www.samajalive.in
Saturday, December 6, 2025
15.1 C
Bhubaneswar

ପୁନଃରୁଦ୍ଧାର ହେବ କାଦୁଆ ଆଶ୍ରମ

ସାକ୍ଷୀଗୋପାଳ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ୧୯୨୫ ମସିହା ମଇ ମାସ ୧୦ ତାରିଖରେ ପୁରୀ ଜିଲା ଅନ୍ତର୍ଗତ ସାକ୍ଷୀଗୋପାଳଠାରେ କାଦୁଆ ଆଶ୍ରମ ପ୍ରତିଷ୍ଠା କରିଥିଲେ। ଆଶ୍ରମ ପରିସରରେ ଅରଟ ବା ଚରଖାରେ ସୁତା କାଟିବା, ଖଦୀ ଲୁଗା ବୁଣିବା, କପଡା ରଙ୍ଗ କରିବା, କପଡା ଧୂଲେଇ କରିବା ମହୁ ଚାଷ କରିବା ଓ ଘଣା ପେଡା ସୋରିଷ ତେଲ ପ୍ରସ୍ତୁତି ଆଦି କୁଟୀର ଶିଳ୍ପ ଜରିଆରେ ସମାଜର ଦୁର୍ବଳ ବର୍ଗର ଲୋକଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେଇଥିଲେ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦେହାନ୍ତ ପରେ ଜାତିର ଜନକ ମହାତ୍ମା ଗାନ୍ଧୀ ଏହି ଆଶ୍ରମକୁ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ ନାମରେ ନାମିତ କରିଥିଲେ। ଏବେ କାଦୁଆ ଆଶ୍ରମ ପୂର୍ବଭଳି କାର୍ଯ୍ୟ କରୁନାହିଁ। ଏହାର ପୁନରୁଦ୍ଧାର କରାଯିବା ନେଇ ଲୋକସେବକ ମଣ୍ଡଳର ଉପସଭାପତି ଏବଂ ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ ପ୍ରକାଶ କରିଛନ୍ତି।


ଆଜି କାଦୁଆ ଆଶ୍ରମ ପରିଦର୍ଶନ ଅବସରରେ କାଦୁଆ ଆଶ୍ରମର ପୁନଃରୁଦ୍ଧାର ସମ୍ପର୍କରେ ଶ୍ରୀ ରଥ ସ୍ଥାନୀୟ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ। କାଦୁଆ ଆଶ୍ରମର ପୁନଃରୁଦ୍ଧାର କରାଯିବ ବୋଲି ଜାଣିବା ପରେ ସତ୍ୟବାଦୀ ଓ ସାକ୍ଷୀଗୋପାଳର ଜନସାଧାରଣଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଶ୍ରୀ ରଥଙ୍କ ସହିତ କାଦୁଆ ଆଶ୍ରମର ଟ୍ରଷ୍ଟି ପୂର୍ବତନ ଡିଜି ବଟକୃଷ୍ଣ ତ୍ରିପାଠୀ, ସମାଜ ରିଲିଫ କମିଟି ସଦସ୍ୟ ଭବାନୀ ପ୍ରସାଦ ମିଶ୍ର, କାଦୁଆ ଆଶ୍ରମ ସମ୍ପାଦକ ପ୍ରମୋଦ କୁମାର ମହାନ୍ତି, ଜଗନ୍ନାଥ ବାରିକ, ସୁବାସ ଚନ୍ଦ୍ର ଦାସ, ଅଶୋକ ବେହେରା ଓ ମନ ମୋହନ ମୁଦୁଲିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ଶ୍ରୀ ରଥ କାଦୁଆ ଆଶ୍ରମ ପରିସରରେ ଉତ୍କଳମଣି ଓ ଜାତିର ଜନକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories