www.samajalive.in
Saturday, December 6, 2025
19.1 C
Bhubaneswar

ୟୁରୋପ ଶୂନ, ଫସିଛନ୍ତି ରୁଷ୍‌, ଆମେରିକା.. ହେଲେ ବଢିଚାଲିଛି ଭାରତ

ନୂଆଦିଲ୍ଲୀ: ବିଶ୍ବ ଏବେ ବିଭିନ୍ନ ସମସ୍ୟାରେ ଫସି ରହିଛି। ‘ମହାଶକ୍ତିମାନେ’ ମହାଯୁଦ୍ଧକୁ ନିମନ୍ତ୍ରଣ କରିବାରେ ବ୍ୟସ୍ତ। ରୁଷ୍-ୟୁକ୍ରେନ ଯୁଦ୍ଧ ଶେଷ ହେବାର ନାଁ ନେଉନାହିଁ। ଅପରପକ୍ଷେ, ଇସ୍ରାଇଲ୍‌ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ପଡ଼ୋଶୀ ଦେଶମାନଙ୍କୁ ମଧ୍ୟ ପ୍ରଭାବିତ କରୁଛି। ସ୍ଥିତି କେତେ ଖରାପ, ତାହା ୟୁରୋପର ଆର୍ଥିକ ଗତିରୁ କିଛି ମାତ୍ରାରେ ଆକଳନ କରାଯାଇପାରେ। ଡିସେମ୍ବର ତ୍ରୈମାସରେ ମଧ୍ୟ ୟୁରୋପର ଆର୍ଥିକ ଅଭିବୃଦ୍ଧି ହାର ଶୂନ ରହିଛି। ବର୍ଷେରୁ ଅଧିକ ସମୟ ବିତିଗଲାଣି, ୟୁରୋପୀୟ ଦେଶଗୁଡ଼ିକର ଅର୍ଥନୀତି ସୁଦୃଢ ହୋଇପାରୁନାହିଁ। ଇନ୍ଧନ ମୂଲ୍ୟ ବୃଦ୍ଧି, ମହଙ୍ଗା ଋଣ ଏବଂ ୟୁରୋପର ମୁଖ୍ୟ ଅର୍ଥବ୍ୟବସ୍ଥା ଜର୍ମାନୀରେ ମନ୍ଥରତା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି। ଆମେରିକା ମଧ୍ୟ ଅନ୍ୟମାନଙ୍କ ବିବାଦରେ ନିଜକୁ ଛନ୍ଦି ରଖିଛି। ନିଜ ଗୁଣ ଯୋଗୁଁ ଚୀନ୍‌ ବିଶ୍ବକୁ ତା’ର ଶତ୍ରୁ ରୂପେ ପରିଣତ କରୁଛି। ଅନେକ ବିଦେଶୀ କମ୍ପାନୀ ସେମାନଙ୍କ ବ୍ୟବସାୟକୁ ସେଠାରୁ ସ୍ଥାନାନ୍ତର କରିବାରେ ଲାଗି ପଡ଼ିଛନ୍ତି। ଏସବୁ ଉତ୍ତେଜନା ମଧ୍ୟରେ ଭାରତ ସବୁଠାରୁ ସୁରକ୍ଷିତ ଥିବା ମନେହେଉଛି। ବିଶ୍ୱ ଝଡ଼ଝଞ୍ଜାରେ ଫସି ରହିଥିବା ବେଳେ ଭାରତ ତିନି ବର୍ଷ ମଧ୍ୟରେ ୫ ଟ୍ରିଲିୟନ ଡଲାରର ଦୃଢ ବନ୍ଦୋବସ୍ତ କରି ବସିଛି। ଅବଶ୍ୟ ଏହି ରାସ୍ତାରେ ଚ୍ୟାଲେଞ୍ଜ ରହିଛି, କିନ୍ତୁ ସମସ୍ତ ଆହ୍ବାନର ମୁକାବିଲା ପାଇଁ ଭାରତର ଦୃଢ ବ୍ୟବସ୍ଥା ରହିଛି।

ଆସନ୍ତା ବର୍ଷଗୁଡ଼ିକରେ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୭ ପ୍ରତିଶତରୁ ଅଧିକ ରହିବ ବୋଲି ଆଶା କରାଯାଉଛି। ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଏ ବିଷୟରେ କୁହାଯାଇଛି। ଏହି ଆକଳନ ଅନେକ ଦିଗ ଉପରେ ଆଧାରିତ। ଏଥିରେ ତୀବ୍ର ଘରୋଇ ଚାହିଦା, ବେସରକାରୀ ନିବେଶ ବୃଦ୍ଧି ଏବଂ ସରକାରୀ ଖର୍ଚ୍ଚ ଅନ୍ତର୍ଭୁକ୍ତ। ବିଶ୍ୱ ଅର୍ଥନୀତିରେ ଅନିଶ୍ଚିତତା ଏବଂ ମୁଦ୍ରାସ୍ଫୀତି ଭଳି କିଛି ଚ୍ୟାଲେଞ୍ଜ ମଧ୍ୟ ଅଛି। କିନ୍ତୁ, ଭାରତୀୟ ଅର୍ଥନୀତି ଏହି ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା କରିବାକୁ ସୁଦୃଢ ସ୍ଥିତିରେ ଅଛି। ସାରା ଦୁନିଆ ଭ୍ରମର ରାସ୍ତାରେ ଅନ୍ଧ ଭାବେ ଦୌଡ଼ୁଥିବାବେଳେ ଭାରତ ସ୍ୱପ୍ନ ସାକାର କରିବା ଦିଗରେ ଅଗ୍ରଗତି କରୁଛି। ୩ ବର୍ଷରେ ୫ ଟ୍ରିଲିୟନ ଡଲାରର ଅର୍ଥନୀତି ହେବାର ସମ୍ଭାବନା ନେଇ ଦୃଢୋକ୍ତି ପ୍ରକାଶ କରିଛି ଭାରତ। ଏହା ଭାରତକୁ ବିଶ୍ବର ତୃତୀୟ ବୃହତ୍‌ ଅର୍ଥନୀତିରେ ପରିଣତ କରିବ। ଏଥି ସହିତ ୨୦୩୦ ସୁଦ୍ଧା ଭାରତର ଅର୍ଥନୀତି ୭ ଟ୍ରିଲିୟନ ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି।

- Advertisement -

ଅପରପକ୍ଷେ, ୟୁରୋପର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ବିଶ୍ଳେଷକଙ୍କ କହିବାନୁସାରେ, ୨୦୨୪ରେ ମଧ୍ୟ ୟୁରୋପର ସ୍ଥିତି ସୁଧୁରିବା ସମ୍ଭାବନା କମ୍ ରହିଛି। ୨୦୨୨ରେ ୟୁକ୍ରେନ ଉପରେ ରୁଷ୍‌ର ଆକ୍ରମଣ ପରଠାରୁ ୟୁରୋପୀୟ ଅର୍ଥବ୍ୟବସ୍ଥା ଲାଗାତର ଭାବେ ସମସ୍ୟା ଘେରରେ ରହିଛି। ରୁଷ୍‌-ୟୁକ୍ରେନ ଯୁଦ୍ଧ କେବେ ଶେଷ ହେବ ତାହା ଏପର୍ଯ୍ୟନ୍ତ କେହି ଜାଣି ନାହାଁନ୍ତି।

ଗାଜାରେ ଚାଲିଥିବା ଇସ୍ରାଏଲ ଏବଂ ହାମାସ ଯୁଦ୍ଧ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହାର ପ୍ରଭାବ ଅନ୍ୟ ଦେଶମାନଙ୍କରେ ପଡ଼ିସାରିଛି। ସେମାନଙ୍କ ମଧ୍ୟରେ ଇରାନ ମଧ୍ୟ ସାମିଲ। ଏହି କାରଣରୁ ସମଗ୍ର ମଧ୍ୟପ୍ରାଚ୍ୟ ଏଥିରେ ଫସିରହିଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories