www.samajalive.in
Sunday, December 14, 2025
14.1 C
Bhubaneswar

କରୋନା ବଦଳରେ ୩ ମହିଳାଙ୍କୁ କୁକୁର କାମୁଡ଼ା ଟିକା

ମିରଟ୍: ଉତ୍ତରପ୍ରଦେଶ ସାମଲି ଜିଲାର ସରକାରୀ ହସ୍ପିଟାଲରେ ତିନିଜଣ ମହିଳାଙ୍କୁ କରୋନା ଟିକା ବଦଳରେ କୁକୁର କାମୁଡା ପ୍ରତିଷେଧକ ପାଇଁ ଉଦ୍ଦିଷ୍ଟ ଜଳାତଙ୍କ ଇଞ୍ଜେକସନ ଦିଆଯାଇଛି। ଏ ସମ୍ପର୍କରେ ଅଭିଯୋଗ ହେବା ପରେ ଜିଲାପାଳ ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି। ଅଭିଯୋଗ ଅନୁଯାୟୀ ୬୦ରୁ ୭୨ ବର୍ଷର ତିନି ମହିଳା କରୋନା ଟିକା ନେବା ଲାଗି ହସ୍ପିଟାଲକୁ ଯାଇଥିଲେ। ମହିଳାମାନେ କରୋନା ଟିକା ପାଇଁ ଆଉଟ୍‌ ଡୋର୍‌ରେ ଟିକଟ କରିଥିଲେ। ତେବେ ସେମାନେ ଜଳାତଙ୍କ ଇଞ୍ଜେକସନ୍‌ ପାଇଁ ଉଦ୍ଦିଷ୍ଟ ଲୋକଙ୍କ ଧାଡିରେ ଠିଆ ହୋଇଥିଲେ।

ସୋମବାର ଓ ଗୁରୁବାର ଡାକ୍ତରଖାନାରେ ଜଳାତଙ୍କ ଇଞ୍ଜେକସନ୍‌ ଦିଆଯାଇଥାଏ। ଗୋଟିଏ ସ୍ଥାନରେ କରୋନା ଟିକା ଦିଆଯାଉଥିବା ବେଳେ ଅନ୍ୟ ଏକ ସ୍ଥାନରେ ଜଳାତଙ୍କ ଇଞ୍ଜେକସନ୍‌ ଦିଆଯାଉଥିଲା। ମହିଳାମାନେ ଜଳାତଙ୍କ ଇଞ୍ଜେକସନ୍‌ ଧାଡିରେ ଠିଆ ହୋଇଥିବାରୁ ସେମାନଙ୍କୁ କରୋନା ବଦଳରେ ଜଳାତଙ୍କ ଇଞ୍ଜେକସନ୍ ଦିଆଯାଇଥିଲା। ତେବେ ଫାର୍ମାସିଷ୍ଟ ଓ ନର୍ସମାନେ ସେମାନଙ୍କ ଓପିଡି ଟିକଟ୍‌ କିମ୍ବା କୁକୁର କାମୁଡା କ୍ଷତ ନ ଦେଖି ଇଞ୍ଜେକସନ୍‌ ଦେଇଥିଲେ। ଇଞ୍ଜେକସନ୍ ନେଇ ଘରକୁ ଯିବା ପରେ ଜଣେ ମହିଳାଙ୍କ ସ୍ବାସ୍ଥ୍ୟରେ ଅବନତି ଆସିବାରୁ ଏହି ତ୍ରୁଟି ସମ୍ପର୍କରେ ଜଣାପଡିଥିଲା।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories