www.samajalive.in
Sunday, December 14, 2025
26.1 C
Bhubaneswar

ଭାରତୀୟ ଜଳସୀମାରେ ଆମେରିକା ଯୁଦ୍ଧଜାହାଜ

ନୂଆଦିଲ୍ଲୀ: ଭାରତର ବିନାନୁମତିରେ ଲାକ୍ଷାଦ୍ବୀପସ୍ଥିତ ଏହାର ସ୍ବତନ୍ତ୍ର ଅର୍ଥନୈତିକ ଅଞ୍ଚଳ (ଇଇଜେଡ୍‌) ଜଳସୀମା ପରିସରକୁ ପ୍ରବେଶ କରିଛି ଆଣବିକ ଅସ୍ତ୍ରଶସ୍ତ୍ର ଭର୍ତ୍ତି ଆମେରିକୀୟ ସପ୍ତମ ନୌବହର ‘ୟୁଏସ୍‌ଏସ୍‌ ଜନ୍‌ ପଲ୍‌ ଜୋନ୍ସ’ (ଡିଡିଜି-୫୩)। ଆମେରିକା ଏହାକୁ ‘ଫ୍ରିଡମ ଅଫ ନେଭିଗେସନ ଅପରେସନ’ ବୋଲି ଦର୍ଶାଇବା ସହ ଏହା କିଛି ନୂଆଁ ନୁହେଁ ବୋଲି କହିଛି। ଏହା ନିୟମିତ କାର୍ୟ୍ୟଭୁକ୍ତ ଏବଂ ପୂର୍ବରୁ ଏପରି କରାଯାଇଥିବା ଦୃଷ୍ଟିରୁ ଏଥିପାଇଁ ଭାରତର ଅନୁମତି ଆବଶ୍ୟକ ନାହିଁ ବୋଲି ଆମେରିକା ଦାବି କରିଛି। ଏହି ପ୍ରସଙ୍ଗରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଚିନ୍ତା ବ୍ୟକ୍ତ କରିବା ସହ କୂଟନୈତିକସ୍ତରରେ ଏହାର ପ୍ରତିବାଦ ଜଣାଇଛି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଏବେ ଶୀର୍ଷରେ ପହଞ୍ଚିଥିବାବେଳେ ଓ ଉଭୟ ମିଶି ଚୀନ୍‌ର ପ୍ରତିରୋଧ କରୁଥିବାବେଳେ ଏଭଳି ପଦକ୍ଷେପ ସମୀଚୀନ ନୁହେଁ ବୋଲି ଭାରତ ପକ୍ଷରୁ କୁହାଯାଇଛି।

ଆମେରିକୀୟ ନୌସେନା କହିବାନୁସାରେ ଏହି ଯୁଦ୍ଧଜାହାଜ ଲକ୍ଷାଦ୍ୱୀପରୁ ପଶ୍ଚିମରେ ୧୩୦ ନଟିକାଲ ମାଇଲ ଦୂର ଅଞ୍ଚଳରେ ନିଜର ଅପରେସନ ଚଳାଇଛି। ଏହା ନୌସେନାର ଅଧିକାରଭୁକ୍ତ। ଭାରତୀୟ ଜଳ କ୍ଷେତ୍ରରେ କୌଣସି ପ୍ରକାର ସାମରିକ ଅଭ୍ୟାସ ଲାଗି ଅନ୍ତର୍ଜାତୀୟ ଆଇନ ଅନୁସାରେ ପୂର୍ବ ଅନୁମତି ଆବଶ୍ୟକ ଥିଲେ ମଧ୍ୟ ‘ଫ୍ରିଡମ ଅଫ ନେଭିଗେସନ ଅପରେସନ’ ଦୃଷ୍ଟିରୁ ଏହା ଅନାବଶ୍ୟକ ବୋଲି ଆମେରିକା କହିଛି। ଆମେରିକା ନୌସେନା ଏବେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ କାର୍ୟ୍ୟ କରୁଛି। ତେବେ ପ୍ରତ୍ୟେକ କାର୍ୟ୍ୟକ୍ରମ ଅନ୍ତର୍ଜାତୀୟ ଆଇନ ଅନୁରୂପେ ଡିଜାଇନ କରାଯାଇଥିବା ନୌସେନା ଦାବି କରିଥିବା ବେଳେ ସେହି ଅନୁସାରେ ଆମେରିକୀୟ ସୈନ୍ୟ ଅନ୍ତର୍ଜାତୀୟ ନିୟମ ମଧ୍ୟରେ ଆକାଶ ଜଳ ଓ ସ୍ଥଳରେ ସଞ୍ଚାଳିତ ହେଉଥିବା ଆମେରିକୀୟ ନୌସେନା କହିଛି। ସମ୍ପ୍ରତି ଏହି ଜାହାଜ ପର୍ସିଆନ୍‌ ମହାସାଗରରୁ ମାଲାକା ସରଣୀ ଅଭିମୁଖେ ଭାରତ ମହାସାଗର ଦେଇ ଯାତ୍ରା କରୁଛି। ସୂଚନାଯୋଗ୍ୟ ଯେ ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଏହି ସପ୍ତମ ନୌବହର ବଙ୍ଗୋପସାଗର ପର୍ୟ୍ୟନ୍ତ ମାଡ଼ି ଆସିବାର ଦୁଃସାହସ ଦେଖାଇଥିଲା।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories