱର: ଆସନ୍ତା ୧୧ରୁ ଦେଶତମାମ ଟିକା ଉତ୍ସବ ପାଳନ ହେବ; ହେଲେ ରାଜ୍ୟରେ ଟିକାର ଅଭାବ ଏପର୍ୟ୍ୟନ୍ତ ମେଣ୍ଟିଲା ନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ଦୈନିକ ଅଢ଼େଇ ଲକ୍ଷରୁ ୩ଲକ୍ଷ ପର୍ୟ୍ୟନ୍ତ ଟିକାକରଣ ପାଇଁ ପ୍ରସ୍ତୁତି ଶେଷ ହୋଇଥିଲେ ହେଁ ଟିକା ଅଭାବରୁ ଅଭିଯାନ ଆଗେଇ ପାରୁନାହିଁ । ଏନେଇ ଦିନକ ତଳେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ପତ୍ର ଲେଖିଥିବା ବେଳେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅନୁରୋଧ କରିଥିଲେ। ଏହାପୂର୍ବରୁ ସ୍ବାସ୍ଥ୍ୟବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଦୁଇଥର କେନ୍ଦ୍ରକୁ ପତ୍ର ଲେଖିଥିବା ବେଳେ ଶୁକ୍ରବାର ପୁନର୍ବାର କେନ୍ଦ୍ର ଅତିରିକ୍ତ ସ୍ବାସ୍ଥ୍ୟସଚିବଙ୍କୁ ପତ୍ର ଲେଖି ତୁରନ୍ତ ୨୫ଲକ୍ଷ ଟିକା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।

ଶ୍ରୀ ମହାପାତ୍ର ପତ୍ରରେ ଦର୍ଶାଇଛନ୍ତି ଯେ ରାଜ୍ୟରେ ଅଦ୍ୟାବଧି ୩୯.୮୪ ଲକ୍ଷ ଟିକାକରଣ ହୋଇ ସାରିଲାଣି। ଏହାବାଦ୍ ୪୫ରୁ ୫୯ବର୍ଷ ବୟସ୍କଙ୍କ ମଧ୍ୟରେ ଥିବା ବିଭିନ୍ନ ବର୍ଗର ଲୋକଙ୍କୁ ୧୫ଲକ୍ଷ ୫୫ହଜାର ୪୨୨ ଟିକା ଦିଆଯାଇ ସାରିଲାଣି। ଜାତୀୟସ୍ତରୀୟ ହାର ଅପେକ୍ଷା ଓଡ଼ିଶାର ଟିକାକରଣ ହାର ଅଧିକ ରହିଛି। ମାତ୍ର ଟିକା ଅଭାବରୁ କାର୍ୟ୍ୟକ୍ରମକୁ ତ୍ବରାନ୍ବିତ କରାଯାଇପାରୁ ନାହିଁ। ବିଭାଗ ଏବେ ଦୈନିକ ୩ଲକ୍ଷ ଟିକା ଦେବାକୁ ସଜାଗ ରହିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ପକ୍ଷରୁ କମ୍ ଟିକା ଆସିବା ଦୁର୍ଭାଗ୍ୟଜନକ ବୋଲି ସେ ଦର୍ଶାଇଛନ୍ତି। କେତେକ ଜିଲାରେ ଗଚ୍ଛିତ ଟିକା ଶେଷ ପର୍ୟ୍ୟାୟରେ ପହଞ୍ଚି ସାରିଲାଣି। ଏଥିପାଇଁ ଦୁଇତୃତୀୟାଂଶ ଟିକା କେନ୍ଦ୍ର ବନ୍ଦ ହୋଇସାରିଲାଣି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories