www.samajalive.in
Tuesday, December 9, 2025
15.1 C
Bhubaneswar

ରାମନାଗୁଡା ଉଚ୍ଚ ବିଦ୍ୟାଳୟରେ ସହଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ସହଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସ୍ମିତାରାଣୀ ତୁଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା ଯୋଗଦେଇ ବିଦ୍ୟାଳୟ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଆଲୋଚନାରେ ରାଜ୍ୟ ସରକାରଙ୍କ ଶିକ୍ଷାନୀତି ଓ ବିଭିନ୍ନ ଯୋଜନା ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବା ନେଇ ପଦକ୍ଷେପ ଗ୍ରହଣ କରିବା ସହ କିପରି ଭାବରେ ବିଦ୍ୟାଳୟକୁ ଉନ୍ନତ ପଥରେ ଅଗ୍ରସର କରାଯାଇପାରିବ ସେନେଇ ଆଲୋଚନା ହୋଇଥିଲା।

ସେହିପରି ଜିଲ୍ଲାର ୭ଟି ବିଦ୍ୟାଳୟ ମଧ୍ୟରେ ମୋ ସ୍କୁଲ ଅଭିଯାନରେ ରାମନାଗୁଡା ବିଦ୍ୟାଳୟ ସାମିଲ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବ ଭିକେ ପାଣ୍ଡିୟାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ୧୯୮୦ ମସିହାର ସ୍ଥାପିତ ଏହି ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକ ଲଳିତ ମୋହନ ନନ୍ଦ ଭାବେ କାର୍ଯ୍ୟକରି ଅବସର ଗ୍ରହଣ କରିବା ପରେ ପରିଚାଳନା କମିଟିର ସଭ୍ୟ ଭାବେ ଦାୟିତ୍ୱ ତୁଲାଇବା ସହ ପୁରାତନ ଛାତ୍ରଛାତ୍ରୀଙ୍କୁ ଏକାଠି କରିବା ସହ ବିଦ୍ୟାଳୟ ଉନ୍ନତି ପାଇଁ ଆର୍ଥିକ ସାହାଯ୍ୟ କରିବାକୁ କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଚେତମିତା ଚୈଧୁରୀ,ସୁମିତ୍ରା ସାହୁ, ଜଗଦ୍ଧୀଶ ମାଣ୍ଡାଙ୍ଗି, ଜଗନ୍ନାଥ ପ୍ରଧାନ, ନାନାଜି ମାଣ୍ଡାଙ୍ଗି, ଆଲୋକ ମିଶ୍ର, ପୁଷ୍ସାଞ୍ଜଳୀ ଦାଶ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories