www.samajalive.in
Monday, December 8, 2025
14.1 C
Bhubaneswar

ଆର୍ଥିକ ସ୍ଥିତି ସୁଧୁରୁଛି: ଆଇଏମଏଫ ମୁଖ୍ୟ

ୱାଶିଂଟନ: ସମଗ୍ର ବିଶ୍ୱର ଆର୍ଥିକ ପରିସ୍ଥିତିରେ ସୁଧାର ପରିଲକ୍ଷିତ ହେଉଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ବିଶ୍ୱ ଯେଉଁଭଳି ସାଂଘାତିକ ମାନ୍ଦା ଅବସ୍ଥାର ସମ୍ମୁଖୀନ ହେଉଥିଲା, ସେଥିରେ ଉନ୍ନତି ପରିଲକ୍ଷିତ ହେଉଛି। ଏକଥା କହିଛନ୍ତି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମଏଫ) ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଏଭା। ଚଳିତ ବର୍ଷ ବିଶ୍ୱର ଅର୍ଥନୈତିକ ଅଭିବୃଦ୍ଧି ହାର ୬% ହେବାନେଇ ଆକଳନ କରିବାର ଦିନକ ପରେ କ୍ରିଷ୍ଟାଲିନା କହିଛନ୍ତି, ଏବେ ସ୍ଥିତିରେ ସୁଧାର ଘଟୁଛି। ସ୍ଥିତିରେ ଅଧିକ ଉନ୍ନତି ଘଟିବା ସମ୍ଭାବନା ଉଜ୍ଜ୍ୱଳ ମନେହେଉଛି। କାରଣ କୋଟି କୋଟି ସଂଖ୍ୟାରେ ଲୋକ କୋଭିଡ ଟିକାକରଣ ଦ୍ୱାରା ଉପକୃତ ହେଉଛନ୍ତି ଏବଂ ତାହାସହିତ ବିଭିନ୍ନ ରାଷ୍ଟ୍ରର ସରକାରଙ୍କ ପକ୍ଷରୁ ନୀତିଗତ ସମର୍ଥନ ଯୋଗାଇ ଦିଆଯାଉଛି।
ସେ କହିଛନ୍ତି, ଗତବର୍ଷକ ମଧ୍ୟରେ ବିଶ୍ୱସ୍ତରରେ ଯେଉଁଭଳି ଅନନ୍ୟ ଏବଂ ସମ୍ମିଳିତ ପ୍ରୟାସ କରାଯାଇଛି, ତାହାର ସୁଫଳ ପରିଲକ୍ଷିତ ହେଉଛି। ସରକାରଙ୍କର ବିନା ନୀତିଗତ ସମର୍ଥନ, ଆର୍ଥିକ ପଦକ୍ଷେପ ଏବଂ କୋଭିଡ ନିୟନ୍ତ୍ରଣ ପ୍ର୍ରୟାସ ବ୍ୟତୀତ ଏହା ସମ୍ଭବ ହୋଇପାରିନଥାନ୍ତା ଏବଂ ପରିସ୍ଥିତି ପୂର୍ବାପେକ୍ଷା ତିନିଗୁଣ ଅଧିକ ଖରାପ ଆଡକୁ ଗତିକରୁଥାନ୍ତା। କହିବାକୁ ଗଲେ ବିଶ୍ୱ ଏକ ଭୟଙ୍କର ମାନ୍ଦା ଅବସ୍ଥାକୁ ଚାଲିଯାଇଥାନ୍ତା।
ଆଇଏମଏଫର ପରିଚାଳନା ନିର୍ଦ୍ଦେଶକ କହିଛନ୍ତି, ସବୁ ସମସ୍ୟା ଓ ପ୍ରତିବନ୍ଧକ ମଧ୍ୟରେ ଏକ ଆଲୋକ ରଶ୍ମି ପ୍ରତୀୟମାନ ହେଉଛି। ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ସବୁଠାରୁ ଗୁରୁତର ମାନ୍ଦା ଅବସ୍ଥା ହୋଇଥିଲା। ତେବେ ପୁନରୁଦ୍ଧାର ଆଗେଇ ଚାଲିଛି। ସେଥିପାଇଁ ଚଳିତ ବର୍ଷ ବିଶ୍ୱର ଆର୍ଥିକ ଅଭିବୃଦ୍ଧି ୬% ଏବଂ ୨୦୨୨ରେ ୪.୪% ହେବାନେଇ ଆକଳନ କରାଯାଇଛି। ସେ କହିଛନ୍ତି, ଆମେରିକା ଏବଂ ଚୀନ ଭଳି କେତେକ ବିକଶିତ ଏବଂ ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର ଏ କ୍ଷେତ୍ରରେ ନେତୃତ୍ୱ ନେଉଛନ୍ତି। ଏହି ଦ୍ରୁତ ଅଭିବୃଦ୍ଧି ଧାରାରେ ଦରିଦ୍ର ଓ ଦୁର୍ବଳ ରାଷ୍ଟ୍ରଗୁଡିକ ପଛରେ ପଡିଯାଇଛନ୍ତି। ସେ ଏକଥା ମଧ୍ୟ କହିଥିଲେ ଯେ କୋଭିଡର ନୂଆ ସଂକ୍ରମଣ ପର୍ଯ୍ୟାୟ ଏବଂ ନୂଆ ଷ୍ଟ୍ରେନକୁ ନେଇ ଏବେ ବି ଅନିଶ୍ଚିତ ଅବସ୍ଥା ଲାଗିରହିଛି। ସେଥିପାଇଁ ଅର୍ଥନୀତି ପୁନଃ କ୍ଷତି ସହିବା, ଅନେକ ଚାକିରୀ ହରାଇବା, ଦେବାଳିଆ ହେବା, କେତେକ ଅଞ୍ଚଳରେ କ୍ଷୁଧା ଓ ଉତ୍କଟ ଦାରିଦ୍ର୍ୟ ପରିଲକ୍ଷିତ ହେବା ଆଶଙ୍କା ରହିଛି। ସେଥିପାଇଁ ନୀତି ନିର୍ଦ୍ଧାରଣକାରୀମାନେ ଏବେଠାରୁ ସଠିକ ପଦକ୍ଷେପ ନେଇ ପ୍ରତ୍ୟେକ ନାଗରିକ ଯେଭଳି କୋଭିଡ ଟିକାକରଣର ସୁବିଧା ସହିତ ଜୀବିକା ଉପାର୍ଜନର ସୁଯୋଗ ପାଇପାରିବେ, ସେ ଦିଗରେ ପ୍ରୟାସ କରିବା ଆବଶ୍ୟକ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories