www.samajalive.in
Friday, December 12, 2025
14.1 C
Bhubaneswar

ଏମାର ମଠ ଗାଦିଘରୁ ମିଳିଲା ୧୬ ପୁରୁଣା ଖଣ୍ଡା

ପୁରୀ: ଏଗାର ବର୍ଷ ପରେ ପୁଣିଥରେ ଚର୍ଚ୍ଚାକୁ ଆସିଛି ପୁରୀ ଏମାର ମଠ। ମହନ୍ତଙ୍କୁ କ୍ଷମତାଚ୍ୟୁତ କରିଛନ୍ତି ରାଜ୍ୟ ଦେବୋତ୍ତର କମିସନର। ନବଗଠିତ ଟ୍ରଷ୍ଟ ବୋର୍ଡ ଶୁକ୍ରବାର ମଠର ପରିଚାଳନା ଦାୟିତ୍ବ ଗ୍ରହଣ କରିଛି। ତାଲିକା ପ୍ରସ୍ତୁତିବେଳେ ଗାଦିଘରୁ ମିଳିଛି ୧୬ଗୋଟି ପୁରୁଣା ଖଣ୍ଡା। ସେଗୁଡ଼ିକରେ କଳଙ୍କି ଲାଗିଯାଇଛି। ଝୁଲଣ ମଣ୍ଡପ ଘରୁ ୩ଗୋଟି ରୁପା ଫୁଲଦାନୀ ସମେତ ରୁପା ଫୁଲ, ବ୍ରୋଞ୍ଜ ନିର୍ମିତ ଗାଈବାଛୁରି ଏବଂ ରୁପା ବାସନ ମିଳିଛି। ପୁଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହିସବୁ ମୂଲ୍ୟବାନ ସାମଗ୍ରୀ ଜବତ କରାଯାଇଛି। ମାତ୍ର ୩ଟି କୋଠରି ତାଲିକା କରାଯାଇଥିବାବେଳେ ଆଉ ୫୦ରୁ ଊର୍ଦ୍ଧ୍ବ କୋଠରି ବାକି ଅଛି। ମିଳିଥିବା ରୁପା ସାମଗ୍ରୀ ଗୁଡ଼ିକୁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ରଖାଯାଇଛି। ଏହାଛଡ଼ା ସେଠାରେ ପୂଜା ପାଉଥିବା ଅଷ୍ଟଧାତୁ ନିର୍ମିତ ରାମାନୁଜଙ୍କ ମୂର୍ତ୍ତି ତାଲିକାଭୁକ୍ତ କରିଛନ୍ତି ଦେବୋତ୍ତର ଅଧିକାରୀ। ମହନ୍ତଙ୍କଠାରୁ କ୍ଷମତା କାଢି ନିଆଯାଇ ନବଗଠିତ ଟ୍ରଷ୍ଟ ବୋର୍ଡକୁ ହସ୍ତାନ୍ତର କରାଯାଇଛି।

ଉତ୍ତର ପାର୍ଶ୍ବ ମଠ ମହନ୍ତ ନାରାୟଣ ରାମାନୁଜ ଦାସ, ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ନରେଶ ଚନ୍ଦ୍ର ଦାଶ, ସମାଜସେବୀ ପ୍ରତିମା ମିଶ୍ର, ବରିଷ୍ଠ ଆଇନଜୀବୀ ବନବିହାରୀ ନାୟକ ଏବଂ ସିଟି ଡିଏସ୍‌ପିଙ୍କୁ ନେଇ ନୂଆ ଟ୍ରଷ୍ଟବୋର୍ଡ ଗଠନ କରାଯାଇଛି। ଶୁକ୍ରବାର ବୋର୍ଡ ଦାୟିତ୍ବ ନେବାକୁ ମଠ ଭିତରେ ପ୍ରବେଶବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ ପ୍ରଳୟାନନ୍ଦ ଶତପଥୀ ଏବଂ ସିଂହଦ୍ବାର ଥାନା ଇନ୍ସପେକ୍ଟର ଗେଲି କୁମାରୀ ସାହୁ ପୁଲିସ ଫୋର୍ସ ସହ ସେଠାରେ ପହଞ୍ଚିଥିଲେ। ମହନ୍ତଙ୍କ କେତେକ ସମର୍ଥକ ମଠରେ ପଶିବାକୁ ଉଦ୍ୟମ କରିବାବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଏହାକୁ କେନ୍ଦ୍ରକରି ଘଟଣାସ୍ଥଳରେ କିଛି ସମୟ ଯୁକ୍ତିତର୍କ ହୋଇଥିଲା। ଦେବୋତ୍ତର ଇନ୍ସପେକ୍ଟର ବସନ୍ତ କୁମାର ପ୍ରଧାନଙ୍କ ଉପସ୍ଥିତିରେ ମଠର ବିଭିନ୍ନ ଘର ଏବଂ ଗୋଦାମ ଖୋଲାଯାଇ ସେଠାରେ ଥିବା ଜିନିଷପତ୍ର ତାଲିକା ପ୍ରସ୍ତୁତ କରାଯାଉଛି।

- Advertisement -

୨୦୧୧ରେ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ମଠର ୨ଟି କୋଠରି ମରାମତି ବେଳେ ସେଥିରେ ନିୟୋଜିତ ଠିକାଦାର ଏବଂ ଶ୍ରମିକ ସିନ୍ଦୁକ ଭାଙ୍ଗି ରୁପାଇଟା ଚୋରି କରିଥିବା ଅଭିଯୋଗ ହୋଇଥିଲା। ଢେଙ୍କାନାଳର ଜଣେ ବ୍ୟକ୍ତିଙ୍କଠାରୁ ରୁପାଇଟା ଜବତ ହେବାପରେ ସିଂହଦ୍ବାର ପୁଲିସ ଗୋଟିଏ କୋଠରିର ପୁରୁଣା ସିନ୍ଦୁକରେ ଥିବା ୫୨୨ଖଣ୍ଡ ବ୍ରିଟିଶ ଅମଳର ରୁପାଇଟା ଜବତ କରିଥିଲା। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦେଶକ୍ରମେ ସେସବୁ ଜିଲା ପୁଲିସ ଅସ୍ତ୍ରାଗାରରେ ରଖାଯାଇଛି। ମଠମହନ୍ତଙ୍କ ବୟାନକୁ ଭିତ୍ତିକରି ପୁଲିସ ଏକ ଜୁଏଲାରୀ ଦୋକାନରୁ ୧୭କି.ଗ୍ରା ସୁନା ସମେତ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବହୁ ପରିମାଣର ରୁପା ଜବତ କରିଥିଲା। ଏହି ଘଟଣାରେ ମଠମହନ୍ତ ରାଜଗୋପାଳଙ୍କ ସମେତ ତାଙ୍କ ଚେଲା ଏବଂ କେତେକ ଅଳଙ୍କାର ବ୍ୟବସାୟୀଙ୍କୁ ପୁଲିସ ସେତେବେଳେ ଗିରଫ କରିଥିଲା।

Hot this week

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

Related Articles

Popular Categories